କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରି ଭାରତ ତା'ର ସପ୍ତମ ଆଇସିସି  ଟାଇଟଲ ହାତେଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଟିମ୍ ଇଣ୍ଡିଆ ଆଗରେ ୨୫୨  ରନର ଟାର୍ଗେଟ ଦେଇଥିଲା ।  ଅଧିନାୟକ ରୋହିତ ଶର୍ମା ଫାଇନାଲ ମ୍ୟାଚ୍‌ର ହିରୋ ଥିଲେ, ଯିଏ ୭୬ ରନ୍‌ର ଦମ୍‌ଦାର ଇନିଂସ ଖେଳି ବିଜୟଲକ୍ଷ୍ୟକୁ ସହଜ କରି ଦେଇଥିଲେ । ରୋହିତ ଶର୍ମା ଏହି ମ୍ୟାଚ୍‌ରେ ଅନେକ ରେକର୍ଡ କରିଛନ୍ତି । ଜାଣନ୍ତୁ...

Advertisment

ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ, ଭାରତ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆଇସିସି ଟାଇଟଲ ଜିତିଛି । କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଗତ ବର୍ଷ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟାଇଟଲ ଜିତିଥିଲା । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ, ଭାରତ ୨ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଯଥାକ୍ରମେ ଟି-୨୦ ବିଶ୍ୱକପ୍ ୨୦୨୪ ଏବଂ ଓଉଉ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଜିତିଛି । 

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ
ଏହି ମ୍ୟାଚ୍ ପୂର୍ବରୁ, ରୋହିତ ଶର୍ମା କେବେବି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅର୍ଦ୍ଧଶତକ ହାସଲ କରିନଥିଲେ । ଏହା ରୋହିତ ଶର୍ମାଙ୍କ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରଥମ ଅର୍ଦ୍ଧଶତକ । ସେ ୪୧ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ ।  ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ କୌଣସି ଭାରତୀୟଙ୍କ ଦ୍ୱାରା ଦ୍ରୁତତମ ଅର୍ଦ୍ଧଶତକ ।

ଫାଇନାଲରେ ପ୍ଲେୟାର ଅଫ୍ ଦି ପୁରସ୍କାର ଜିତିବାରେ ଚତୁର୍ଥ ଅଧିନାୟକ
ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ୭୬ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ଏଥିପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ସେ ଆଇସିସି ଇଭେଣ୍ଟ୍‌ର ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାରେ ବିଶ୍ୱର ଚତୁର୍ଥ ଅଧିନାୟକ ହୋଇଛନ୍ତି । ତାଙ୍କ ପୂର୍ବରୁ, ୱେଷ୍ଟଇଣ୍ଡିଜର କ୍ଲାଇଭ ଲଏଡ୍ (୧୯୭୫), ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୨୦୦୩) ଏବଂ ଭାରତର ଏମ୍ଏସ୍ ଧୋନି (୨୦୧୩) ଅଧିନାୟକ ଭାବରେ ଏକଦିବସୀୟ ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି ।

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାରେ ଦ୍ୱିତୀୟ ଭାରତୀୟ 
ରୋହିତ ଶର୍ମା ଆଇସିସି ଚାମ୍ପିୟନ୍ସ ଟ୍ରଫି ଇତିହାସରେ ଦ୍ୱିତୀୟ ଭାରତୀୟ ଯିଏ ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି । ତାଙ୍କ ପୂର୍ବରୁ, ଏମ୍ଏସ୍‌ ଧୋନୀ ୨୦୧୩ର ଫାଇନାଲ ମ୍ୟାଚ୍‌ରେ ଏହି ପୁରସ୍କାର ଜିତିଥିଲେ। 
•    ୧୯୯୮: ଜ୍ୟାକ୍ କାଲିସ୍
•    ୨୦୦୦: କ୍ରିସ୍ କେର୍ନ୍ସ
•    ୨୦୦୪: ଇଆନ୍ ବ୍ରାଡସ
•    ୨୦୦୬: ସେନ୍ ୱାଟସନ
•    ୨୦୦୯: ସେନ୍ ୱାଟସନ
•    ୨୦୧୩: ଏମ୍ଏସ୍‌ ଧୋନୀ 
•    ୨୦୧୭ ଫଖର ଜମାନ
•    ୨୦୨୫: ରୋହିତ ଶର୍ମା
ଶୁଭମନ ଗିଲଙ୍କ ସହ ମିଶି ରେକର୍ଡ 
ରୋହିତ ଶର୍ମା ଏବଂ ଶୁଭମନ ଗିଲ ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୧୦୫ ରନ ଯୋଡିଥିଲେ। ଏହା ଆଇସିସି ଚାମ୍ପିୟନ୍ସ ଟ୍ରଫି ଇତିହାସରେ ପ୍ରଥମ ୱିକେଟ ପାଇଁ ତୃତୀୟ ଶତକୀୟ ଭାଗୀଦାରି ।