କନକ ବ୍ୟୁରୋ :  ଆଜିକା ସମୟରେ ଡାଇବେଟିସ୍‌ ଗୋଟିଏ ସାଧାରଣ କଥା । ଯଦି ଆମେ ଦେଖିବା ଘରେ ଘରେ ଡାଇବେଟିସ୍‌ ରୋଗୀଙ୍କୁ ପାଇବା । ଡାଇବେଟିସ୍‌ ରୋଗୀଙ୍କୁ ଅନେକ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ। ସେଥିମଧ୍ୟରୁ କିଛି ଗୁରୁତ୍ବପୂର୍ଣ୍ଣ କଥା  କେବଳ ମଧୁମେହ ରୋଗୀଙ୍କ ପାଇଁ ।  

Advertisment

କେତେଥର ପରୀକ୍ଷା କରିବେ ବ୍ଲଡ ସୁଗାର ଲେବଲ ? 

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହେଉଛି ନିଜର ବ୍ଲଡ ସୁଗାର ଚେକ୍‌ କରିବା । ଯାହାଦ୍ବାରା ସୁଗାର ଲେବଲର ମନିଟରିଙ୍ଗ କରାଯାଇପାରିବ । ଯାହା ଟାଇବେଟିସ୍‌ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ସୁଗାର ଲେବଲ ପରୀକ୍ଷା କରିବା ଦ୍ବାରା ରୋଗୀ ଜାଣିପାରିଥାଆନ୍ତି ଯେ ତାଙ୍କ ବ୍ଲଡରେ ସୁଗାରର ମାତ୍ରା ନର୍ମାଲ ଅଛି କି  ଅଧିକ । ସୁଗାର ଅଧିକ ରହିଲେ ତାକୁ ନିୟନ୍ତ୍ରଣ କରାଯାଇପାରିବ । କିଛି ମଧୂମେହ ରୋଗୀ ପ୍ରତ୍ୟେକ ଥର ଗୋଟିଏ ଦିନ ସୁଗାର ଲେବଲ ପରୀକ୍ଷା କରିଥାଆନ୍ତି । କିନ୍ତୁ ଆଉ କିଛି ଲୋକ ୨-୩ ଥର ଏପରି କରିଥାଆନ୍ତି ।  ତେବେ ଏଠି ପ୍ରଶ୍ନ ମନରେ ଆସୁଥିବ ଯେ ଡାଇବେଟିସ୍‌ ରୋଗୀ କେତେଥର ବ୍ଲଡ ସୁଗାର ଯାଞ୍ଚ କରିପାରିବ ?  

ଏହା ଡାକ୍ତରଙ୍କ କହିବା ଉପରେ ନିର୍ଭର କରିଥାଏ ।  ତେବେ ଯାହାଙ୍କର ସୁଗାର ଲେବଲ ଫ୍ଲକ୍‌ଚୁଏଟ  କରୁନାହିଁ ସେମାନେ ଦିନକୁ ଥରେ ସୁଗାର ଚେକ୍‌ କରିପାରିବେ । ଆଉ ଯେଉଁ ଡାଇବେଟିସ୍‌ ରୋଗୀଙ୍କ ସୁଗାର ଳେବଲ ବହୁତ ଅଧିକ ରହିଥାଏ ସେମାନଙ୍କୁ ଦିନକୁ  ଦୁଇ ଥର ସୁଗାର ଲେବଲ ଚେକ କରିବା ଦରକାର । ପ୍ରଥମେ ଖାଲିପେଟରେ ଏବଂ ଦ୍ବିତୀୟ ଥର  ଲଞ୍ଚ ପରେ । 

ଟାଇପ୍‌ ୨ ଡାଇବେଟିସ ରୋଗୀ ସାଧାରଣ ଭାବେ ଦିନକୁ ଏକ ରୁ ଦୁଇ ଥର ସୁଗାର ଲେବଲ  କରିବା ଆବଶ୍ୟକ । ସେହିପରି ଟାଇପ ୧ ଡାଇବେଟିସ ରୋଗୀଙ୍କୁ ଅଧିକ ସୁଗାର ଚେକ୍‌  କରିବାକୁ ପଡିଥାଏ । କାହିଁକି ନା ତାଙ୍କ ଶରୀର  ଇନ୍ସୁଲିନ୍‌  ପ୍ରଡ୍ୟୁସ୍‌  କରିନଥାଏ । ଏହି ରୋଗୀ ମାନଙ୍କୁ  ପ୍ରତ୍ୟେକ ଦିନ  ୩ ରୁ ୪ ଥର  ସୁଗାର ଚେକ୍‌ କରିବାକ ପଡିଥାଏ । ଯଦି ଆପଣ ସୁଗାର ଲେବଲ ନିୟମିତ ଯାଞ୍ଚ କରିବାକୁ ଚାହୁଁଛନ୍ତି ତେବେ ବ୍ରେକଫାଷ୍ଟ ପୂ୍ର୍ବରୁ ଏବଂ ଲଞ୍ଚ, ଡିନର ପରେ ସୁଗାର ଲେବଲ ଚେକ କରିପାରିବେ । ଯାହାଦ୍ବାରା ଦିନସାରାର ସୁଗାର ଲେବଲ ଜଣାପଡିଥାଏ।