କନକ ବ୍ୟୁରୋ : ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ରାଜ୍ୟର ଉଦବେଗଜନକ ଚିତ୍ର । ଗୋଟିଏ ବର୍ଷରେ ୨ହଜାରରୁ ଅଧିକ ମହିଳା ଅପରାଧ ମାମଲା ରୁଜୁ ହୋଇଥିବା ରିପୋର୍ଟ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିସନ । ଘରୋଇ ହିଂସା ମାମଲା ସବୁଠୁ ଅଧିକ ଥିବା ବେଳେ, ମହିଳା ଅପରାଧ କ୍ଷେତ୍ରରେ ଆଗରେ ଅଛି ଟ୍ୱିନସିଟି ।
ଉଦବେଗ ସୃଷ୍ଟି କଲା ରାଜ୍ୟ ମହିଳା କମିସନଙ୍କ ପକ୍ଷରୁ ଜାରି ମହିଳା ବିରୋଧୀ ଅପରାଧର ବାର୍ଷିକ ରିପୋର୍ଟ । ୨୦୨୪-୨୫ ବର୍ଷରେ ରୁଜୁ ହୋଇଛି ୨୦୬୪ ମହିଳା ବିରୋଧୀ ଆପରାଧିକ ମାମଲା । ୧୮୭୯ ମାମଲା ସମାଧାନ କରିବାରେ ସଫଳ ହୋଇଛନ୍ତି ମହିଳା କମିସନ । ମହିଳା ଅପରାଧର ସବୁଠାରୁ ଶୀର୍ଷରେ ରହିଛି ଘରୋଇ ହିଂସା । ଏ ସମ୍ପର୍କିତ ୮୫୨ ମାମଲା ମହିଳା କମିସନଙ୍କ ନିକଟରେ ରୁଜୁ ହୋଇଛି । ୬୭୫ଟି ଯୌତୁକଜନିତ ନିର୍ଯାତନା ଓ ପରିତ୍ୟାଗ ମାମଲା ଏବଂ ୧୮୨ଟି ମହିଳା ଅଧିକାର ଏବଂ ୧୩୭ଟି ଅସଦାଚରଣ ମାମଲା ହୋଇଛି । ୨୪ଟି ଦୁଷ୍କର୍ମ ଓ ୧୨ଟି ଯୌତୁକଜନିତ ହତ୍ୟା ମାମଲା ହୋଇଛି । ରିପୋର୍ଟ କହୁଛି- ମହିଳା ହିଂସାରେ ସବୁଠୁ ଆଗରେ ରହିଛି ଦ୍ୱୈତନଗରୀ । ବର୍ଷକ ମଧ୍ୟରେ ଭୁବନେଶ୍ୱରରେ ୨୯୮ଟି ଓ କଟକରେ ୨୧୪ଟି ମାମଲା ରୁଜୁ ହୋଇଛି ।
ଅଧିକ ପଢ଼ନ୍ତୁ : କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ : ଗଣ୍ଡଗୋଳ ପରେ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ
ଏଣିକି ଘରେ ରହି ମହିଳା କମିସନଙ୍କୁ କରିହେବ ଅନଲାଇନ ଅଭିଯୋଗ । ଆଜି ରାଜ୍ୟ ମହିଳା କମିସନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ୱେବସାଇଟ ଓ ପୋର୍ଟାଲ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସମ୍ପଦ ସ୍ୱାଇଁ ପ୍ରମୁଖ । ପ୍ରଭାତୀ ପରିଡ଼ା କହିଛନ୍ତି- ଗାଁରେ ‘ଅଙ୍ଗନବାଡ଼ି ଭୋଜ’ କାର୍ଯ୍ୟକ୍ରମ କରିବାକୁ ଯାଉଛି ମହିଳା ଓ ଶିଶୁ ବିକାଶ ବିଭାଗ । ଲୋକମାନେ ଯେମିତି ତାଙ୍କ ବିବାହ ଓ ଜନ୍ମଦିନରେ ଖାଇବାକୁ ଦେଉଛନ୍ତି, ସେହିଭଳି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ପୁଷ୍ଟିସାର ଖାଦ୍ୟ ବଣ୍ଟନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ଆସନ୍ତା ମାସରେ ୩ ହଜାର ‘ସୁଭଦ୍ରା ଶକ୍ତି ମାର୍ଟ’ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/11/women-in-odisha-2026-02-11-20-31-53.jpg)