ଭୁଲ୍ ସମୟରେ ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ପ୍ରଭାବ । ଜାଣନ୍ତୁ , ଲଞ୍ଚ୍ ଏବଂ ଡିନର୍ ଭିତରେ କେତେ ସମୟର ଅନ୍ତର ରହିବା ଦରକାର?

ଯେମିତି ପୁଷ୍ଟିକର ଖାଦ୍ୟ ଆମ ଶରୀରକୁ ହେଲଦି ରଖିବାରେ ସାହାଯ୍ୟ କରେ ଠିକ୍ ସେମିତି ଆପଣଙ୍କ ଖାଇବା ସମୟ ମଧ୍ୟ ଆପଣଙ୍କ ସୁସ୍ଥ ଜୀବନଚର୍ଯ୍ୟାକୁ ସନ୍ତୁଳନ ରଖିବାର କାମ କରେ । ଆପଣ କେତେବେଳେ , କେଉଁ ସମୟରେ ଖାଦ୍ୟ ଖାଉଛନ୍ତି ଏବଂ ଲଞ୍ଚ୍ - ଡିନର୍ ଭିତରେ କେତେ ସମୟର ଅନ୍ତରାଳ ରହିବା ଦରକାର ଏହା ଆପଣ ଜାଣିବା ନିହାତି ଦରକାର । ଅନେକ ଲୋକ ଏ ଉପରେ ଧ୍ୟାନ ଦେଉନଥିବା ବେଳେ ଏ ସମ୍ଭନ୍ଧରେ ଜାଣିବା ନିହାତି ଦରକାର । 

sdfcasedf

ଯେମିତି ପୁଷ୍ଟିକର ଖାଦ୍ୟ ଆମ ଶରୀରକୁ ହେଲଦି ରଖିବାରେ ସାହାଯ୍ୟ କରେ ଠିକ୍ ସେମିତି ଆପଣଙ୍କ ଖାଇବା ସମୟ ମଧ୍ୟ ଆପଣଙ୍କ ସୁସ୍ଥ ଜୀବନଚର୍ଯ୍ୟାକୁ ସନ୍ତୁଳନ ରଖିବାର କାମ କରେ । ଆପଣ କେତେବେଳେ , କେଉଁ ସମୟରେ ଖାଦ୍ୟ ଖାଉଛନ୍ତି ଏବଂ ଲଞ୍ଚ୍ - ଡିନର୍ ଭିତରେ କେତେ ସମୟର ଅନ୍ତରାଳ ରହିବା ଦରକାର ଏହା ଆପଣ ଜାଣିବା ନିହାତି ଦରକାର । ଅନେକ ଲୋକ ଏ ଉପରେ ଧ୍ୟାନ ଦେଉନଥିବା ବେଳେ ଏ ସମ୍ଭନ୍ଧରେ ଜାଣିବା ନିହାତି ଦରକାର । 

fdersdf

ଲଞ୍ଚ୍ ଏବଂ ଡିନର୍ ଭିତରେ ସମୟର ଅନ୍ତର କାହିଁକି ଜରୁରୀ ? 

ପାଚନ : ଲଞ୍ଚ୍ ଏବଂ ଡିନର୍ ଭିତରେ ପର୍ଯ୍ୟାପ୍ତ ସମୟ ରହିଲେ ଏହା ପାଚନତନ୍ତ୍ରକୁ ଠିକ୍ ରଖିଥାଏ । ଏଥିରେ କୋଷ୍ଠକାଠିନ୍ୟ , ଏସିଡିଟି ଭଳି ସମସ୍ୟା ହେବାର ବିପଦ ମଧ୍ୟ ବଢିଯାଇଥାଏ ।  

ମେଟାବଲିଜିମ୍ : ନିୟମିତ ଠିକ୍ ସମୟରେ ଖାଦ୍ୟ ଖାଇବା ଦ୍ବାରା ଆମ ମେଟାବଲିଜିମ୍ ସଠିକ୍ ରୂପରେ କାମ କରିଥାଏ । ଏଥିରେ ଓଜନ କଣ୍ଟ୍ରୋଲ୍ ରୁହେ । 

