କନକ ବ୍ୟୁରୋ : ସରକାରଙ୍କୁ ଭାଗଚାଷୀ ଅଡୁଆ । ରାଜ୍ୟରେ ଭାଗଚାଷୀଙ୍କ ସଂଖ୍ୟା ନେଇ  ବିଜେଡି ସଦସ୍ୟ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ କନକବର୍ଦ୍ଧନ କହିଥିଲେ ଦଶମ କୃଷି ଗଣନା ୨୦୧୫-୧୬ ଅନୁଯାୟୀ ରାଜ୍ୟରେ ୨ଲକ୍ଷ ୮୩ ହଜାର ୭୧ ଭାଗଚାଷୀ ଅଛନ୍ତି । ସେହିପରି କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ କେ.ଭି କହିଥିଲେ ୨୦୧୫-୧୬ କୃଷି ଗଣନା ଅନୁଯାୟୀ ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ ଅଛନ୍ତି ।

Advertisment

ରାଜ୍ୟରେ ଭାଗଚାଷୀ ସଂଖ୍ୟା ନେଇ ଗୋଟିଏ ବର୍ଷର ହିସାବ ଦିଆଯାଇଥିବା ବେଳେ ଭିନ୍ନଭିନ୍ନ ତଥ୍ୟ ଦିଆଯାଇଛି । ପୁଣି ଆଜି ଗୋଟିଏ ଦିନରେ ହିଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ଉତ୍ତର ଦେଇ ଭାଗଚାଷୀଙ୍କ ସଂଖ୍ୟା ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି । ଏଥିରୁ କେଉଁଟି ଠକ୍ ଓ କେଉଁଟା ଭୁଲ୍? ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ  ଅଶୋକ ମହାନ୍ତି । 

ଉପମୁଖ୍ୟମନ୍ତ୍ରୀ କେ.ଭି କହିଥିଲେ, ରାଜ୍ୟରେ କୃଷକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୩୯ ଯୋଜନା ପ୍ରଣୟନ କରାଯାଇଥିବା ବେଳେ ଭାଗଚାଷୀଙ୍କୁ ସାର, ବିହନ, ଯନ୍ତ୍ରପାତି ଉପରେ ସବସିଡି ଦିଆଯାଉଛି । ଭାଗଚାଷୀଙ୍କୁ ବଳରାମ ଯୋଜନାରେ କୃଷିଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି ବୋଲି କନକବର୍ଦ୍ଧନ କହିଥିବା ବେଳେ ଭାଗଚାଷୀଙ୍କ ସଂଖ୍ୟା ଠିକ୍ ଦେଇପାରୁ ନଥିବାରୁ  ସରକାର ସେମାନଙ୍କୁ କିଭଳି ନ୍ୟାୟ ଦେବେ ବୋଲି ପ୍ରଶ୍ନ ଉଠୁଛି ।