ବାଲ୍ୟବିବାହ ବନ୍ଧନରୁ କେବେ ମୁକୁଳିବ ଓଡ଼ିଶା ? ୬ ବର୍ଷ ଭିତରେ ରାଜ୍ୟରେ କେତେ ହୋଇଛି ବାଲ୍ୟ ବିବାହ ?

ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ କମିନି ବାଲ୍ୟ ବିବାହର ପ୍ରଥା । ଗତ ୬ ବର୍ଷ ଭିତରେ ରାଜ୍ୟରେ ୮ ହଜାର ୧୫୯ ଟି ବାଲ୍ୟ ବିବାହ ହୋଇଛି । ୧୩୪୭ ଟି ଅର୍ଥାତ ସର୍ବାଧିକ ବାଲ୍ୟ ବିବାହ ନବରଙ୍ଗପୁରରେ ହୋଇଛି । ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା ଯେଉଁଠି ୯୬୬ ଟି ବାଲ୍ୟ ବିବାହ ହୋଇଛି । ତୃତୀୟରେ ରହିଛି କୋରାପୁଟ ଜିଲ୍ଲା ଯେଉଁଠି ୬୩୬ ଟି ବାଲ୍ୟ ବିବାହ ସମ୍ପନ୍ନ ହୋଇଛି ।

child Marriage

child Marriage Photograph: (kanakNews )

ସମାଜର ସ୍ବୀକୃତି ଭିତରେ ୨ ଆତ୍ମା , ୨ ପରିବାରର ମିଳନକୁ ବିବାହ କୁହାଯାଏ । ଉଭୟ ବର,କନ୍ୟା ପରିପକ୍ବତାର ସିଡ଼ି ଚଢି ଏକ ନିର୍ଦ୍ଦିଷ୍ଟ ବୟସରେ ଉପନିତ ହେଲେ ପରିବାର ବିବାହ କରିବା ପାଇଁ ଆତୁର ଥାଆନ୍ତି । କିନ୍ତୁ ବୟସ ଯଦି ବିବାହ ଉପଯୋଗୀ ନ ହୁଏ ତାକୁ ଆମେ ବାଲ୍ୟ ବିବାହ ବୋଲି କହୁ । କେବେ ପ୍ରଥା ଭଳି ସମାଜରେ ମାଡ଼ିଥିବା ବାଲ୍ୟ ବିବାହ ଆଜିର ଆଧୁନିକ ସମୟରେ ସେତେଟା ପ୍ରଭାବ ବିସ୍ତାର କରିପାରୁନଥିଲେ ହେଁ ଆଜି ବି କିଛି ଏମିତି ସ୍ଥାନ ରହିଛି ଯେଉଁଠି ବାଲ୍ୟବିବାହକୁ ସବୁଜ ସଂକେତ ମିଳୁଛି । ରାଜ୍ୟର କିଛି ସ୍ଥାନରେ ଏବେ ବି ବାଲ୍ୟବିବାହକୁ ସ୍ବୀକୃତି ମିଳୁଛି । କମ୍ ବୟସର ପିଲାଙ୍କୁ ବିବାହ ଭଳି ଗୁରୁଦାୟିତ୍ବର ବନ୍ଧନରେ ଛନ୍ଦି ଦିଆଯାଉଛି ।  

AK
AK Photograph: (google)

ତେବେ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ କମିନି ବାଲ୍ୟ ବିବାହର ପ୍ରଥା । ରାଜ୍ୟରେ ଏବେ ବି ବନ୍ଦ ହୋଇନି ବାଲ୍ୟବିବାହ । ବିଧାନସଭାରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି । ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଗତ ୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟ ବିବାହ ହୋଇଛି । ଏହି ଅବଧିରେ ନବରଙ୍ଗପୁରରେ ସର୍ବାଧିକ ୧୩୪୭ ଟି ବାଲ୍ୟବିବାହ ହୋଇଛି । ସେହିଭଳି ତାଲିକାର ଦ୍ବିତୀୟରେ ଥିବା ଗଞ୍ଜାମ ଜିଲ୍ଲାରେ ୯୬୬ଟି ବାଲ୍ୟ ବିବାହ ହୋଇଛି । କୋରାପୁଟରେ ୬୩୬ ବାଲ୍ୟ ବିବାହ ହୋଇଛି । ଏସବୁ ବାଦ୍ ତେବେ ସମ୍ବେଦନଶୀଳ ପ୍ରସଙ୍ଗକୁ ଯଦି ଦେଖିବେ , ରାଜ୍ୟରେ ୬ ବର୍ଷ ମଧ୍ୟରେ ୩୨୮ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅନ୍ୟପଟେ ବାଲ୍ୟବିବାହରେ ରୋକ ଲଗାଇବାକୁ ବ୍ଲକସ୍ତରରେ, ଅଙ୍ଗନବାଡି ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ପ୍ରତି ୩ ମାସରେ ବ୍ଲକ, ଗ୍ରାମପଞ୍ଚାୟତସ୍ତରରେ ସଚେତନତା ସଭା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe