କନକ ବ୍ୟୁରୋ: କନକ ନ୍ୟୁଜରେ ଚଳିତ ବର୍ଷର ଦଶହରା ପର୍ବ ସ୍ବତନ୍ତ୍ର ହେବାକୁ ଯାଉଛି । ଏଥର ପାର୍ବଣ ଉପଲକ୍ଷେ ନାଚ, ଗୀତ, କମେଡି ଓ ମେଲୋଡିର ନିଆରା ଅନୁଭବ ଆଣିଦେବ ‘କନକ ନ୍ୟୁଜ୍ । ନେତା, ଅଭିନେତା, କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ ଏକାଠି ହେବେ । ପୀଠରୁ ମଣ୍ଡପ, ମା’ଙ୍କ ଆବାହନରେ ପ୍ରତ୍ୟେକଟି ଖବରକୁ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘କେତେ ରୂପେ ମାଆ’ ପ୍ରସାରଣ କରାଯିବ । ରାଜ୍ୟର କୋଣ ଅନୁକୋଣରେ ଥିବା ଦେବୀପୀଠର ମାହାତ୍ମ୍ୟ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଜାଣିପାରିବେ । ଆଗାମୀ ୧୪ ତାରିଖରୁ ପ୍ରତ୍ୟହ ସକାଳ ୬ଟା ୩୦ରେ ଏହାର ପ୍ରସାରଣ ହେବ ୧୮ଟି ଦେବୀପୀଠକୁ ନେଇ ଅଧଘଣ୍ଟାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେବ । ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଦଶହରା ଧମାକା’ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ପ୍ରତ୍ୟହ ରାତି ୮ଟାରୁ ୯ଟା ଯାଏଁ ଶ୍ରଦ୍ଧାଳୁମାନେ ପୂଜାର ଅସଲ ମଜା ନେଇପାରିବେ।

Advertisment

ସାରା ଓଡ଼ିଶାକୁ ଯୋଡ଼ିବାର ନୂତନ ପ୍ରୟାସ ‘କନକ ନ୍ୟୁଜ୍’ ପକ୍ଷରୁ ଗ୍ରହଣ କରାଯାଇଛି । ଅନୁରୂପ ଭାବେ କଟକ ଦଶହରା ଓ ପୁରୀ ଗୋସାଣି ଯାତ୍ରାକୁ ଧ୍ୟାନରେ ରଖି ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧ ତାରିଖ ଯାଏଁ ରାତି ୯ଟା ୩୦ରେ ‘କଟକ ଦଶହରା’ ଓ ‘ଗୋସାଣି ଯାତ୍ରା’କୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦେଖିପାରିବେ । ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧ ତାରିଖ ଯାଏଁ ରାତି ୧୦ଟାରେ ବଙ୍ଗୀୟ ପରମ୍ପରାରେ ଦୁର୍ଗାପୂଜାର ବିଶେଷ କାର୍ଯ୍ୟକ୍ରମ ‘କୋଲକାତା ଦଶହରା’ ଦେଖିହେବ । ଦାଣ୍ଡିଆର ଧୁମ୍ ଓ ସେଲିବ୍ରିଟିଙ୍କ ସହ ମଣ୍ଡପ ବୁଲା ସନ୍ଧ୍ୟା ୬ଟାରେ ପ୍ରସାରଣ ହେବ । ସିନ୍ଦୂର ଖେଳ, ରାବଣ ପୋଡ଼ି ଓ ଭସାଣି ଶୋଭାଯାତ୍ରା ମଧ୍ୟ କେବଳ କନକ ନ୍ୟୁଜ୍‌ରେ ଦର୍ଶକମାନେ ଦେଖିପାରିବେ। ରାଜ୍ୟର ସମସ୍ତ ଦେବୀପୀଠ ସହ ବିଭିନ୍ନ ସ୍ଥାନରେ ହେଉଥିବା ମୃଣ୍ମୟୀ ମେଢ଼ ଓ ମଣ୍ଡପରୁ ସିଧା ପ୍ରସାରଣ ଦିନତମାମ ବିଭିନ୍ନ ନ୍ୟୁଜ୍ ବୁଲେଟିନ୍‌ରେ ଦେଖି ପାରିବେ । କେଉଁ ଅଞ୍ଚଳରେ ଦୁର୍ଗାପୂଜା କିଭଳି ଚାଲିଛି ସେ ନେଇ ଯଦି ଶ୍ରଦ୍ଧାଳୁମାନେ ଭିଡିଓ ପଠାନ୍ତି, ତାକୁ ମଧ୍ୟ ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯିବ।