କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ପ୍ରାୟ ସଭିଙ୍କ ଠାରେ ଦେଖାଦେଲାଣି ପେଟ ରୋଗ । ଖାଦ୍ୟ ହଜମ ନହେବା, ଏସିଡିଟି, ଛାତି ଜଳାପୋଡ଼ା ଲାଗିବା ଭଳି ଅନେକ ସମସ୍ୟା ଦେଖାଦେଉଛି । ଏଭଳି ସ୍ଥିତି ଏବେ ଦିନକୁ ଦିନ କ’ଣ ପାଇଁ ବୃଦ୍ଧି ପାଉଛି, କ’ଣ ଏହାର କାରଣ ଓ ନିରାକରଣ ସେ ନେଇ ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଦୀନବନ୍ଧୁ ମହାରଣାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
ପେଟରୋଗର କାରଣ
ଖାଲି ପେଟରେ ରହିବା
ଜଙ୍କ୍ଫୁଡ୍ ଖାଇବା
ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା
ତେଲଛଣା ଖାଦ୍ୟ ଖାଇବା
ଠିକ୍ ସମୟରେ ନଖାଇବା
ପେଟରୋଗର ନିରାକରଣ
ଖାଲିପେଟରେ ରୁହନ୍ତୁ ନାହିଁ
ଠିକ୍ ସମୟରେ ଖାଆନ୍ତୁ
ପ୍ରତିଦିନ ବ୍ୟାୟାମ କରନ୍ତୁ
ସିଝା ପାଣି ପିଅନ୍ତୁ
ସକାଳୁ ଉଷୁମ ପାଣି ପିଅନ୍ତୁ
ପନିପରିବା, ସିଝା ଜିନିଷ ଖାଆନ୍ତୁ
ଅମୃତଭଣ୍ଡା, ବିଟ୍, ଗାଜର ଖାଆନ୍ତୁ
ଜନ୍ତା ରୁଟି ଖାଆନ୍ତୁ