୧୪୪ ବର୍ଷ ପରେ ମହାକୁମ୍ଭ କିପରି ହେବ ?  AI ଜାରି କଲା ଭିଡିଓ ..

Advertisment

୧୪୪ ବର୍ଷ ପରେ ଅର୍ଥାତ୍‌ ୨୧୬୯ରେ କିପରି ହେବ ମହାକୁମ୍ଭ । ଏଆଇ ପ୍ରସ୍ତୁତ କଲା ଭିଡିଓ ।

୧୪୪ ବର୍ଷ ପରେ ଅର୍ଥାତ୍‌ ୨୧୬୯ରେ କିପରି ହେବ ମହାକୁମ୍ଭ । ଏଆଇ ପ୍ରସ୍ତୁତ କଲା ଭିଡିଓ ।

ମହାକୁମ୍ଭ

Photograph: (google)

କନକ ବ୍ୟୁରୋ :  ୧୪୪ ବର୍ଷ  ପରେ ଅର୍ଥାତ୍‌  ୨୧୬୯ରେ କିପରି ହେବ ମହାକୁମ୍ଭ ।  ଏଆଇ ପ୍ରସ୍ତୁତ କଲା ଭିଡିଓ । ଉତ୍ତର ପ୍ରଦେଶ ପ୍ରୟାଗରାଜର ସଙ୍ଗମରେ ଚାଲିଛି ମହାକୁମ୍ଭ ।  ଏପରି ସଂଯୋଗ  ୧୪୪ ବର୍ଷ ପରେ ପଡିଛି । ମହାକୁମ୍ଭରେ  ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ । ସେହିପରି  ଆସନ୍ତା ୧୪୪ ବର୍ଷ ପରେ ମଧ୍ୟ ମହାକୁମ୍ଭ ଆୟୋଜନ ହେବ । ହେଲେ ସେତେବେଳେ ମହାକୁମ୍ଭ କିପରି ହେବ  ଏହା ମଧ୍ୟ   ମନରେ ପ୍ରଶ୍ନ  ଆସୁଥିବ ଆଉ ମନେ ମନେ ଏହାର ଛବି ମଧ୍ୟ କଳ୍ପନା ଚାଲିଥିବ। ତେବେ ଏହାର ଏକ ଆଗୁଆ ଭିଡିଓ କରିଛି  ଏଆଇ ।  ବାସ୍ତବରେ   ପ୍ରତି ୧୨ ବର୍ଷରେ ଲାଗିଥାଏ  କୁମ୍ଭ ।  ୬ବର୍ଷ  ପରେ  ଅର୍ଧ କୁମ୍ଭ  ର ଆୟୋଜନ  କରାଯାଇଥାଏ । 

ସେହିପରି ମହାକୁମ୍ଭ ୧୪୪ ବର୍ଷ ପରେ ଆସିଥାଏ । ଏହି ହିବାସରେ ଆସନ୍ତା ମହାକୁମ୍ଭ ପ୍ରୟାଗରାଜରେ ବର୍ଷ ୨୧୬୯ ରେ ହେବ । ଏହି ମାହକୁମ୍ଭରେ ଟେକ୍ନୋଲୋଜିରେ ବହୁତ ପରିବର୍ତ୍ତନ ଆସିଥିବ । ଯାହା ଆମେ କେବଳ ଅନୁମାନ କରିପାରିବା । ଏଆଇ  ବନାଇଲା ଏହାର ଫ୍ୟୁଚର । ଏଆଇ ବନାଇଥିବା ଭିଡିଓ  ସମ୍ପୂର୍ଣ୍ଣ ପ୍ରକାରର ମନୋରଞ୍ଜନ ପାଇଁ କୁହାଯାଉଛି । ଏହା ଜୁରୁରୀ ନୁହେଁ ଯେ ଭବିଷ୍ୟତରେ  ମହାକୁମ୍ଭର ଆୟୋଜନ  ଠିକ୍‌ ଏପରି ଦେଖାଯିବ । ତେବେ ଏଆଇ  ଯେଉଁ ଭିଡିଓ  ପ୍ରସ୍ତୁତ କରିଛି ସେଥିରେ ହୋଲୋଗ୍ରାମ ଏବଂ ଡ୍ରୋନ  ପରି ଅନେକ ଗୈଜେଟ୍ସ  ଦେଖାଯାଇଛି ।  ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ  ଫେବୃଆରୀ  ୨୬ ପର୍ଯ୍ୟନ୍ତ ଚାଲିବ ।  ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁଙ୍କ ଛୁଟଛି ସୁଅ।       

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe