କେତେ ମୁଣ୍ଡ ନେବ ପଳାଶୁଣି ରାସ୍ତା? ଗଡିଚାଲିଛି ମୁଣ୍ଡ ପରେ ମୁଣ୍ଡ, ଶେଷ ହୋଇପାରୁନି ଫୁଟ ଓଭରବ୍ରିଜ କାମ

Advertisment

ଭୟ ବଢାଉଛି ପଳାଶୁଣି ଜାତୀୟ ରାଜପଥ ରାସ୍ତା । ଆଜି ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଛି । ସିସିଟଭିରେ କଏଦ ହୋଇଥିବା ଦୃଶ୍ୟ ଦୁର୍ଘଟଣା ଯେ କେତେ ଭୟଙ୍କର ଥିଲା, ତାହା ବୟାନ କରୁଛି ।

ଭୟ ବଢାଉଛି ପଳାଶୁଣି ଜାତୀୟ ରାଜପଥ ରାସ୍ତା । ଆଜି ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଛି । ସିସିଟଭିରେ କଏଦ ହୋଇଥିବା ଦୃଶ୍ୟ ଦୁର୍ଘଟଣା ଯେ କେତେ ଭୟଙ୍କର ଥିଲା, ତାହା ବୟାନ କରୁଛି ।

efeefe

କନକ ବ୍ୟୁରୋ: ଭୟ ବଢାଉଛି ପଳାଶୁଣି ଜାତୀୟ ରାଜପଥ ରାସ୍ତା । ଆଜି ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଛି । ସିସିଟଭିରେ କଏଦ ହୋଇଥିବା ଦୃଶ୍ୟ ଦୁର୍ଘଟଣା ଯେ କେତେ ଭୟଙ୍କର ଥିଲା, ତାହା ବୟାନ କରୁଛି । ଏହାପରେ ପ୍ରଶ୍ନ ଉଠିଛି, କେବେ ସରିବ ପଳାଶୁଣିରେ ଫୁଟ ଓଭରବ୍ରିଜ କାମ । 

ଭୁବନେଶ୍ୱର ପଳାଶୁଣି ଛକ ନିକଟରେ ଜାତୀୟ ରାଜପଥ ପାର୍ ହେଉଥିବା ସମୟରେ ଟ୍ରକ ଧକାରେ ଚାଲିଗଲା ମହିଳାଙ୍କ ଜୀବନ । ଇଏ କେବଳ ଆଜିର ଘଟଣା ନୁହେଁ ,ପଳାଶୁଣିରେ ପ୍ରତ୍ୟେ ଦିନ ସମାନ ଢଙ୍ଗରେ ଦୁର୍ଘଟଣା ଘଟି ଯାଉଛି ଲୋକଙ୍କ ଜୀବନ । ଏଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କେବଳ ଫଳକ ଉନ୍ମୋଚନରେ ସୀମିତ ରହିଛି । ଆଜି ଦୁର୍ଘଟଣା ଘଟିବା ପରେ ଉତ୍ତ୍ୟକ୍ତ ଲୋକେ ରାଜରାସ୍ତାରେ ଧାରଣା ଦେଇଥିଲେ ।

କେବେ ସରିବ ପଳାଶୁଣି ଫୁଟ ଓଭରବ୍ରିଜ?
ଲୋକେ ଗର୍ଜୁଛନ୍ତି, ଶୁଣୁନି ପ୍ରଶାସନ 
ଦୀର୍ଘଦିନ ଧରି ପଳାଶୁଣି ଅଞ୍ଚଳବାସୀ ଓଭରବ୍ରିଜ ପାଇଁ ଆନ୍ଦୋଳନ ଓ ଧାରଣା କରିବା ପରେ ଗତ ଜୁଲାଇ ମାସ ୧୯ ତାରିଖରେ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । ହେଲେ ଏଯାଏଁ ଓଭରବ୍ରିଜ ନାଁରେ କେବଳ ଏକ ଗାତ ଖୋଲିଦେଇ ଚୁପ ହୋଇ ବସିଛି ଏନ.ଏଚ.ଏ.ଆଇ । ଏବେ ଦୁର୍ଘଟଣା ପରେ ଶୀଘ୍ର କାମ ସରିବ କହି ଦାୟିତ୍ବ ସାରିଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । 

ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ନୂଆ ଠିକାଦାରଙ୍କୁ ଟେଣ୍ଡର ଦିଆ ହୋଇଛି
ଆସନ୍ତା ଚାରିରୁ ପାଞ୍ଚ ମାସ ମଧ୍ୟରେ ନିର୍ମାଣ କାର୍ୟ୍ୟ ଶେଷ ହେବ
ୟାର୍ଡରେ ଚାଲିଛି ଫୁଟ ଓଭରବ୍ରିଜର ଫେବ୍ରିକେଶନ କାମ
ନୂଆ ଟେଣ୍ଡର ଅନୁସାରେ ଏହି କାମ ପାଇଁ ଦୁଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ

ଫୁଟ ଓଭରବ୍ରିଜ କାମ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ପଥଚାରି ମାନେ ବାଧ୍ୟ ହୋଇ ବିପଦଶଙ୍କୁଳ ଅବସ୍ଥାରେ ଜାତୀୟ ରାଜପଥ ପାର ହୋଉଛନ୍ତି । ଆଉ ଦ୍ରୁତ ଗତିରେ ଆସୁଥିବା ଗାଡି ଦୁର୍ଘଟଣା ଘଟାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe