କନକବ୍ୟୁରୋ: ଅସୁରକ୍ଷିତ ରାଜଧାନୀ । କଥା କଥାକେ ଫୁଟିଛି ଗୁଳି, ଅପରାଧୀ ଦେଖାଉଛନ୍ତି ବନ୍ଧୁକ । ଘରୋଇ କଳିରେ ବି ବନ୍ଧୁକ ଦେଖାଇ ଯୁବକ କରୁଛନ୍ତି ଭୟଭୀତ । ଝାରପଡା ଗ୍ରାମ ଦୋଳମଣ୍ଡପ ସାହିରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ଘର କାମକୁ ନେଇ ଝଗଡ଼ା ହେବା ପରେ ଜଣେ ଯୁବକ ବନ୍ଧୁକ ଦେଖାଇ ପଡୋଶୀ ଘର ଲୋକଙ୍କୁ ଭୟଭୀତ କରୁଥିବା ଭିଡିଓ ଭାଇରାଲ ହୋଇଛି ।
ଦୋଳମଣ୍ଡପ ସାହିରେ ପଡୋଶୀଙ୍କ ସହ ଘର କାମକୁ ନେଇ ରମେଶ ବେହେରା ଓରଫ ବାବାଜୀଙ୍କ ଝଗଡ଼ା ହୋଇଥିଲା । ପରେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିଥିଲେ ବାବାଜୀ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ବାବାଜୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତାଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ କରାଯାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/Cep99K1dldpjmcDSDuU0.jpg)