କନକ ବ୍ୟୁରୋ : ବରଗଡ଼ ଜିଲ୍ଲା ଓଡ଼ିଶାର ଭାତହାଣ୍ଡି ଭାବେ ବେଶ ପରିଚିତ। ଧନୁ ଓ ଧାନର ସହର ବରଗଡ଼। ୧୯ଟି ୱାର୍ଡକୁ ନେଇ ଗଠିତ ସହରରେ ଲୋକ ସଂଖ୍ୟା ୨ ଲକ୍ଷରୁ ଅଧିକ। ଏଇଠି ରହିଛି ଦୋକାନ ବଜାର, କୋର୍ଟ କଚେରୀ, ହସ୍ପିଟାଲ, ତହସିଲ ଅଫିସ, ଜିଲ୍ଲାପାଳ ଅଫିସ, ବସଷ୍ଟାଣ୍ଡ ସବୁ କିଛି। ପ୍ରତିଦିନ ହଜାର ହଜାର ଲୋକଙ୍କ ଗହଳି ଲାଗୁଛି, ହେଲେ କୌଣସି ସ୍ଥାନରେ ନାହିଁ ଶୌଚାଳୟଟିଏ। ଯାହା ନିହାତି ଆବଶ୍ୟର। ଶୌଚାଳୟ ନଥିବାରୁ ରାସ୍ତା କଡ଼ରେ ପରିସ୍ରା କରୁଛନ୍ତି ଲୋକେ। ସରକାରୀ କାନ୍ଥ ବାଡ଼ରେ ଲେଖା ଯାଇଛି ଏଠାରେ ପରିସ୍ରା କରିବା ମନା। ହେଲେ କେଉଁଠି ଶୌଚ ହେବେ ସେ ବ୍ୟବସ୍ଥା ପ୍ରତି କାହାରି ନଜର ନାହିଁ।
ସହର ସ୍ୱଚ୍ଛ ରହିବ, ଲୋକେ ଶୌଚାଳୟ ସୁବିଧା ପାଇବେ। ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ସଫଳ ହେବ। ସେହି ଲକ୍ଷ୍ୟରେ ବରଗଡ଼ ପୌର ପରିଷଦ ତରଫରୁ କରାଯାଇଥିଲା ଶୌଚାଳୟ। ତାହା ଭଙ୍ଗାରୁଜା ଅବସ୍ଥାରେ ବର୍ଷ ବର୍ଷ ଧରି ପଡ଼ିରହିଛି କ୍ଷ ଫଳରେ ବରଗଡ଼ ସହରକୁ ବିଭିନ୍ନ କାମ ପାଇଁ ଆସୁଥିବା ଝିଅବୋହୂ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଧିକ ପଢ଼ନ୍ତୁ : ନୂଆ ରୂପ ପାଇବ ବରଗଡ଼ ଜୀରା ନଦୀ : ନିର୍ମାଣ ହେବ ଆନିକଟ, ବଢ଼ିବ ନଦୀ ତଟର ସୌନ୍ଦର୍ଯ୍ୟ
ପୌରପରିଷଦ ଅଧିକାରୀ ନିଜେ ସ୍ୱୀକାର କରିଛନ୍ତି, ସହରରେ ଗୋଟିଏ ବି ଶୌଚାଳୟ ନାହିଁ। ଲୋକେ ବହୁତ ହଇରାଣ ହେଉଛନ୍ତି। ପୂର୍ବ ସରକାର ଓ ପୂର୍ବ ପୌରାଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବରଗଡ଼ର ଏଭଳି ଅବସ୍ଥା! ସେମାନେ ସ୍ୱଚ୍ଛ ନଥିଲେ କି ସହରର ସ୍ୱଚ୍ଛତା କଥା ଭାବୁନଥିଲେ! ବୋଲି କହିଛନ୍ତି ବରଗଡ଼ ବିଧାୟକ। ବର୍ତ୍ତମାନରେ ବରଗଡ ବିକାଶ ଆଗେଇଛି, ଆଗକୁ ସହରର ପ୍ରତି ରାସ୍ତାକଡ଼ରେ ଶୌଚାଳୟ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଶ୍ୱିନୀ ଷଡ଼ଙ୍ଗୀ । ପୂର୍ବରୁ ସରକାରଙ୍କ ଅମଳରେ ହୋଇଥିବା ସ୍ୱଚ୍ଛତା ତ ଆଣ୍ଠେଇଛି, ବର୍ତ୍ତମାନର ବିଧାୟକ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେଉଛି, ତାକୁ ହିଁ ଅପେକ୍ଷା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/05/a6-2026-02-05-21-37-18.jpg)