କନକ ବ୍ୟୁରୋ; ନିଶାମୁକ୍ତ ଭାରତ ଗଠନ ସଂକଳ୍ପ ନେଇ ସାରା ଦେଶରେ ଗଣଦୌଡ । ରାଜଧାନୀ ଭୁବନେଶ୍ବରରେ କ୍ରୀଡା ଓ ଯୁବସେବା ବିଭାଗ ସହ ବିଜେପି ଜନତା ଯୁବ ମୋର୍ଚ୍ଚା ଦ୍ଵାରା ନମୋ ଯୁବ ରନ ମାରାଥନ ଆୟୋଜନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଦୌଡ଼ିଲେ ୧୦ ହଜାର ଯୁବକ ଯୁବତୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂ, ସିଦ୍ଧାନ୍ତ ମହପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ନେତା ମାରାଥନ ଦୌଡ଼ିଥିଲେ। ଗଣଦୌଡ ପରେ ଚା ଦୋକାନ ଆଗରେ ବସି ଚାହା ପିଇଲେ। ଲୋକଙ୍କୁ ସହ କଥାବାର୍ତ୍ତା ହୋଇ ନିଶା ନିବାରଣ ସଂପର୍କରେ ବୁଝାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ୱର ୧୭ରୁ ଅକ୍ଟୋବର ୨ତାରିଖ ଯାଏଁ ସରକାରଙ୍କ ପକ୍ଷରୁ ସେବାପକ୍ଷ ପାଳନ କରାଯାଉଛି । ଏହିକ୍ରମରେ ନିଶାମୁକ୍ତ ଭାରତ ଗଠନ ପରିକଳ୍ପନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମିନି ମାରାଥନ ଆୟୋଜିତ ହୋଇଯାଇଛି । ଦେବଗଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଚେତନତା ଗଣଦୌଡ଼ ସହର ପରିକ୍ରମା କରିବା ପରେ ଇଣ୍ଡୋର ଷ୍ଟାଡିୟମ ଠାରେ ସମାପ୍ତ ହୋଇଥିଲା ।
ନବରଙ୍ଗପୁର ମୁନସିପାଲଟିଠାରୁ ସ୍ଥାନୀୟ ମଣ୍ଡେଇ ପଡ଼ିଆ ଯାଏଁ ମିନି ମାରାଥନରେ ସାମିଲ ହୋଇଥିଲେ ଶହ ଶହ ଯୁବକ ଯୁବତୀ। ବାରିପଦା ଠାରେ ଜନସାଧାରଣଙ୍କ ମଧ୍ୟରେ ନିଶା ନିବାରଣ ସଚେତନତା ସୃଷ୍ଟି ନିମନ୍ତେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ସେହିପରି ଯାଜପୁରରେ ମଧ୍ୟ ଗଣଦୌଡ ଜରିଆରେ ଲୋକଙ୍କ ସେଚତନ କରାଯାଇଛି । ନିଶାମୁକ୍ତ ଭାରତ ଗଠନ ହେଲେ ଦେଶରେ ବିକାଶ ଆଗେଇଯିବ । ଯୁବପୀଢି ନିଶାଠୁ ଦୁରେଇ ରହିଲେ ଦେଶର ପ୍ରଗତି ସାରା ବିଶ୍ୱ ଦେଖିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/21/bjp-2025-09-21-20-02-26.jpg)