କେତେ ସୁରକ୍ଷିତ ଯାତ୍ରୀବାହୀ ବସ୍ । କାହାର ପରିମିଟ୍ ନାହିଁ ତ କାହାର ନାହିଁ ଫିଟନେସ, ଭଗବାନଙ୍କ ଭରସାରେ ଯାତ୍ରୀ

ପାରଳାଖେମୁଣ୍ଡି ସଦର ମହକୁମା ଠାରୁ ଯାତୟାତ କରୁଥିବା ୩ଟି ବସରେ କାହାର ପଲ୍ୟୁସନ ନାହିଁ ତ କାହାର ବୀମା ନାହିଁ, ଆଉ କାହାର ନମ୍ବର ବି ପ୍ଲେଟ୍ ନାହିଁ। ଏପରି ଅବସ୍ଥାରେ ଚାଲିବା ପରେ ବି ପରିବହନ ଅଧିକାରୀ କେମିତି ବସ ଗୁଡ଼ିକୁ ଫିଟନେସ୍‌ ସାର୍ଟିଫିକେଟ୍  ଦେଉଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ସେପଟେ ଆରଟିଓ କହୁଛନ୍ତି ବସ ଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇ ଫିଟନେସ୍ ଦିଆଯାଉଛି। 

fdghfdhffdhdhfd

କନକ ବ୍ୟୁରୋ : ଗଜପତି ଜିଲ୍ଲା ସଦର ମହକୁମା ଠାରୁ ୯୧ଟି ବସ୍ ଚାଲୁଥିବା କାଗଜପତ୍ରରେ ଉଲ୍ଲେଖ ରହିଛି । ହେଲେ ପ୍ରକୃତରେ ୬୦ଟିରୁ ୭୦ଟି ବସ୍ ଚାଲୁଥିବା ଅଭିଯୋଗ ହୋଇଛି । ବସରେ କୌଣସି ପ୍ରକାର ସୁବିଧା ନାହିଁ। ବର୍ଷା ଦିନେ ବସ ଗୁଡ଼ିକରୁ ପାଣି ଗଳୁଛି। ଅବସ୍ଥା ଏପରି ଯେ ପାରଳାଖେମୁଣ୍ଡିରୁ ମୋହନା ଯିବା ସମୟରେ ବସ ଗୁଡ଼ିକ ଘାଟି ଚଢ଼ିପାରୁନାହିଁ। ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ପାରଳାଖେମୁଣ୍ଡି ସଦର ମହକୁମା ଠାରୁ ଯାତୟାତ କରୁଥିବା ୩ଟି ବସରେ କାହାର ପଲ୍ୟୁସନ ନାହିଁ ତ କାହାର ବୀମା ନାହିଁ, ଆଉ କାହାର ନମ୍ବର ବି ପ୍ଲେଟ୍ ନାହିଁ। ଏପରି ଅବସ୍ଥାରେ ଚାଲିବା ପରେ ବି ପରିବହନ ଅଧିକାରୀ କେମିତି ବସ ଗୁଡ଼ିକୁ ଫିଟନେସ୍‌ ସାର୍ଟିଫିକେଟ୍  ଦେଉଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ସେପଟେ ଆରଟିଓ କହୁଛନ୍ତି ବସ ଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇ ଫିଟନେସ୍ ଦିଆଯାଉଛି। 

ତେବେ ବସ ମାଲିକ ଓ ପରିବହନର ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବସ ଚାଲିଥିବା ଅଭିଯୋଗ ହୋଇଛି ।  ତୁରନ୍ତ ଏହି ସବୁ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe