କେନ୍ଦ୍ରାପଡାରେ ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ ଯାଇଛି ୨୨ ଜଣଙ୍କ ଜୀବନ । ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର...

Advertisment

କେନ୍ଦ୍ରାପଡାରେ ଗତ ୫ ବର୍ଷରେ ୨୨ ଜଣଙ୍କ ଜୀବନ କୁମ୍ଭୀର ଆକ୍ରମଣରୁ ଯାଇଛି । ବ୍ରାହ୍ମଣୀ ବୈତରଣୀ ଏବଂ ଖରସ୍ରୋତା ନଦୀରେ ୨୦୧୯-୨୦ ରୁ ୨୦୨୩-୨୪ ଯାଏଁ ମୋଟ ୨୨ ଜଣଙ୍କୁ ମାରିଛି କୁମ୍ଭୀର । ଏବଂ ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି କାରଣରୁ କୁମ୍ଭୀର ଉପରମୁହାଁ ହୋଇଥାନ୍ତି ।

କେନ୍ଦ୍ରାପଡାରେ ଗତ ୫ ବର୍ଷରେ ୨୨ ଜଣଙ୍କ ଜୀବନ କୁମ୍ଭୀର ଆକ୍ରମଣରୁ ଯାଇଛି । ବ୍ରାହ୍ମଣୀ ବୈତରଣୀ ଏବଂ ଖରସ୍ରୋତା ନଦୀରେ ୨୦୧୯-୨୦ ରୁ ୨୦୨୩-୨୪ ଯାଏଁ ମୋଟ ୨୨ ଜଣଙ୍କୁ ମାରିଛି କୁମ୍ଭୀର । ଏବଂ ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି କାରଣରୁ କୁମ୍ଭୀର ଉପରମୁହାଁ ହୋଇଥାନ୍ତି ।

51 croco

କନକ ବ୍ୟୁରୋ: କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଖବର ସବୁବେଳେ ଚର୍ଚ୍ଚାରେ ରହିଥାଏ । କିଏ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୁଏ ତ ପୁଣି କିଏ ପୋଖରୀରେ ଶୌଚ ହେଲା ବେଳେ କୁମ୍ଭୀର ତାକୁ ଖାଇଦିଅ । କୁମ୍ଭୀରକୁ ନେଇ ବେସ୍ ଚର୍ଚ୍ଚାରେ ଏବଂ ହେଡଲାଇନରେ ରହୁଥିବା କେନ୍ଦ୍ରାପଡାକୁ ନେଇ ବିଧାନସଭାରେ ପ୍ରଶ୍ନ ହୋଇଛି । 

କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡାରେ କେତେ ଲୋକଙ୍କ ଜୀବନ ଯାଇଛି ? ଆଳିର ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ । କେନ୍ଦ୍ରାପଡାରେ ବ୍ରାହ୍ମଣୀ ବୈତରଣୀ ଏବଂ ଖରସ୍ରୋତା ନଦୀରେ ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ କେତେ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ କୁମ୍ଭୀର ନଦୀରୁ ବାହାରି ଉପରମୁହାଁ ହେବାର କାରଣ କଣ ବୋଲି ପ୍ରତାପ ଦେବଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ମନ୍ତ୍ରୀ ଉତ୍ତର ରଖିଛନ୍ତି- କେନ୍ଦ୍ରାପଡାରେ ଗତ ୫ ବର୍ଷରେ ୨୨ ଜଣଙ୍କ ଜୀବନ କୁମ୍ଭୀର ଆକ୍ରମଣରୁ ଯାଇଛି । ବ୍ରାହ୍ମଣୀ ବୈତରଣୀ ଏବଂ ଖରସ୍ରୋତା ନଦୀରେ ୨୦୧୯-୨୦ ରୁ ୨୦୨୩-୨୪ ଯାଏଁ ମୋଟ ୨୨ ଜଣଙ୍କୁ ମାରିଛି କୁମ୍ଭୀର । ଏବଂ ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି କାରଣରୁ କୁମ୍ଭୀର ଉପରମୁହାଁ ହୋଇଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe