କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ପରେ ରତ୍ନଭଣ୍ଡାରରେ କେତେ ଅଳଙ୍କାର ଥିଲା । ପୂର୍ବ ଗଣତି ଅନୁଯାୟୀ ସବୁ ଅଳଙ୍କାର ସୁରକ୍ଷିତ ଅଛି ତ? ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବଡ ସୂଚନା ଦେଇଛନ୍ତି ରାଜ୍ୟ କରକାର । ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ତାହା ସାର୍ବଜନୀନ ହେବ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 

Advertisment

ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିଛି । ଶେଷ ହେବା ପରେ ଗଣତି ମଣତି ହେବ ।  ଗଣତି ମଣତି କାର୍ୟ୍ୟ ଶେଷ ହେବା ପରେ ତଥ୍ୟ ଦିଆଯିବ । ବିଧାନସଭାରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ । ତେବେ ଏଠାରେ କହିରଖୁଛୁ କି ଶେଷ ଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା ।