କନକବ୍ୟୁରୋ : ବର୍ତ୍ତମାନ ସମାଜରେ ଯୁବପିଢି ଯେତିକି ଆଗକୁ ବଢୁଛନ୍ତି ସେତିକି ନିଜକୁ ଅପଡେଟ୍ କରୁଛନ୍ତି । କିନ୍ତୁ ଏହାରି ଭିତରେ ସେ ଗୋଟିଏ କଥା ନିଜ ସମ୍ପର୍କକୁ ନେଇ କେମିତି ଯତ୍ନବାନ ହେବେ ତାହା ଭୁଲିଯାଉଛନ୍ତି । ସମାଜରେ ଏବେ ଏ ସମସ୍ତ କାରଣ ପାଇଁ କେଉଁଠି ବଧୁହତ୍ୟା ତ ଆଉ କେଉଁଠି ସ୍ବାମୀ ସ୍ତ୍ରୀ ଝଗଡା ତ ଆଉ କେଉଁଠି ହତ୍ୟା ଓ ଯୌତୁକ  ଏସବୁ ଦେଖିବାକୁ ମିଳୁଛି । 

Advertisment

ବିବାହିତ ଲୋକମାନଙ୍କ ମଧ୍ୟରେ ଅଧିକାଂଶ ମତାନ୍ତର ମନାନ୍ତର ବଢିବାରେ ଲାଗିଛି କଥା କଥାରେ ଏତେ ଯୁକ୍ତି ବଢୁଛି ଯେ କଥା ଯାଇ ଡିଭୋର୍ସ ରେ ପଂହଚି ଯାଉଛି । କିଏ ନ ଚାହେଁ  ଜୀବନରେ ଖୁସିରେ ରହିବା  ।  ତେବେ ଆଜିର ଦୁନିଆରେ ଖୁବ୍ କମ ବ୍ୟକ୍ତି ବୋଧହୁଏ ଖୁସିରେ ଅଛନ୍ତି ।  କାରଣ ବ୍ୟସ୍ତ ବହୁଳ ଜୀବନ ଏବଂ କାର୍ଯ୍ୟଶୈଳୀ ପାଇଁ ମଣିଷଙ୍କ ଠାରୁ ଯେପରି ଖୁସି ଦୂରେଇ ଦୂରେଇ ଯାଉଛି ।  ଟଙ୍କା ପଛରେ ଗୋଡାଉଥିବା ମଣିଷ ଯେ ଜୀବନରେ କେତେ ଖୁସି ଅଛି ତାହା କାହାକୁ ଅଜ୍ଞାତ ନାହିଁ । 

ଆଜି ଆମେ ବିବାହିତ ହୋଇଥିବା ଯୁବପିଢିଙ୍କ କଥା କହୁଛୁ ଯାହା ଏବେ ପ୍ରମୁଖ ସମସ୍ୟା ପାଲଟିଛି , କାରଣ ଏବେ ଏହି ସମସ୍ୟା ସମାଜରେ ପ୍ରମୁଖ କାରଣ । ବର୍ତ୍ତମାନ ସମାଜ ରେ ବିବାହ ପରେ କେହି କାହାକୁ ବୁଝିବାକୁ ନାରାଜ ଜିଦି ଏବେ ସାଜିଛି ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ  ଆଜି ଆମେ ସମ୍ଫର୍କକୁ ନେଇ ଏମିତି କିଛି କହିବୁ  ଯାହା ବିବାହ ପରେ ଆପଣଙ୍କ ବୈବାହିକ ଜୀବନକୁ ଖୁସି ରେ ରଖିବ  ,

ଯେତେବେଳେ ସ୍ବାମୀଟିଏ  ମଣିଷ ଦିନ ସାରା କାମ କରିଥାଏ । ଆଉ ଯେତେବେଳେ ସେ ଘରକୁ ଫେରିଥାଏ ସେହି ସମୟରେ  ସେ ବାହାର ଚିନ୍ତା ସହ ଅଫିସ ର ମାନସିକ ଚିନ୍ତା ଘର ଚିନ୍ତା ଏହି ସବୁ ନେଇ ବାହାରୁ ଆସିଥାଏ ସେହି ସମୟରେ ସେ କଣ କରିବ ତାକୁ ନେଇ ଦିନ ସାରା କଣ ହାସିଲ କଲା ମାନସ ମନ୍ଥନ କରିଥାଏ । ହେଲେ ତାକୁ ଶେଷରେ ଅବଶୋଷ ବ୍ୟତୀତ ଆଉ କିଛି ମିଳେନି ।

