କନକବ୍ୟୁରୋ : ସାମ୍ନାକୁ ଆସିଲା ଜାମ୍ମୁ ଓ କାଶ୍ମୀର ଏନକାଉଣ୍ଟରର ଭିଡିଓ। ଗତ ସପ୍ତାହରେ ଜମ୍ମୁ କାଶ୍ମୀରର ବାରାମୁଲାରେ  ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ଟଳି ପଡିଥିଲେ। ଏବେ ସେହି ଅପରେସନ ବେଳର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲିଛି । ଧନାଧନ ଗୁଳି ମାଡ କରୁଥିବାର ଶଦ୍ଦ ମଧ୍ୟ ଶୁଣାଯାଉଛି ।

ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଲାଇଭ ଫାଇଟର ଦୃଶ୍ୟ ଆପଣ ବି ଦେଖିଲେ ଆପଣଙ୍କର ଶିହରଣ ଖେଳିଯିବ । ଘାଟିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେ‌ଳେ ଏହି ଗୁଳିବିନିମୟ ହୋଇଥିଲା।

ନିଜ ଜୀବନ ବଞ୍ଚାଇବା ପାଇଁ ଆତଙ୍କବାଦୀମାନେ ଦୌଡି ପଳାଉଥିବା ଦେଖିବାକୁ ମିଳିଛି ଏହି ଭିଡିଓରେ,  ହେଲେ ସେନାର ଜୋରଦାର ଗୁଳିବର୍ଷାରେ ନିପାତ ହୋଇଥିଲେ ସମସ୍ତ ଆତଙ୍କୀ । ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ରାସ୍ତାରେ ଯା ଆସ କରୁଥିବା ଗାଡି ମୋଟର ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷା କର୍ମୀ ।