କନକ ବ୍ୟୁରୋ : ତଦନ୍ତ ବଢୁଛି, ନୁଆ ନୁଆ ତଥ୍ୟ ସାମନାକୁ ଆସୁଛି । ବଣ୍ଟି ବବଲୀଙ୍କ ଏହି ମହା ଠକେଇ ଘଟଣାରେ ଆସୁଛି ନୁଆ ଟ୍ୱିଷ୍ଟ । ହଠାତ୍ ସାମନାକୁ ଆସିଛି ହୋସ ଉଡାଇ ଦେଲା ଭଳି ହଂସିତାଙ୍କ ସାଙ୍ଗାତିକ ସତ । ହଂସିତା ଅଭିଲିପ୍ସା ଜାମିନ ପାଇଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଦୁଇଟି ଜାମିନ ପାଇଁ ଆବେଦନ କରିଥିଲେ । ଗୋଟିଏ ପଟେ, ସରୋଜ ସାହୁଙ୍କୁ ସ୍ୱାମୀ ବୋଲି କହିଥିଲେ, ତାଙ୍କ ଦେହ ଖରାପ ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ଆଉ ଏବେ ଟିକିଏ ନଜର ପକାନ୍ତୁ ଆଉ ଏକ ନିୟମିତ ଜାମିନ ଦରଖାସ୍ତ ଉପରେ । ଯେଉଁଥିରେ ଅନିଲ ମହାନ୍ତିଙ୍କୁ ତାଙ୍କ ସ୍ୱାମୀ ଦର୍ଶାଇ ଜାମିନ ଆବେଦନ କରିଛନ୍ତି । ତେବେ ଅନ୍ତରୀଣ ଜାମିନକୁ କୋର୍ଟ ଖାରଜ କରିଛନ୍ତି ଏବଂ ନିୟମିତ ଜାମିନକୁ ଘୁଞ୍ଚାଇ ଦେଇଛନ୍ତି । କିନ୍ତୁ ବଡକଥା ହେଉଛି, ବିଭ୍ରାନ୍ତିକର ତଥ୍ୟ ଦେଇ କୋର୍ଟଙ୍କ ସମୟ ନଷ୍ଟ କରୁଥିବା ହଂସିତାଙ୍କ ପାଇଁ ଏହା ଅଡୁଆ ବଢାଇଛି ବୋଲ ସରକାରୀ ଓକିଲ କହିଛନ୍ତି ।
ସେପଟେ ମାମଲାର ଶୁଣୀଣୀ ବେଳେ, ସାମାନକୁ ଆସିଛି ରୋଚକ ତଥ୍ୟ । ଇଏସଏଲ ଷ୍ଟିଲ ଲିମିଡେଟ୍ ସଂସ୍ଥା ସହ ୨୮୩ କୋଟି ଟଙ୍କାର ଏକ ଏମଓୟୁ ସ୍ୱାକ୍ଷରିତ କରିଥିଲେ । ଅନିଲ ମହାନ୍ତି କେମିତି ବୋକାରୋ କମ୍ପାନୀକୁ ଚୁନା ଲଗାଇବାକୁ ଯୋଜନା କରିଥିଲେ ସେନେଇ ତଥ୍ୟ ଦିଆଯିବ । ୨୧ ପୃଷ୍ଠା ସମ୍ବଳିତ ଏହି ତଥ୍ୟ ସମେତ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ସଂସ୍ଥାରେ କନଷ୍ଟ୍ରକ୍ସନ କାମର ଦସ୍ତାବିଜ ବି ପଇଠ କରିବେ ସରକାରୀ ଓକିଲ । ତେବେ ଠକ ଦମ୍ପତିଙ୍କ ନାଁରେ ଦୁଇଟି ମାମଲା ରୁଜୁ କରିଛି ପୁଲିସ । ଯେଉଁଥିରେ ସାମନାକୁ ଆସିଛି ଇମୋରାଲ ଟ୍ରାଫିକ ପ୍ରିଭେନସନ ଆକ୍ଟ ବା ଆଇ.ଟି.ପି.ଏ ର ସେକ୍ସନ ୫ । ଯୁବତୀ ଚାଲାଣ ଯେଉଁ ଦଫା ପୁଲିସ ଲଗାଇଥାଏ । କାହିଁକି ବାରମ୍ୱାର ସ୍ୱାମୀ ବଦଳାଉଛନ୍ତି ହଂସିତା । କଣ ପ୍ରମାଣ କରିବାକୁ ଚାହୁଁଛନ୍ତି । ସେପେଟେ ଯୁବତୀ ଚାଲାଣ ଭଳି ସଂଙ୍ଗୀନ ଅଭିଯୋଗ ପରେ, ବଡ ବଡୁଆଙ୍କ ପାଇଁ ଅଡୁଆ ବଢିଛି । ତେବେ ପ୍ରଶ୍ନ ଉଠୁଛି, କେଉଁମାନଙ୍କ ପାଖକୁ ଯୁବତୀ ଚାଲାଣ କରୁଥିଲେ ଦଲାଲ ଦମ୍ପତି? ବେଙ୍ଗାଲୁରୁ ଏବଂ ଦିଲ୍ଲୀକୁ କାହିଁକି ପଠାଯାଇଥିଲା ଯୁବତୀ?