ଏନର୍ଜି : ସଠିକ୍ ସମୟରେ ଖାଦ୍ୟ ଖାଇଲେ ଦିନସାରା ଏନର୍ଜେଟିକ୍ ଅନୁଭବ ହୁଏ । 

ନିଦ : ରାତ୍ରିଭୋଜନ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଇବା ଦରକାର । ଯାହାଦ୍ବାରା ଶୋଇବା ପୂର୍ବରୁ ଖାଦ୍ୟ ଭଲରେ ହଜମ ହୋଇପାରିବ । ଏଥିରେ ନିଦ ମଧ୍ୟ ଭଲ ହୁଏ । 

Promotes-

ଲଞ୍ଚ୍ ଏବଂ ଡିନର୍ ଭିତରେ ୪ ରୁ ୬ ଘଣ୍ଟା ସମୟର ଅନ୍ତର ରହିବା ଦରକାର । ଏହା ଆପଣଙ୍କ ପାଚନ ତନ୍ତ୍ର ଠିକ୍ କରିବା ସହ ଭୋଜନକୁ ହଜମ କରାଇବାରେ ସହାୟକ ହୁଏ । ଅଧିକ ସକ୍ରିୟ ଥିବା ଲୋକ କମ୍ ସମୟର ଅନ୍ତରରେ ଖାଦ୍ୟ ଖାଇବା ଉଚିତ୍ ଅନ୍ୟପକ୍ଷେ ଯେଉଁ ଲୋକଙ୍କ କ୍ଷେତ୍ରରେ ନିଷ୍କ୍ରିୟତା ଦେଖାଯାଏ ସେମାନେ ଅଧିକ ସମୟର ଅନ୍ତରାଳ ନେବା ଆବଶ୍ୟକ । 

 99210

ଲଞ୍ଚ୍ ଏବଂ ଡିନର୍ ଭିତରେ ଅନ୍ତର ନ ରହିବାଦ୍ବାରା ଓଜନ ବଢିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହାଦ୍ବାରା ଶରୀରରେ କ୍ୟାଲୋରୀ ଜମେ ଏବଂ ଓଜନ ବଢେ । ସମୟ ନଦେଇ ଲଗାତାର ଖାଇବା ଦ୍ବାରା ପାଚନତନ୍ତ୍ରରେ ଏହାର ପ୍ରଭାବ ପଡ଼େ । ଯାହାଦ୍ବାରା କୋଷ୍ଠକାଠିନ୍ୟ , ଏସିଡିଟି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଲଗାତାର ଖାଇବା ଦ୍ବାରା ଆପଣ ସବୁବେଳେ ଥକ୍କାପଣ ଅନୁଭବ କରିବେ । ରାତିରେ ବିଳମ୍ବରେ ଖାଇବା ଦ୍ବାରା ଆପଣଙ୍କ ନିଦରେ ମଧ୍ୟ ବ୍ୟାଘାତ ହୁଏ । ଏହିସବୁ ସମସ୍ୟାରୁ ଉପସମ ପାଇବାକୁ ଚାହୁଁଥିଲେ ଏକ ନିର୍ଦ୍ଧିଷ୍ଟ ସମୟକୁ ଚୟନ କରନ୍ତୁ ଏବଂ ସେହି ସମୟରେ ହିଁ ଲଞ୍ଚ୍ ଏବଂ ଡିନର୍ କରନ୍ତୁ । ଅଧିକ ସମୟ ଅନ୍ତର ହେଉଥିଲେ ହାଲକା ଜଳଖିଆ କିମ୍ବା ସ୍ନାକ୍ସ ଖାଆନ୍ତୁ । ସବୁବେଳେ ରାତ୍ରଭୋଜନ ହାଲକା ଏବଂ ସନ୍ତୁଳନ ରଖିବାକୁ ଚେଷ୍ଟା କରନ୍ତୁ । ଯେଉଁଥିରେ ଫାଇବର୍ ଏବଂ ପ୍ରୋଟିନର ମାତ୍ରା ଅଧିକ ଥିବ । ଶୋଇବାର ୨ ରୁ ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ ନାହିଁ । ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ଏହା ଆପଣଙ୍କ ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟ ହୁଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe