କନକ ବ୍ୟୁରୋ : ଗରିୟାବନ୍ଧ ନୂଆପଡା ସୀମାନ୍ତରେ ନକ୍ସଲ ପ୍ରବେଶ ନେଇ ସୂଚନା ଥିଲା । ନୂଆପଡା ଏସପି ନିଜ ସୋର୍ସରୁ ଖବର ପାଇଥିଲେ । ସୂଚନା ପାଇ ମିଳିତ ଭାବେ ଅପରେସନ୍ ଆରମ୍ଭ ହୋଇଥିଲା । ଓଡିଶା, ଛତିଶଗଡ ପୋଲିସ ଓ ସିଆରପିଏଫ୍ ମିଳିତ ଭାବେ ଅପରେସନ୍ ଆରମ୍ଭ କରିଥିଲେ । 

Advertisment

ନକ୍ସଲ ପ୍ରବେଶ ଖବର ପାଇ ଓଡିଶା-ଛତିଶଗଡ ପୋଲିସ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ୧୯ତାରିଖରେ ଅପରେସନ୍ ଆରମ୍ଭ କରିଥିଲେ । ଆଉ ୨୦ ତାରିଖରେ ସଫଳତା ମିଳିଥିଲା । ଗୋଟିଏ ପରେ ଗୋଟିଏ ମାଓବାଦୀଙ୍କୁ ନିପାତ କରିଥିଲା ଟିମ୍ । ୨୧ତାରିଖ ସୁଦ୍ଧା ୧୪ ମାଓବାଦୀଙ୍କ ମୃତଦେହ ଜନତ କରାଯାଇଥିଲା । ତେବେ ଏଥିରେ ୨ଯବାନ ଆହତ ହୋଇଛନ୍ତି ।

ଏବେ ବି ହାଇ ଆଲର୍ଟ ଜାରି ରହିଛି । ଓଡିଶା-ଛତିଶଗଡ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୌଣସି ବି ମାଓବାଦୀ ରାଜ୍ୟ ଭିତରକୁ ପଶିପାରିବେ ନାହିଁ । ଆଉ ୨୦ରୁ ୪୦ ମାଓବାଦୀ ଥିବା ଜଣାପଡିଛି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି । କେମିତି ଥିଲା ମାଓ ଅପରେସନ୍ ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ ।