କଟକରେ କେତେ ସୁରକ୍ଷିତ ଆପାର୍ଟମେଣ୍ଟ ; ଚିନ୍ତା ବଢ଼ାଇଲା ମଣିସାହୁ ଛକ ଅଘଟଣ

କାଲିର ଅଘଟଣ ଭଳି ଆଉ କେଉଁଠି ଯେଭଳି ଏ ଅଘଟଣ ନ ଘଟିବ ସେଥିପ୍ରତି ସଜାଗ ଅଛି କି ପ୍ରଶାସନ । କଟକ ବକ୍ସିବଜାର ମଣିସାହୁ ଛକ ସ୍ଥିତ ସେହି ଆପାର୍ଟମେଣ୍ଟ, ଯେଉଁଠି ଶନିବାର ଘଟିଥିଲା ବଡ଼ ଅଘଟଣ ।

Cuttack

Cuttack Photograph: (kanak news)

କନକ ବ୍ୟୁରୋ: କଟକରେ କେତେ ସୁରକ୍ଷିତ ପୁରୁଣା ବିଲ୍ଡିଂ  । କାଲିର ଅଘଟଣ ଭଳି ଆଉ କେଉଁଠି ଯେଭଳି ଏ ଅଘଟଣ ନ ଘଟିବ ସେଥିପ୍ରତି ସଜାଗ ଅଛି କି ପ୍ରଶାସନ । କଟକ ବକ୍ସିବଜାର ମଣିସାହୁ ଛକ ସ୍ଥିତ ସେହି ଆପାର୍ଟମେଣ୍ଟ, ଯେଉଁଠି ଶନିବାର ଘଟିଥିଲା ବଡ଼ ଅଘଟଣ । ଆପାର୍ଟମେଣ୍ଟର ୫ ମହଲାରୁ ବାଲ୍‌କୋନି ଛାତ ଧସିଯାଇ ତଳେ ଥିବା ଏକ ଆଜବେଷ୍ଟସ୍‌ ଘରେ ପଡ଼ିଥିଲା । ଆଉ ଆଜବେଷ୍ଟସ୍ ଭାଙ୍ଗି ଚୁନା ହୋଇଯାଇଛି । ସାଲିଂ ଫ୍ୟାନ୍ ଛିଡ଼ି ଖଟରେ ପଡ଼ିଛି । ଛିନଛତ୍ର ହୋଇପଡ଼ିଛି ଆସବାବପତ୍ର ।  ଘଟଣାରେ ଜଣେ ଶିଶୁ ସହ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଅନ୍ୟ ୩ ଆହତ ମେଡିକାଲ ବେଡ୍‌ରେ । 

ଅଧିକ ପଢନ୍ତୁ... ଡିସେମ୍ବର ପହିଲାରୁ ୧୯ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ

ସୂଚନା ଅନୁଯାୟୀ ଅଘଟଣ ଘଟିଥିବା ଏ ଆପାର୍ଟମେଣ୍ଟର ବିଲ୍‌ଡିଂ ଆପ୍ରୁଭାଲ୍ ନଥିଲା । ବେଆଇନ ଭାବେ କରାଯାଇଥିଲା ୬ ମହଲା କୋଠା । ତା ଛଡ଼ା ଆପାର୍ଟମେଣ୍ଟର ମାଲିକାନାକୁ ନେଇ ବି ବିବାଦ ଲାଗିରହିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କଟକରେ ରହିଛି ମାଳମାଳ ଅସୁରକ୍ଷିତ ବିଲ୍‌ଡିଂ । ସହରରେ ୨୨୧ଟି ବିପଦସଙ୍କୁଳ କୋଠା ଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ପ୍ରଶାସନ । ଏସବୁ ବିଲ୍‌ଡିଂ ୮ଟି ସରକାରୀ ସଂସ୍ଥା ଏବଂ ୨ ଜଣ ବ୍ୟକ୍ତି ବିଶେଷଙ୍କ ନାଁରେ ରହିଛି । ସେସବୁକୁ ଖାଲି କରିବା ସହ ଭାଙ୍ଗିବା ଲାଗି ନିର୍ଦ୍ଦେଶ ବି ଦିଆଯାଇଥିଲା । ମାତ୍ର ଏଯାଏଁ ହୋଇନି କୌଣସି ଆକ୍ସନ । ପ୍ରଶ୍ନ ଉଠୁଛି ଯଦି ବିପଦସଙ୍କୁଳ ଅବସ୍ଥାରେ ଥିବା ଏ ୨୨୧ ବିଲ୍‌ଡିଂରେ କିଛି ଅଘଟଣ ଘଟେ, ତେବେ ଦାୟୀ ରହିବେ କିଏ? ଆଉ କିଛି ଅଘଟଣ ଘଟିବା ପୂର୍ବରୁ କି ପଦକ୍ଷେପ ନେବ ପ୍ରଶାସନ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe