କନକ ବ୍ୟୁରୋ: ଓଡ଼ିଶା ସୀମାନ୍ତ ଝାଡଖଣ୍ଡର ସରଣ୍ଡା ଜଙ୍ଗଲ ଅଞ୍ଚଳ । ଲୁଟ୍ କରିଥିବା ବିସ୍ଫୋରକ ସହ ବଡ ଯୋଜନା କରୁଥିଲା ଲାଲ ବାହିନୀ । କିନ୍ତୁ ମାଓବାଦୀଙ୍କ ସବୁ ଷଡଯନ୍ତ୍ରକୁ ପଣ୍ଡ କରି ଦେଇଛନ୍ତି ସିଆରପିଏଫ, ଡିଭିଏଫ ସମେତ ମିଳିତ ସୁରକ୍ଷା ବାହିନୀ । ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ବିସ୍ଫୋରକ ଲୁଟିନେବାର ୭୦ ଘଣ୍ଟା ପରେ ସରଣ୍ଡା ଜଙ୍ଗଲ ଭିତରୁ ପ୍ରାୟ ୭୦ ପ୍ରତିଶତ ବିସ୍ଫୋରକ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ବିସ୍ଫୋରକ ଉଦ୍ଧାର ସମୟରେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିବା ଖବର ମିଳିଛି । ଅନ୍ୟ ବିସ୍ଫୋରକର ଅନୁସନ୍ଧାନ ଚାଲିଛି, ସରଣ୍ଡା ଜଙ୍ଗଲରେ ଅପରେସନ ଜାରି ରହିଛି ।
ଲୁଟ୍ ବିସ୍ଫୋରକକୁ ନେଇ ଜଙ୍ଗଲ ଭିତରେ ଲୁଚି ଯାଇଥିଲେ ମାଓବାଦୀ । ଓଡ଼ିଶା ସୀମା ଡେଇଁ ଝାଡଖଣ୍ଡ ଅଞ୍ଚଳ ଭିତରକୁ ଯିବା ପରେ ଘଞ୍ଚ ଜଙ୍ଗଲ ଭିତରେ ବଡ ଷଡଯନ୍ତ୍ର କରିଥିଲେ । ସୂଚନା ଅନୁସାରେ ୩୦ ପ୍ରତିଶତ ବିସ୍ଫୋରକ ଗୋଟିଏ ଗ୍ରୁପ୍ ଜଂଗଲର ଅନ୍ୟ ଅଂଚଳକୁ ଚାଲି ଯାଇଥିଲେ । ଅବଶିଷ୍ଟ ବିସ୍ଫୋରକକୁ ଭାଗ ଭାଗ କରିବା ସହ ସମୟରେ ଅତର୍କିତ ଚଢ଼ାଉ କରିଥିଲେ ସୁରକ୍ଷା ବାହିନୀ । ଜୋରଦାର ପ୍ରହାର ପରେ ଛତ୍ରଭଙ୍ଗ ଦେଇଥିଲେ ଲୁଚିଥିବା ମାଓବାଦୀ । ଆଉ ମିଳିଥିଲା ଲୁଟ୍ ବିସ୍ଫୋରକ ।
ଗତ ମଙ୍ଗଳବାର ସୁନ୍ଦରଗଡ଼ର ବାଙ୍କୋ ସ୍ଥିତ ଖଣିକୁ ୪ଟନ୍ ବିସ୍ଫୋରକ ନେଉଥିବା ଗାଡ଼ିକୁ ଅଟକାଇଥିଲେ ୩୦ରୁ ୪୦ ଜଣ ଲୋକ । ଡ୍ରାଇଭରକୁ ଧମକଚମକ ଦେଇ ଗାଡିକୁ ସରଣ୍ଡା ଜଙ୍ଗଲକୁ ଭିତରକୁ ନେବା ପରେ ପେଟିରେ ଥିବା ବିସ୍ଫୋରକ ଲୁଟ୍ କରି ଚମ୍ପଟ ମାରିଥିଲେ । ଖବର ପାଇ ପୁଲିସ ଖୋଳତାଡ଼ା କରି ରାତିରେ ସରଣ୍ଡା ଜଙ୍ଗଲରୁ ଗାଡ଼ିକୁ ଜବତ କରିଥିଲା, ହେଲେ ବିସ୍ଫୋରକ ନଥିଲା । ସରଣ୍ଡାରେ ମାଓବାଦୀଙ୍କୁ ଗତିବିଧି ଥିବାରୁ ମାଓବାଦୀ ଲୁଟିଥିବା ସନ୍ଦେହ କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ଗଠିତ ସ୍ବତନ୍ତ୍ର ଏସଆଇଟି ଟିମ୍ ଓ ଏନଆଇଏ ମିଳିତ ଭାବେ ତଦନ୍ତ ଆରମ୍ଭ କଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ପହଞ୍ଚି ଛାନ୍ଭିନ୍ କରିଥିଲେ । ବିସ୍ଫୋରକ ପଠାଇବା ବେଳେ ଏସଓପି ମାନିନଥିବାରୁ ବାରୁଦ ଗୋଦାମ ମାଲିକକୁ ପୁଲିସ ପଚରା ଉଚରା କରୁଛି । ଏହାରି ଭିତରେ ଝାଡଖଣ୍ଡ ସୀମାନ୍ତ ତିରିଲପୋଷ ନିକଟରୁ ବିପୁଳ ବିସ୍ଫୋରକ ଉଦ୍ଧାର ହୋଇଛି ।
ମାଓବାଦୀଙ୍କ ସହ ଲୁଚକାଳି ଖେଳ, ଜଙ୍ଗଲ ଭିତରୁ ମିଳିଲା ୭୦% ବିସ୍ଫୋରକ
କେମିତି ଲୁଟ୍ ହେଲା ବିସ୍ଫୋରକ ? ଲୁଟ୍ ପଛରେ ମାଓବାଦୀ ନା ଆଉ କିଏ ?
/kanak/media/media_files/2025/05/30/xlZPDKtNw9O2N8v76G9g.jpg)