war Photograph: (google)
କନକ ବ୍ୟୁରୋ: ଇରାନ ଓ ଇସ୍ରାଲ ଯୁଦ୍ଧ ଭିତରେ ଟ୍ରମ୍ପ ମୁଣ୍ଡ ପୂରାଇବା ପରେ ପୂରା ଗୋଳମାଳିଆ ହୋଇଯାଇଛି ଯୁଦ୍ଧ ଗଣିତ । ଆମେରିକା ଏବଂ ଇରାନ ମଧ୍ୟରେ ଥିବା ତିକ୍ତତା ଏବେ ଏକ ଭୟଙ୍କର ରୂପ ନେଇଛି । ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ଆମେରିକାର ଏକ ବଡ଼ ଧରଣର ସାମରିକ ଆକ୍ରମଣରେ ନିହତ ହୋଇଛନ୍ତି । କିନ୍ତୁ ଏହି ଲଢ଼େଇ କେବଳ ଗୋଳା-ବାରୁଦର ନଥିଲା, ବରଂ ଏହା ପଛରେ ଥିଲା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇର ଏକ ବଡ଼ ହାତ ।
ଗତ ୨୮ ଫେବ୍ରୁଆରିରେ ଆରମ୍ଭ ହୋଇଥିଲା 'ଅପରେସନ୍ ଏପିକ୍ ଫ୍ୟୁରି' । ଆମେରିକା ଏବଂ ଇସ୍ରାଏଲର ମିଳିତ ସେନା ଇରାନର ପରମାଣୁ କେନ୍ଦ୍ର ଓ କ୍ଷେପଣାସ୍ତ୍ର ଘାଟିକୁ ଟାର୍ଗେଟ କରିଥିଲେ । 'ଦ ଗାର୍ଡିୟାନ'ର ରିପୋର୍ଟ ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ଅପରେସନ ପଛରେ Anthropic ର ଶକ୍ତିଶାଳୀ ଏଆଇ ମଡେଲ 'କ୍ଲାଉଡ'ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।
ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଆକ୍ରମଣର ମାତ୍ର କିଛି ଘଣ୍ଟା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସରକାରୀ ଏଜେନ୍ସିଗୁଡ଼ିକୁ ଏହି ଏଆଇ ଟୁଲ୍ରୁ ସମ୍ପର୍କ ଛିନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପେଣ୍ଟାଗନ ଏହି ନିର୍ଦ୍ଦେଶକୁ ଏଡ଼ାଇ ଯୁଦ୍ଧ ରଣନୀତିରେ Claudeକୁ ସାମିଲ କରିଥିଲା ।
କିଭଳି କାମ କଲା ଏଆଇ?
ଖାମେନେଇଙ୍କ ପାଇଁ ସାଜିଲା ଖଳନାୟକ
ସାଧାରଣ ରାଡାର ଯେଉଁ ଗୁପ୍ତ ଘାଟିକୁ ଧରିପାରୁ ନଥିଲେ, ଏଆଇ ତାହାକୁ ଚିହ୍ନଟ କରିବାରେ ସଫଳ ହୋଇଥିଲା । ଘାତକ ଡ୍ରୋନ୍ ଗୁଡ଼ିକୁ କୌଣସି ମଣିଷ ନୁହେଁ, ବରଂ ଏଆଇ ନିଜେ ନିୟନ୍ତ୍ରଣ କରୁଥିଲା, ଯାହା ଫଳରେ ଆକ୍ରମଣ ଶତପ୍ରତିଶତ ସଠିକ୍ ହୋଇଥିଲା । ହଜାର ହଜାର ସାଟେଲାଇଟ୍ ଇମେଜ୍କୁ ମାତ୍ର କେଇ ସେକେଣ୍ଡରେ ଆନାଲିସିସ୍ କରି ଏଆଇ ସେନାକୁ ରିଅଲ-ଟାଇମ୍ ସୂଚନା ଦେଇଥିଲା । ଆଉ ଖାମେନେଇଙ୍କ ଖେଳ ଖତମ କରିଥିବା ଦାବି କରିଥିଲା ଆମେରିକା ।
ଏହି ଘଟଣା ପରେ ଇରାନ ସ୍ତବ୍ଧ ହୋଇଯାଇଛି । ଇରାନ ସରକାର ଏହାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଏହାକୁ ଟେକ୍ନୋଲୋଜିକାଲ୍ ଆତଙ୍କବାଦ ବୋଲି ଆଖ୍ୟା ଦେଇଛନ୍ତି । ଇରାନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଏହି ଏଆଇ ବ୍ୟବହାର ପାଇଁ ଆମେରିକାକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ । 'ଅପରେସନ ଏପିକ ଫ୍ୟୁରୀ' ଏହା ପ୍ରମାଣ କରିଦେଇଛି ଯେ ଭବିଷ୍ୟତର ଯୁଦ୍ଧ ଆଉ କେବଳ ସୀମାରେ ଲଢ଼ାଯିବ ନାହିଁ । ଯାହା ପାଖରେ ଶକ୍ତିଶାଳୀ ଏଆଇ ଅଛି, ସେ ହିଁ ଯୁଦ୍ଧ ଜିତିବ । ଖେମିନିଙ୍କ ମୃତ୍ୟୁ ପରେ ଏବେ ପଶ୍ଚିମ ଏସିଆରେ ମହାଯୁଦ୍ଧ ଏବେ ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁବାରେ ଲାଗିଛି ।
Follow Us