କନକ ବ୍ୟୁରୋ : କାମ ଭିତରେ ଆମେ ସମସ୍ତେ ଏମିତି ହଜିଯାଉଛନ୍ତି ଯେ କିଛି ବ୍ୟକ୍ତିଗତ କାମ ଥିଲେ ବି ତାହା ସମୟ ଅନୁସାରେ କରିହେଉନି । ତେଣୁ କେମିତି ଛୁଟିଦିନ ଆସିବ ଅପେକ୍ଷା ସମସ୍ତଙ୍କର ଥାଏ । ବର୍ଷ କିମ୍ୱା ମାସ ଆରମ୍ଭରୁ କେତେ ଛୁଟି ଅଛି ଏଥର, କ୍ୟାଲେଣ୍ଡରରେ ଆମେ ସମସ୍ତେ ମାର୍କ କରିରଖନ୍ତି । ଆଉ ଏହାରି ଭିତରେ ୨୫ ମସିହାର ଛୁଟି ଲିଷ୍ଟ ସାମ୍ନାକୁ ଆସିଛି । ଆଉ ସ୍ପଷ୍ଟ ହୋଇଛି ୨୫ରେ ଆପଣଙ୍କୁ କେତୋଟି ମିଳିବ ଛୁଟି ?
କେଉଁ ମାସରେ ସର୍ବାଧିକ ଛୁଟି
ଆଗାମୀ ବର୍ଷରେ ସବୁ ମାସରେ ଯେ ଅଧିକ ଛୁଟି ମିଳିବ ତାହା ନୁହେଁ ବରଂ ଜାନୁଆରୀ, ଏପ୍ରିଲ, ଅଗଷ୍ଟ ଓ ଅକ୍ଟୋବର ମାସରେ ଅଧିକ ଛୁଟି ମିଳିବ । ଏହି ଚାରିମାସରେ ଶୁକ୍ରବାର ଓ ସୋମବାର ଅଧିକ ଦିନ ରହୁଥିବରୁ କର୍ମଚାରୀମାନେ ଶୁକ୍ରବାରଠୁ ସୋମବାର ପର୍ଯ୍ୟନ୍ତ ଲମ୍ୱା ଛୁଟି ପାଇବାକୁ ଯାଉଛନ୍ତି । ଏହାସହ ସେୟାର ବଜାରରେ ଶନିବାର ଓ ରବିବାରକୁ ଛାଡ଼ି ୧୪ଛୁଟି ରହିବ ।
ନଜର ପକାନ୍ତୁ ଗେଜେଟେଡ୍ ଛୁଟି ତାଲିକା ଉପରେ
ଜାନୁଆରୀ ୨୬ ତାରିଖ, ଗଣତନ୍ତ୍ର ଦିବସ,୨୬ ଫେବ୍ରୁଆରୀ,ମହା ଶିବରାତ୍ରୀ ,୧୪ ମାର୍ଚ୍ଚ, ହୋଲି, ୩୧ ମାର୍ଚ୍ଚ, ଇଦ୍-ଉଲ୍-ଫିତର, ୧୦ ଏପ୍ରିଲ ମହାବୀର ଜୟନ୍ତୀ, ୧୮ ଏପ୍ରିଲ ଗୁଡ୍ ଫ୍ରାଇଡେ, ୧୨ ମେ ବୁଦ୍ଧ ପୂର୍ଣ୍ଣିମା, ୭ ଜୁନ୍ ଇଦ ଉଲ ଜୁହା ,୬ ଜୁଲାଇ ମହରମ, ୧୫ ଅଗଷ୍ଟ ସ୍ବାଧୀନତା ଦିବସ, ୧୬ ଅଗଷ୍ଟ ଜନ୍ମାଷ୍ଟମୀ, ୫ ସେପ୍ଟେମ୍ୱର ଇଦ ଏ ମିଲାଦ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ, ୨ ଅକ୍ଟୋବର ଦଶହରା, ୨୦ ଅକ୍ଟୋବର ଦୀପାବଳି, ୫ ନଭେମ୍ୱର ଗୁରୁ ନାନକ ଜୟନ୍ତୀ, ୨୫ ଡିସେମ୍ୱର ବଡ଼ଦିନ ।
ରେସଟିକ୍ଟେଡ୍ ହଲିଡେ
୧ ଜାନୁଆରୀ ନୂଆବର୍ଷ, ୬ ଜାନୁଆରୀ ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ, ୧୪ ଜାନୁଆରୀ ମକର ସଂକ୍ରାନ୍ତି, ୨ ଫେବ୍ରୁଆରୀ ବସନ୍ତ ପଞ୍ଚମୀ,୧୨ ଫେବ୍ରୁଆରୀ ଗୁରୁ ରବିଦାସ ଜୟନ୍ତୀ,୧୯ ଫେବ୍ରୁଆରୀ ଶିବାଜୀ ଜୟନ୍ତୀ, ୨୩ ଫେବ୍ରୁଆରୀ ସ୍ବାମୀ ଦୟାନନ୍ଦ ସରସ୍ବତୀ ଜୟନ୍ତୀ, ୧୩ ମାର୍ଚ୍ଚ ହୋଲି ଦହନ, ୧୩ ମାର୍ଚ୍ଚ ଦୋଳଯାତ୍ରା, ୧୬ ଏପ୍ରିଲ ଜନ୍ମାଷ୍ଟମୀ,୨୭ ଅଗଷ୍ଟ ଗଣେଶ ଚତୁର୍ଥୀ, ୨୯ ସେପ୍ଟେମ୍ବର ମହାସପ୍ତମୀ, ୩୦ ସେପ୍ଟେମ୍ୱର ମହାଷ୍ଟମୀ, ୧ ଅକ୍ଟୋବର ମହାନବମୀ, ୭ ଅକ୍ଟୋବର ମହର୍ଷି ବାଲ୍ମକୀ ଜୟନ୍ତୀ,୧୦ ଅକ୍ଟୋବର କରକ ଚତୁର୍ଥୀ, ୨୦ ଅକ୍ଟୋବର ନରକ ଚତୁର୍ଦ୍ଦଶୀ, ୨୨ ଅକ୍ଟୋବର ଗୋବର୍ଦ୍ଧନ ପୂଜା, ୨୩ ଅକ୍ଟୋବର ଭାଇ ଦୁଜ୍, ୨୮ ଅକ୍ଟୋବର ଛଟ ପୂଜା, ୨୪ ନଭେମ୍ୱର ଗୁରୁ ତେଗ ବହାଦୁର ଶହୀଦ ଦିବସ ।
ଇଏ ତ ଗଲା ଜାତୀୟ ଛୁଟି ତାଲକା । ଠିକ୍ ସେହିପରି ରାଜ୍ୟରେ ବି ଅନେକ ଛୁଟି ରହିଛି । ଯେଉଁ ଗୁଡ଼ିକ ମଧ୍ୟରେ ଉତ୍କଳ ଦିବସ, ଶ୍ରମିକ ଦିବସ, ରଥଯାତ୍ରା, ରାକ୍ଷୀ ପୂର୍ଣ୍ଣିମା,ମହାଳୟା ଆଦି ଅନେକ ଛୁଟି । ମୋଟ୍ ଉପରେ ୨୪ ଅପେକ୍ଷା ୨୫ରେ ଅଧିକ ଛୁଟି ପଡଥିବାରୁ ଏବେଠୁ ଉତ୍ସାହିତ କର୍ମଚାରୀ ।