କନକ ବ୍ୟୁରୋ: ବେଳେ ବେଳେ କିଛି ନଥିବ ସକାଳୁ ସକାଳୁ ମନ ଭାରି ଲାଗିବ । କାରଣ ବି କିଛି ଜାଣି ହେଉନଥିବ । ଆଉ ସମାଧାନର ବାଟ ବି ମିଳୁନଥିବ । କୌଣସି କାମରେ ମନ ଲାଗୁନଥିବ । ଚିଡ଼ଚିଡ଼ା ଲାଗୁଥିବ । କାହା କଥାରେ ମନ ନଥିବ। ଏଭଳି ଅନେକଙ୍କ କ୍ଷେତ୍ରରେ ହୁଏ । ଏହା କେବଳ ଇମୋସନ ବା ଭାବନାର ଅସନ୍ତୁଳନ । ଏଭଳି ଇମୋସନକୁ ନିୟନ୍ତ୍ରଣ କରିବାକୁ ୯୦ ସେକେଣ୍ଡ ରୁଲ୍ ବାବଦରେ ଜଣାଇଲେ ବଲିଉଡ୍ ଆକ୍ଟର ହ୍ରିତିକ୍ ରୋସନ୍ ।
ବଲିଉଡ୍ ଆକ୍ଟର ଏବଂ ବଲିଉଡ୍ ଦୁନିଆର ସବୁଠୁ ହ୍ୟାଣ୍ଡସମ୍ ମ୍ୟାନ୍ ତାଲିକାରେ ଆଗ ଧାଡ଼ିରେ ଅଛନ୍ତି ହ୍ରିତିକ୍ ରୋସନ୍ । ସୋସିଆଲ ମିଡିଆରେ ଫିଟନେସ୍ , ମେଣ୍ଟାଲ ହେଲ୍ଥ, ଜୀବନ ଶିକ୍ଷାକୁ ନେଇ ଅନେକ ସମୟରେ ଶିକ୍ଷଣୀୟ ପୋଷ୍ଟ ସେୟାର କରନ୍ତି ହ୍ରିତିକ୍ । ନିକଟରେ ଇମୋସନ୍ ମ୍ୟାନେଜମେଣ୍ଟକୁ ନେଇ ଏମିତି କିଛି ପୋଷ୍ଟ କରିଛନ୍ତି ଯାହା ଖୁବ୍ ଚର୍ଚ୍ଚାରେ ଅଛି ।
ଅଧିକ ପଢ଼ନ୍ତୁ: ‘ଜନ ନାୟଗନ’ ରିଲିଜ୍ ମାମଲା: ମାଡ୍ରାସ ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ପୋଷ୍ଟରେ ହ୍ରିତିକ୍ ଲେଖିଛନ୍ତି, ’ ହଠାତ୍ ମନେ ହେଉଥିବା ଉଦାସପଣକୁ ଆପଣ ନିଜେ ଦୂରେଇପାରିବେ । ସକାଳୁ ହଠାତ୍ ସବାର ହେଉଥିବା ଅବସାଦ ଓ ଭାବାନାକୁ ସାମ୍ନା କରିବା ଶିଖିବା ଦରକାର । ପୋଷ୍ଟ ଆରମ୍ଭରୁ ମଜାଳିଆ ଢଙ୍ଗରେ ଲେଖିଛନ୍ତି ’ଚେତାବନୀ: ବିନା ମତଲବରେ ସକାଳର ବକବାସ୍’…
ହ୍ରିତିକ୍ ଲେଖିଛନ୍ତି, ’ ଭଲ ସମୟ ବିତିବା ପରେ ଅଚାନକ୍ ଦୁନିଆ ସବୁ ଖରାପ ଚିନ୍ତା ଓ ସମୟକୁ ଆଗକୁ ନେଇଆସେ । ସେତେବେଳେ ଭଲ କଥା ବି ଖରାପ ଲାଗେ । ମନରେ ନକରାତ୍ମକ ଭାବନା ଭରିଯାଏ । ଦିନ ଶୀଘ୍ର ଶୀଘ୍ର ବିତିଯାଏ । ଏହାର କାରଣ ଖୋଜୁ । ମନକୁ ବୁଝାଇବାକୁ ଚେଷ୍ଟା କରୁ ତଥାପି କିଛି କରିପାରୁନା । ବିନା କିଛି ସଙ୍କେତ ଦେଇ ଆମକୁ କବଳିତ କରେ ଅବସାଦ । ହେଲେ କଥା ହେଉଛି ସେ ସମୟରେ ଆମେ ନିଜକୁ କେତେ ବୁଦ୍ଧିମତାର ସହ ସମ୍ଭାଳିବା । କିଛି ଭାବନାକୁ ଆମେ ନିଜ ଭିତରେ ଏମିତି ଜାବୁଡ଼ି ଧରୁ ଯେ ତାହା ଆବଶ୍ୟକତାଠାରୁ ଅଧିକ ଗୁରୁତର ଭଳି ମନେହୁଏ ଏବଂ ଆମକୁ ଆହୁରି ମାନସିକ ଅବସାଦକୁ ନେଇଯାଏ । ଏଠାରେ ନ୍ୟୁରୋସାଇଣ୍ଟିଷ୍ଟ ଡାକ୍ତର ଜିଲ୍ ବୋଲ୍ଟ ଟେଲରଙ୍କ କଥା ଗୁରୁତ୍ବପୂର୍ଣ୍ଣ । ସାଇନ୍ସ କହୁଛି, କୌଣସି ଭାବନା ଏହାର ପୂର୍ଣ୍ଣ ରୂପରେ ୯୦ ସେକେଣ୍ଟରୁ ଅଧିକ ସମୟ ରୁହେନି । ଏହା ପରେ ଭାବନା ବଦଳିଯାଏ । ଅନ୍ୟ ଭାବନରେ ମିଶିଯାଏ । ତେଣୁ କୌଣସି କଥାକୁ ନେଇ ବେଶି ଭାବିବା ଦରକାର ନାହିଁ । ମୁଁ ବି ଏଭଳି ସ୍ଥିତିକୁ ସାମ୍ନା କରିଛି , ଏହି ତଥ୍ୟକୁ ମୁଁ ଅନୁଭବ କରିଛି । ତେଣୁ କୌଣସି ଅକସ୍ମାତ୍ ବିସାଦକୁ ନେଇ ବ୍ୟସ୍ତ ହେବାର ନାହିଁ’ ।
Follow Us