କନକ ବ୍ୟୁରୋ: ବଲିଉଡ୍‌ ସୁପରଷ୍ଟାର ହ୍ରିତିକ୍ ରୋଶନ ଏବଂ ସାଉଥ୍‌ ସୁପରଷ୍ଟାର୍  ଜୁନିଅର ଏନଟିଆରଙ୍କ ଫିଲ୍ମ 'ୱାର୍ ୨' ୨୦୨୫ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ 'ୱାର୍'ର ସିକ୍ୱେଲ୍ 'ୱାର୍ ୨'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ରହିଛି । ଏହାର ଏକ କାରଣ ହେଉଛି ଏହି ଫିଲ୍ମରେ, ଭାରତୀୟ ସିନେମାର ଦୁଇ ସୁପରଷ୍ଟାର ପ୍ରଥମ ଥର ପାଇଁ ଏକାଠି ପରଦାରେ ନଜର ଆସିବେ । ଫିଲ୍ମ ରିଲିଜ୍‌କୁ କିଛି ମାସ ବାକିଥିବା ବେଳେ ରିଲିଜ୍ ପୂର୍ବରୁ ହିଁ ଫିଲ୍ମଟି କୋଟି କୋଟି ଟଙ୍କା ଆୟ କରିଥିବା ରିପୋର୍ଟରୁ ଜଣା ପଡ଼ିଛି ।

Advertisment

ସୂଚନା ମୁତାବକ, ଅଗଷ୍ଟ ୧୪ରେ ଫିଲ୍ମଟି ରୁପେଲି ପରଦାରେ ମୁକ୍ତିଲାଭ କରିବ । ଏହା ପୂର୍ବରୁ ଫିଲ୍ମଟି ୮୦କୋଟି ଟଙ୍କା ଆୟ କରିଛି । ଚର୍ଚ୍ଚା ହେଉଛି ଯେ, ଫିଲ୍ମ ନିର୍ମାତା ୮୦ କୋଟିରେ ଫିଲ୍ମର ତେଲୁଗୁ ରାଇଟ୍ସ ବିକ୍ରି କରିଛନ୍ତି । ଫିଲ୍ମରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ବ୍ୟତୀତ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିବେ । ଫିଲ୍ମର ଟିଜର ରିଲିଜ୍ ହୋଇସାରିଥିବା ବେଳେ ଟିଜର ଦେଖି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିଛି । ଫିଲ୍ମର ନିର୍ଦ୍ଦେଶନା ଅୟାନ ମୁଖାର୍ଜୀ ଦେଇଥିବା ବେଳେ ରିଲିଜ୍ ପରେ ବକ୍ସ ଅଫିସରେ ଏହା ଭଲ ଆୟ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା । 

ୟସ୍‌ରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉିଛି ଏହି ଫିଲ୍ମ । ତେବେ ହ୍ରିତିକ୍‌ ରୋଶନ ଓ ଜୁନିଅର ଏନ୍‌ଟିଆର୍‌ ଏକାଠି ପ୍ରମୋସନ କରୁଥିବା ଦେଖିବାକୁ ମିଳିବନି । ଉଭୟ ପୃଥକ୍‌ ପୃଥକ୍‌ ଭାବେ ଫିଲ୍ମ ପ୍ରମୋସନ କରିବେ । ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ାଇବା ପାଇଁ ଏଭଳି ରଣନୀତି ଆପଣାଇଛନ୍ତି ଫିଲ୍ମ ନିର୍ମାତା ।