କନକ ବ୍ୟୁରୋ : ଗତ ୧୦ ବର୍ଷ ମଧ୍ୟରେ ଧାର୍ମିକ ପରିସଂଖ୍ୟାନକୁ ନେଇ ବଡ଼ ପରିବର୍ତ୍ତନ ହୋଇଛି । ଏନେଇ "ୟୁ' ନାମକ ଏକ ସର୍ଭେ ସଂସ୍ଥା ତା'ର ରିପୋର୍ଟରେ ବଡ଼ ଖୁଲାସା କରିଛି । ରିପୋର୍ଟ ମୁତାବକ ଗତ ୧୦ ବର୍ଷ ମଧ୍ୟରେ ଇସଲାମ୍ ଧର୍ମକୁ ମାନୁଥିବା ଲୋକଙ୍କ ସଂଖ୍ୟାରେ ବଡ଼ ବୃଦ୍ଧି ହୋଇଛି । ସେହିଭଳି ଇହୁଦୀ ଓ ଇସାଇ ଧର୍ମକୁ ମାନୁଥିବା ଲୋକଙ୍କ ମଧ୍ୟରେ ଜନସଂଖ୍ୟା କମ ହୋଇଛି । ଏହାକୁ ନେଇ ଆମ ମନରେ ପ୍ରଶ୍ନ ଆସୁଛି କି ହିନ୍ଦୁ ଧର୍ମକୁ ମାନୁଥିବା ଲୋକଙ୍କ ସ୍ଥିତି କିଭଳି ରହିଛି । 

Advertisment

"ୟୁ' ରିସର୍ଚ୍ଚ ସେଣ୍ଟରର ତଥ୍ୟ ମୁତାବକ ହିନ୍ଦୁ ଧର୍ମକୁ ମାନୁଥିବା ଲୋକଙ୍କ ସଂଖ୍ୟା ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ ହିନ୍ଦୁ ଧର୍ମକୁ ମାନୁଥିବା ଲୋକଙ୍କ ସଂଖ୍ୟା ୧୪.୯ ପ୍ରତିଶତ । ୨୦୧୦-୨୦ ମଧ୍ୟରେ ହିନ୍ଦୁ ଧର୍ମର ଜନସଂଖ୍ୟାରେ ବୃଦ୍ଧି ଘଟିଛି । ହେଲେ ତା ଠାରୁ ଅଧିକ ବଢିଛି ଇସଲାମ ଧର୍ମାବଲମ୍ବୀଙ୍କ ସଂଖ୍ୟା । ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଦୁବାଇ, କୁୱେତ, କତରରେ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟା ୬୨ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଆମେରିକା ଓ କାନାଡା ଭଳି ଦେଶରେ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟାରେ ୫୫ ପ୍ରତିଶତ ବୃଦ୍ଧି ହୋଇଛି । 

ଇସାଇ ଧର୍ମ ଏବେ ବିଶ୍ୱର ସବୁଠାରୁ ବଡ଼ ଧର୍ମ । ସାରା ବିଶ୍ୱରେ ପାଖାପାଖି ୨୯ ପ୍ରତିଶତ ଅର୍ଥାତ ୨.୩ ଆରବ ଲୋକ ଇସାଇ ଧର୍ମକୁ ମାନୁଛନ୍ତି । ହିନ୍ଦୁ ଧର୍ମର ଲୋକସଂଖ୍ୟା ତୁଳନାରେ ଇସାଇ ଧର୍ମର ଲୋକସଂଖ୍ୟା ୧.୧ ପ୍ରତିଶତ ଅଧିକ । ଯଦି ଇସଲାମ୍ ଧର୍ମ କଥା କହିବା ତେବେ ୨୦୧୦-୨୦୨୦ ମଧ୍ୟରେ ଏହାର ଜନସଂଖ୍ୟା ୩୪.୭ କୋଟି ବୃଦ୍ଧି ପାଇଥିଲା ।