କନକ ବ୍ୟୁରୋ: କଳାହାଣ୍ଡିର ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ପଛର ଗୁରମ ଖୋଲିବ ପୋଲିସ । ମାମଲାରେ ରାୟଗଡ଼ା ଡିଏଫ୍ଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ମାରାଥନ ଜେରା କରାଯାଇଛି । ତାଙ୍କ ସହ ଏସିଏଫ ରଜନୀକାନ୍ତ ରାଓ ଓ ରାୟଗଡା ଏରିଆ ରେଞ୍ଜର ପ୍ରକାଶ ରଥଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସଞ୍ଜୟଙ୍କୁ ଡିଓଏଫଓ ବାରମ୍ବାର ନିର୍ୟାତନା ଦେବା ସହ ପିସି କାରବାର ନେଇ ସାଂଘାତିକ ଅଭିଯୋଗ ଆସିଛି । ମୃତ ସଞ୍ଜୟଙ୍କ ପତ୍ନୀ ଓ ପରିବାର ଲୋକଙ୍କ ବୟାନକୁ ଭିତ୍ତି କରି ତଦନ୍ତ କରୁଛି ପୋଲିସ ।
ଆତ୍ମହତ୍ୟା ପଛରେ ପିସି କାରବାର !
କାହିଁକି ଅଫିସ ଯାଉନାହାନ୍ତି ଡିଏଫଓ ?
ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ପଛରେ ପିସି କାରବାର ନେଇ ଆସିଛି ସାଂଘାତିକ ଅଭିଯୋଗ । ସୁଇସାଇଡ୍ ନୋଟରେ ଚାରା ପ୍ରସ୍ତୁତି ଓ ମଞ୍ଜି କିଣିବା ପାଇଁ ୭ ଲକ୍ଷ ଟଙ୍କା ପିସି ମାଗିବା କଥା ଉଲ୍ଲେଖ ରହିଛି । ଯାଞ୍ଚ ପାଇଁ ସୁଇସାଇଡ୍ ନୋଟକୁ ଭୁବନେଶ୍ବର ଫରେନସିକ ଲ୍ୟାବକୁ ପଠାଇଛି ପୋଲିସ । ତେବେ ଡିଏଫଓ କାର୍ୟ୍ୟକୁ ଆସୁ ନଥିବାରୁ ସନ୍ଦେହ ବଢ଼ିଛି । ଆଜି ମଧ୍ୟ କୋର୍ଟରୁ ଅନ୍ତରିଣ ସୁରକ୍ଷା ନେଇ ଭବାନୀପାଟଣା ଟାଉନ ଥାନାରେ ହଜାର ହୋଇଥିଲେ ଦେବେନ୍ଦ୍ର ବେହେରା ।
ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ପୋଲିସ ତଦନ୍ତକୁ କାହିଁକି ଡରୁଛନ୍ତି ଡିଏଫଓ ? କୋର୍ଟରୁ ଅନ୍ତରୀଣ ସୁରକ୍ଷାର ଆବଶ୍ୟକତା କାହିଁକି ପଡ଼ିଲା ? ନିର୍ୟାତନା ଓ ପିସି କାରବାରରେ ସମ୍ପୃକ୍ତ ଥିଲେ କି ଡିଏଫଓ ? ଖୁବଶୀଘ୍ର ରହସ୍ୟରୁ ପରାଦା ହଟାଇବ ପୋଲିସ ।