କନକ ବ୍ୟୁରୋ: ଚିନି ପ୍ରାୟତଃ ପ୍ରତ୍ୟେକଙ୍କ ଘରେ ଉପଲବ୍ଧ ଥାଏ । ଘର ମାନଙ୍କରେ ସବୁବେଳେ ବ୍ୟବହାର ହେଉଥିବା  ଖାଦ୍ୟ ମଧ୍ୟରେ ଚିନି ଅନ୍ୟତମ । ବାସ୍ତବରେ ଭାରତରେ ଅଟା ଏବଂ ଚାଉଳ  ପରେ ସବୁଠାରୁ ବ୍ୟବହାର ହେଉଥିବା  ଖାଦ୍ୟ ହେଉଛି ଚିନି । ଆଜିକା ସମୟରେ ସବୁ ଜିନିଷ ତ ଭେଜାଲ ହେଉଛି  । ଏହି ଧାରାରେ ଚିନି କେମିତି ବାଦ୍‌ ପଡିବ । ତେବେ ଚିନିରେ ଅପମିଶ୍ରଣ ଆମେ ଜାଣିବା କିପରି ? 

Advertisment
sugar
sugar Photograph: (kanaknews)

 
ପାଣିର ସାହାଯ୍ୟରେ ଚିନିରେ ଅପମିଶ୍ରଶ ଅଛି କି ନାହିଁ ଜାଣିପାରିବେ । ଚିନିରେ କିଛି ଘାତକ କେମିକାଲ୍‌ସ ବ୍ୟତିତ ଚକ୍‌ ପାଉଡର , ୟୁରିଆ, ୱାସିଙ୍ଗ ସୋଡା ଏବଂ  ପ୍ଲାଷ୍ଟିକ୍‌  କ୍ରିଷ୍ଟଲ ଆଦିର ମିଶ୍ରଣ ହୋଇଥାଏ । ଆସନ୍ତୁ ଜାଣିବା ଚିନିରେ ୟୁରିୟାର ମିଶ୍ରଣ ଜାଣିବେ କିପରି ? FSSAI  ଦ୍ବାରା ଏକ ମାଧ୍ୟମ କୁହାଯାଇଛି ।   ଯେଉଁ ମାଧ୍ୟମ ଦ୍ବାରା  ଆପଣ ଘରେ ମଧ୍ୟ ଏହା ବ୍ୟବହାର କରି ଜାଣିପାରିବେ ଚିନିରେ ୟୁରିଆର ମିଶ୍ରଣ ହୋଇଛି କି ନାହିଁ ।

sugar
sugar Photograph: (kanaknews)

 

ଗୋଟିଏ ଚାମୋଚ ଚିନିକୁ ନେଇ ଏକଗ୍ଲାସ ପାଣିରେ ଭଲରେ ମିଶ୍ରଣ କରିଦିଅନ୍ତୁ । ଏହି ଚିନି ପାଣିକୁ ଶୁଙ୍ଘିକି ଦେଖନ୍ତୁ ଯଦି ଏଥିରେ ୟୁରିଆର ବାସ୍ନା ଆସୁନି ତେବେ କୌଣସି ମିଶ୍ରଣ ହୋଇନାହିଁ । ଆଉ ଯଦି ୟୁରିଆ ସ୍ମେଲ୍‌ ଆସୁଛି  ବୁଝି ନିଅ ଯେ ଏଥିରେ ୟୁରିଆ ମିଶ୍ରଣ ଅଛି ।