କନକ ବ୍ୟୁରୋ : ଗୁଜରାଟ ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ଡିଜିସିଏର ଚିନ୍ତା ପଶିଛି । ଦେଶରେ ଥିବା ବିମାନବନ୍ଦରଗୁଡିକର ସ୍ଥିତି କିଭଳି ରହିଛି ତାହାକୁ ନେଇ ବିଭାଗ ଅନୁଧ୍ୟାନ ଚଳାଇଛି । ଏହି କ୍ରମରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଚାଲିଛି ଅନୁଧ୍ୟାନ । ଏୟାରଫିଲ୍ଡ ଏନଭାରଭମେଣ୍ଟ ମ୍ୟାନେଜମେଣ୍ଟ କମିଟି ବା ଏଇଏମସି ଏହା ଉପରେ ଅନୁଧ୍ୟାନ ଚଳାଇଛି । ଭୁବନେଶ୍ୱର ବିମାନ ବନ୍ଦରର ବିମାନ ଟେକ୍ଅପ୍ ଓ ଲ୍ୟାଣ୍ଡିଂ ପଥରେ ରହିଛି ପ୍ରତିବନ୍ଧକ। ବିମାନ ଟେକଅପ୍ ପଥରେ ବଡ ବଡ ଗଛ ରହିଛି । ଏପରିକି ରନୱେର ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଅନେକ ବେଆଇନ ଉଚ୍ଚ ଅଟ୍ଟାଳିକା ବିମାନ ବନ୍ଦର ପାଖରେ ଗଢିଉଠିଛି । ଗତମାସରେ ହୋଇଥିବା ଏୟାରଫିଲ୍ଡ ଏନଭାରଭମେଣ୍ଟ ମ୍ୟାନେଜମେଣ୍ଟ କମିଟି ବୈଠକରେ ଏହାର ଅଧ୍ୟକ୍ଷ ତଥା ବିଏମସି କମିସନରଙ୍କୁ ଏନେଇ ଅବଗତ କରାଯାଇଥିବା ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ କହିବା ପରେ ସ୍ଥିତି ପରଖିଛି କନକ ନ୍ୟୁଜ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us