ତେବେ ସେହି ସମୟରେ ସେ ଚାହିଁଥାଏ ଘରକୁ ଫେରିବା ପରେ ସ୍ତ୍ରୀ ସହ ସେୟାର କରି ନିଜ ମନ ହାଲୁକା କରିବ ।  କିନ୍ତୁ ସେହି ସମୟରେ ଆପଣଙ୍କ ଚିଡିଚିଡା ପଣ ତାଙ୍କୁ ମାନସିକ ଗ୍ରସ୍ତ କରିଥାଏ ।  ତେଣୁ ସେହି ସମୟରେ ତାଙ୍କୁ ବୁଝନ୍ତୁ ହଠାତ କୌଣସି ଜିନିଷ ସମ୍ପର୍କରେ ତିକ୍ତତା ଆଣିଥାଏ ।  ତେଣୁ ସବୁ ପରିସ୍ଥିତିରେ ଦୁହେଁ ଦୁହିଙ୍କୁ ବୁଝନ୍ତୁ ପରିସ୍ଥିତି ଖରାପ  ବେଳେ ନିଜ ସମ୍ପର୍କକୁ ଅନ୍ୟ ଆଗରେ କୁହନ୍ତୁ ନାହିଁ  ।  କାରଣ ବାହାଘର ଦୁଇଟି ମନ ଓ ଶରୀରର ମିଳନର ସାମାଜିକ ସ୍ୱୀକୃତିପ୍ରାପ୍ତ ଏକ ଉତ୍ସବ । ଯେଉଁ ଉତ୍ସବରେ ଦୁଇଟି ମନ ଓ ଦୁଇଟି ଦେହ ସହ ଦୁଇ ପରିବାରର ମିଳନ ଘଟେ । 

ସମାଜରେ ବିବାହର ମହତ୍ୱ ସର୍ବଦା ଉପରେ । ବିବାହ ଏକ ସାମାଜିକ ପ୍ରଥା ହୋଇଥିବାରୁ ଏଥିରେ ଅନେକ ପ୍ରକାରର ଵିଧି ଓ ନିୟମ ମଧ୍ୟ ପାଳିତ ହୁଏ   ।  ଦୁଇଟି ନବ ଦମ୍ପତି କିଭଳି ଆଗାମୀ ଜୀବନଟିକୁ ଖୁସିରେ ବିତେଇବେ ସେଥିପାଇଁ ପାରିବାରିକ ଏବଂ ସାମାଜିକ ଵିଧି ଓ ନିୟମର ପାଳନ କରାଯାଇ ଇଷ୍ଟ ଏବଂ ଅଭିଷ୍ଟ ଦେବତାଙ୍କ ପାଖରେ ପ୍ରାର୍ଥନା କରାଯାଇ ଦୁହିଁଙ୍କ ମଙ୍ଗଳ କାମନା କରାଯାଏ  । 

ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ସେ ନିଜକୁ ସାମାଜିକ ବନ୍ଧନରେ ବାନ୍ଧିବାକୁ ଅନେକ ପ୍ରକାର ନୀତି ନିୟମର ସାହାର୍ଯ୍ୟ ନିଏ।ସେହି ନୀତି ନିୟମ ଭିତରୁ ବିବାହ ଅନ୍ୟତମ।ସାମାଜିକ ଜୀବନରେ ବିବାହର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡେ଼ । ପ୍ରତ୍ୟେକ ମଣିଷର ଖୁସି ରହିବାର କାରଣ ଅଲଗା ହୋଇଥାଏ ।  ତେଣୁ କିଛି ଝିଅ ଓ ପୁଅଙ୍କ ଚିନ୍ତାଧାରା ଥାଏ ଯେ ବାହାଘର ପରେ ସ୍ବାଧୀନତା ଚାଲିଯାଏ ।  ସେମିତି କିଛି ଭାବିବା ଆଗରୁ ବିବାହ ର ଦାୟିତ୍ବ ବୁଝନ୍ତୁ ପରସ୍ପର ପ୍ରତି ଯତ୍ନଶୀଳ ହେଲେ ସବୁ  ଜିନିଷ ସହଜ ଲାଗେ କାରଣ ଦୋଷ ଦେବା ସହଜ ହୋଇଥାଏ  ନିଜ ଭୁଲ ମାନିବା କଷ୍ଟ ତେଣୁ ବିବାହକୁ ବୋଝ ନଭାବି ନିଜ ଦାୟିତ୍ବ ବୁଝନ୍ତୁ ।