ଯେମିତି ପୁଷ୍ଟିକର ଖାଦ୍ୟ ଆମ ଶରୀରକୁ ହେଲଦି ରଖିବାରେ ସାହାଯ୍ୟ କରେ ଠିକ୍ ସେମିତି ଆପଣଙ୍କ ଖାଇବା ସମୟ ମଧ୍ୟ ଆପଣଙ୍କ ସୁସ୍ଥ ଜୀବନଚର୍ଯ୍ୟାକୁ ସନ୍ତୁଳନ ରଖିବାର କାମ କରେ । ଆପଣ କେତେବେଳେ , କେଉଁ ସମୟରେ ଖାଦ୍ୟ ଖାଉଛନ୍ତି ଏବଂ ଲଞ୍ଚ୍ - ଡିନର୍ ଭିତରେ କେତେ ସମୟର ଅନ୍ତରାଳ ରହିବା ଦରକାର ଏହା ଆପଣ ଜାଣିବା ନିହାତି ଦରକାର । ଅନେକ ଲୋକ ଏ ଉପରେ ଧ୍ୟାନ ଦେଉନଥିବା ବେଳେ ଏ ସମ୍ଭନ୍ଧରେ ଜାଣିବା ନିହାତି ଦରକାର ।
ଲଞ୍ଚ୍ ଏବଂ ଡିନର୍ ଭିତରେ ସମୟର ଅନ୍ତର କାହିଁକି ଜରୁରୀ ?
ପାଚନ : ଲଞ୍ଚ୍ ଏବଂ ଡିନର୍ ଭିତରେ ପର୍ଯ୍ୟାପ୍ତ ସମୟ ରହିଲେ ଏହା ପାଚନତନ୍ତ୍ରକୁ ଠିକ୍ ରଖିଥାଏ । ଏଥିରେ କୋଷ୍ଠକାଠିନ୍ୟ , ଏସିଡିଟି ଭଳି ସମସ୍ୟା ହେବାର ବିପଦ ମଧ୍ୟ ବଢିଯାଇଥାଏ ।
ମେଟାବଲିଜିମ୍ : ନିୟମିତ ଠିକ୍ ସମୟରେ ଖାଦ୍ୟ ଖାଇବା ଦ୍ବାରା ଆମ ମେଟାବଲିଜିମ୍ ସଠିକ୍ ରୂପରେ କାମ କରିଥାଏ । ଏଥିରେ ଓଜନ କଣ୍ଟ୍ରୋଲ୍ ରୁହେ ।
ଏନର୍ଜି : ସଠିକ୍ ସମୟରେ ଖାଦ୍ୟ ଖାଇଲେ ଦିନସାରା ଏନର୍ଜେଟିକ୍ ଅନୁଭବ ହୁଏ ।
ନିଦ : ରାତ୍ରିଭୋଜନ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଇବା ଦରକାର । ଯାହାଦ୍ବାରା ଶୋଇବା ପୂର୍ବରୁ ଖାଦ୍ୟ ଭଲରେ ହଜମ ହୋଇପାରିବ । ଏଥିରେ ନିଦ ମଧ୍ୟ ଭଲ ହୁଏ ।
ଲଞ୍ଚ୍ ଏବଂ ଡିନର୍ ଭିତରେ ୪ ରୁ ୬ ଘଣ୍ଟା ସମୟର ଅନ୍ତର ରହିବା ଦରକାର । ଏହା ଆପଣଙ୍କ ପାଚନ ତନ୍ତ୍ର ଠିକ୍ କରିବା ସହ ଭୋଜନକୁ ହଜମ କରାଇବାରେ ସହାୟକ ହୁଏ । ଅଧିକ ସକ୍ରିୟ ଥିବା ଲୋକ କମ୍ ସମୟର ଅନ୍ତରରେ ଖାଦ୍ୟ ଖାଇବା ଉଚିତ୍ ଅନ୍ୟପକ୍ଷେ ଯେଉଁ ଲୋକଙ୍କ କ୍ଷେତ୍ରରେ ନିଷ୍କ୍ରିୟତା ଦେଖାଯାଏ ସେମାନେ ଅଧିକ ସମୟର ଅନ୍ତରାଳ ନେବା ଆବଶ୍ୟକ ।
ଲଞ୍ଚ୍ ଏବଂ ଡିନର୍ ଭିତରେ ଅନ୍ତର ନ ରହିବାଦ୍ବାରା ଓଜନ ବଢିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହାଦ୍ବାରା ଶରୀରରେ କ୍ୟାଲୋରୀ ଜମେ ଏବଂ ଓଜନ ବଢେ । ସମୟ ନଦେଇ ଲଗାତାର ଖାଇବା ଦ୍ବାରା ପାଚନତନ୍ତ୍ରରେ ଏହାର ପ୍ରଭାବ ପଡ଼େ । ଯାହାଦ୍ବାରା କୋଷ୍ଠକାଠିନ୍ୟ , ଏସିଡିଟି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଲଗାତାର ଖାଇବା ଦ୍ବାରା ଆପଣ ସବୁବେଳେ ଥକ୍କାପଣ ଅନୁଭବ କରିବେ । ରାତିରେ ବିଳମ୍ବରେ ଖାଇବା ଦ୍ବାରା ଆପଣଙ୍କ ନିଦରେ ମଧ୍ୟ ବ୍ୟାଘାତ ହୁଏ । ଏହିସବୁ ସମସ୍ୟାରୁ ଉପସମ ପାଇବାକୁ ଚାହୁଁଥିଲେ ଏକ ନିର୍ଦ୍ଧିଷ୍ଟ ସମୟକୁ ଚୟନ କରନ୍ତୁ ଏବଂ ସେହି ସମୟରେ ହିଁ ଲଞ୍ଚ୍ ଏବଂ ଡିନର୍ କରନ୍ତୁ । ଅଧିକ ସମୟ ଅନ୍ତର ହେଉଥିଲେ ହାଲକା ଜଳଖିଆ କିମ୍ବା ସ୍ନାକ୍ସ ଖାଆନ୍ତୁ । ସବୁବେଳେ ରାତ୍ରଭୋଜନ ହାଲକା ଏବଂ ସନ୍ତୁଳନ ରଖିବାକୁ ଚେଷ୍ଟା କରନ୍ତୁ । ଯେଉଁଥିରେ ଫାଇବର୍ ଏବଂ ପ୍ରୋଟିନର ମାତ୍ରା ଅଧିକ ଥିବ । ଶୋଇବାର ୨ ରୁ ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ ନାହିଁ । ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ଏହା ଆପଣଙ୍କ ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟ ହୁଏ ।