କେତେ ସୁରକ୍ଷିତ ରାଜଧାନୀବାସୀ ? ପଡୋଶୀଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଧମକ । ଅଭିଯୁକ୍ତ ଅଟକ

Advertisment

ଅସୁରକ୍ଷିତ ରାଜଧାନୀ । କଥା କଥାକେ ଫୁଟିଛି ଗୁଳି, ଅପରାଧୀ ଦେଖାଉଛନ୍ତି ବନ୍ଧୁକ । ଘରୋଇ କଳିରେ ବି ବନ୍ଧୁକ ଦେଖାଇ ଯୁବକ କରୁଛନ୍ତି ଭୟଭୀତ । ଝାରପଡା ଗ୍ରାମ ଦୋଳମଣ୍ଡପ ସାହିରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା

ଅସୁରକ୍ଷିତ ରାଜଧାନୀ । କଥା କଥାକେ ଫୁଟିଛି ଗୁଳି, ଅପରାଧୀ ଦେଖାଉଛନ୍ତି ବନ୍ଧୁକ । ଘରୋଇ କଳିରେ ବି ବନ୍ଧୁକ ଦେଖାଇ ଯୁବକ କରୁଛନ୍ତି ଭୟଭୀତ । ଝାରପଡା ଗ୍ରାମ ଦୋଳମଣ୍ଡପ ସାହିରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା

bbsr 2

କନକବ୍ୟୁରୋ: ଅସୁରକ୍ଷିତ ରାଜଧାନୀ । କଥା କଥାକେ ଫୁଟିଛି ଗୁଳି, ଅପରାଧୀ ଦେଖାଉଛନ୍ତି ବନ୍ଧୁକ । ଘରୋଇ କଳିରେ ବି ବନ୍ଧୁକ ଦେଖାଇ ଯୁବକ କରୁଛନ୍ତି ଭୟଭୀତ । ଝାରପଡା ଗ୍ରାମ ଦୋଳମଣ୍ଡପ ସାହିରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ଘର କାମକୁ ନେଇ ଝଗଡ଼ା ହେବା ପରେ ଜଣେ ଯୁବକ ବନ୍ଧୁକ ଦେଖାଇ ପଡୋଶୀ ଘର ଲୋକଙ୍କୁ ଭୟଭୀତ କରୁଥିବା ଭିଡିଓ ଭାଇରାଲ ହୋଇଛି ।  

ଦୋଳମଣ୍ଡପ ସାହିରେ ପଡୋଶୀଙ୍କ ସହ ଘର କାମକୁ ନେଇ ରମେଶ ବେହେରା ଓରଫ ବାବାଜୀଙ୍କ ଝଗଡ଼ା ହୋଇଥିଲା । ପରେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିଥିଲେ ବାବାଜୀ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ବାବାଜୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତାଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ କରାଯାଇଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe