କେମିତି ପାଇବେ ସୁଭଦ୍ରା ଟଙ୍କା? ବୁଝାଇ କହିଲେ ଉପମୁଖ୍ୟମନ୍ତ୍ରୀ । ପଢନ୍ତୁ, କଣ କହିଲେ ପ୍ରଭାତୀ ପରିଡା...

Advertisment

ଆସନ୍ତା ୨୪ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ପ୍ରାୟ ୨୦ଲକ୍ଷ ମହିଳାଙ୍କୁ ଏହି ପର୍ଯ୍ୟାୟର ଟଙ୍କା ମିଳିବ। ହେଲେ, କାହାକୁ ମିଳିବ କିଏ ପଡିବେ ବାଦ ସେ ନେଇ ଆବେଦନକାରୀ ଆଶା ଆଶଙ୍କାରେ ରହିଛନ୍ତି

ଆସନ୍ତା ୨୪ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ପ୍ରାୟ ୨୦ଲକ୍ଷ ମହିଳାଙ୍କୁ ଏହି ପର୍ଯ୍ୟାୟର ଟଙ୍କା ମିଳିବ। ହେଲେ, କାହାକୁ ମିଳିବ କିଏ ପଡିବେ ବାଦ ସେ ନେଇ ଆବେଦନକାରୀ ଆଶା ଆଶଙ୍କାରେ ରହିଛନ୍ତି

pravati parida on subhadra

କନକ ବ୍ୟୁରୋ: ଆସନ୍ତା ୨୪ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ପ୍ରାୟ ୨୦ଲକ୍ଷ ମହିଳାଙ୍କୁ ଏହି ପର୍ଯ୍ୟାୟର ଟଙ୍କା ମିଳିବ। ହେଲେ, କାହାକୁ ମିଳିବ କିଏ ପଡିବେ ବାଦ ସେ ନେଇ ଆବେଦନକାରୀ ଆଶା ଆଶଙ୍କାରେ ରହିଛନ୍ତି। ଏହାରି ଭିତରେ କେମିତି ସୁଭଦ୍ରା ଟଙ୍କା ପାଇବେ ସେ ନେଇ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

  • କେମିତି ପାଇବେ ସୁଭଦ୍ରା ଟଙ୍କା?
  • ବୁଝାଇ କହିଲେ ଉପମୁଖ୍ୟମନ୍ତ୍ରୀ 

ପ୍ରାୟ ୪୦ଲକ୍ଷ ଆବେଦନକାରୀ ସୁଭଦ୍ରା ଯୋଜନାରେ ସହାୟତା ପାଇବାକୁ ଅପେକ୍ଷା କରିଥିବାବେଳେ, କେମିତି ପାଇବେ ସେ ନେଇ ପରାମର୍ଶ  ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବହୁ ଆବେଦନକାରୀ ବିଭିନ୍ନ କାରଣରୁ ବାଦ ପଡୁଥିବାରୁ କହିଛନ୍ତି,  ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ ହୋଇଛି। ଅନେକ ମହିଳାଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଆଉ ଏକାଧିକ ନମ୍ବର ରହିଛି। ତେଣୁ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ନମ୍ବର ଯୋଡନ୍ତୁ। ସେହି ନମ୍ବର ଯେପରି ଆଧାର କାର୍ଡ ସହ ସଂଯୋଗ ଥିବ। ତାହେଲେ ସୁଭଦ୍ରା ଟଙ୍କା ଯୋଗାଇବାରେ ସୁବିଧା ହେବ।

ସରକାରଙ୍କ ସୂଚନା ଅନୁସାରେ ପୂର୍ବରୁ ୨ ଲକ୍ଷ ୬୭ ହଜାର ଆବେଦନକକାରୀଙ୍କୁ ଆବେଦନକୁ ରଦ୍ଦ କରାଯାଇଥିଲା। ତେବେ କେଉଁଠି ତ୍ରୁଟି ରହିଲା? ସେମାନେ ପ୍ରକୃତରେ ଯୋଗ୍ୟ ନା ଅଯୋଗ୍ୟ ତାର ଯାଞ୍ଚ ପାଇଁ ରଦ୍ଦ ତାଲିକାକୁ ବ୍ଲକ୍‌ ଅଫିସ୍‌କୁ ପଠାଯାଇଛି । ସେମାନଙ୍କ ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନୱାଡ଼ି କର୍ମୀ। ଯେଉଁମାନେ ଯୋଗ୍ୟ ହିତାଧିକାରୀ, ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୬୦ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଛି। କିନ୍ତୁ କୋଟିଏରୁ ଅଧିକ ମହିଳା ଆବେଦନ କରିଥିବାରୁ ଆହୁରି ୪୦ଲକ୍ଷ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe