କନକବ୍ୟୁରୋ: ଭରତପୁର ଘଟଣା ଭଳି ପୁଣି ଏକ ଅଭାବନୀୟ ଘଟଣା ।  ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜଧାନୀରେ ଅସଦାଚରଣ  । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୁଲିସ୍  । କଳିଙ୍ଗ ଷ୍ଟାଡିୟମ୍ ଛକରେ ଗାଡ଼ି ୟୂଟର୍ନ କରିବାକୁ ନେଇ ଦୁଇ ମଦ୍ୟପ ଓ ଡିଆଇଜିଙ୍କ ମଧ୍ୟରେ ହୋଇଥିଲା ବଚସା  । ଉଭୟ ମଦ୍ୟପଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଛାତ୍ର ଆଉ ଜଣେ ଚାକିରି କରିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Advertisment

ଘଟଣା କିଛି ଏପରି ଥିଲା, ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଦାସ ଓ ତାଙ୍କ ପତ୍ନୀ କଳିଙ୍ଗ ଷ୍ଟାଡିୟମ୍ ଛକରେ କାର ୟୂଟର୍ଣ କରୁଥିବା ବେଳେ ଟ୍ରାଫିକରେ ଦୁଇ ଜଣ ଯୁବକ ତାଙ୍କ ଗାଡ଼ିକୁ ଅବରୋଧ କରିଥିଲେ  । ଏହାକୁ ଡିଆଇଜି ବିରୋଧ କରିବାରୁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇ ମଦ୍ୟପ ଯୁବକ ଅସଭ୍ୟ ଭାଷାରେ ଗାଳି କରିବା ସହ ରାସ୍ତା ଛାଡିନଥିଲେ  । ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ  ।

ଅନ୍ୟପଟେ ଏନେଇ ନୟାପଲ୍ଲୀ ଥାନାରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ  । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ କମିଶନର ଏସ ଦେବଦତ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି  । ସେପଟେ ସାଧାରଣରେ ପ୍ରଶ୍ନ ଉଠୁଛି କେତେ ସୁରକ୍ଷିତ ରାଜଧାନୀ। ପୁଣି ଏକ ଭରତପୁର ପରି ଘଟଣା ଘଟିବା

ଏହାର ପ୍ରମାଣ ବୋଲି କୁହାଯାଇପାରେ। ଯେତେବେଳେ ଜଣେ କୋଷ୍ଟଗାର୍ଡ଼ ଓ ତାଙ୍କ ପତ୍ନୀଙ୍କୁ ମଦ୍ୟପ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି, ସେଠି ଜଣେ ସାଧାରଣ ଲୋକ କେତେ ସୁରକ୍ଷିତ, ପ୍ରଶ୍ନ ଉଠିବା ସ୍ବାଭାବିକ। ପୂର୍ବରୁ ଭରତପୁର ଥାନା ଅଂଚଳରେ ଜଣେ ଆର୍ମି ମେଜର ଓ ତାଙ୍କ ପତ୍ନୀଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିଥିଲେ । 

ଏହାକୁ ନେଇ ରାଜ୍ୟରେ ହଇଚଇ ଖେଳିଯାଇଥିଲା। ଅଭିଯୋଗ ପାଇଁ ଭରତପୁର ଥାନାକୁ ଯାଇଥିବା ବେଳେ ସେଠାରେ ମଧ୍ୟ ଠିକ୍ ଭାବେ ବ୍ୟବହାର ହୋଇନଥିଲା। ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ଖେଳିଯାଇଥିଲା । 

ଏପରିକି ଏହା ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପାଲଟିଥିଲା । ଏବେ ପୁଣି କୋଷ୍ଟଗାର୍ଡ଼ର ଜଣେ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ରାଜଧାନୀ କେତେ ସୁରକ୍ଷିତ, ପ୍ରଶ୍ନବାଚୀ ସୃଷ୍ଟି କରିଛି ।