କନକ ବ୍ୟୁରୋ, ଅପରେସନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା ପରେ ସମସ୍ତେ ଅନୁଭବ କରିଥିଲେ ଯେ ଏଥର ଯୁଦ୍ଧ ପ୍ରାୟ ନିଶ୍ଚିତ, କିନ୍ତୁ ହଠାତ୍ ଯୁଦ୍ଧବିରତି ଘୋଷଣା କରାଯାଇଥିଲା ଏବଂ ଏବେ ସବୁକିଛି ଶାନ୍ତ ପଡିଯାଇଛି ।
ସେପଟେ ଯଦି ଯୁଦ୍ଧ ସ୍ଥିତି ଉପରେ ନଜର ପକାଇବା ତେବେ, ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଏକ ବଡ଼ ଆକ୍ରମଣ କରିଥିଲା । କୁହାଯାଉଛି ଯେ ଏହି ସମ୍ପୂର୍ଣ୍ଣ ଅପରେସନରେ ବ୍ରହ୍ମୋସ ମିସାଇଲ୍ ବ୍ୟବହାର କରାଯାଇଥିଲା, ଯାହାକୁ ରାଫେଲରୁ ନିକ୍ଷେପ କରାଯାଇଥିଲା । ଅପରେସନ ସିନ୍ଦୂର ପରେ, ଲୋକମାନେ ଏବେ ବ୍ରହ୍ମୋସ ମିସାଇଲକୁ ନେଇ ଅନେକ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି । ଲୋକମାନେ ଏହି କ୍ଷେପଣାସ୍ତ୍ରର ଆକ୍ରମଣ କ୍ଷମତା ଏବଂ ଏହାର ନାମ ପଛର କାରଣ ଖୋଜୁଛନ୍ତି । ତେ ଆସନ୍ତୁ ଜାଣିବା ଶତ୍ରୁକୁ ଧ୍ୱଂସ କରୁଥିବା ଏହି ମିସାଇଲଗୁଡ଼ିକର ନାମକରଣ କିପରି କରାଯାଏ ।
ବ୍ରହ୍ମୋସ ବ୍ୟତୀତ ଭାରତରେ ଆକାଶ, ଅଗ୍ନି, ପୃଥିବୀ ଏବଂ ପ୍ରଳୟ ଭଳି ମିସାଇଲ୍ ଅଛି । ଏହା ବ୍ୟତୀତ, S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀର ନାମ ସୁଦର୍ଶନ ଚକ୍ର ରଖାଯାଇଛି, ଯାହା ସମଗ୍ର ଦେଶକୁ ଏହାର କ୍ଷମତା ଦେଖାଇସାରିଛି ।
ତେବେ ଯଦି ଆମେ ମିସାଇଲର ନାମକରଣ ବିଷୟରେ କଥା ହେବା, ତେବେ ସେମାନଙ୍କର ନାମ ସେମାନଙ୍କର କାର୍ଯ୍ୟ ସହିତ ଜଡିତ । ଅର୍ଥାତ୍ କ୍ଷେପଣାସ୍ତ୍ରର ନାମକରଣ ଏହାର ପ୍ରକୃତି ଅନୁସାରେ କରାଯାଇଛି । ସାଧାରଣତଃ ଏହି ନାମଗୁଡ଼ିକ ପୌରାଣିକ ହୋଇଥାଏ । ବ୍ରହ୍ମୋସ୍ ମିସାଇଲ୍ ଏକ ସୁପରସୋନିକ୍ କ୍ଷେପଣାସ୍ତ୍ର । ଯାହାର ନାମକରଣ ଭାରତର ବ୍ରହ୍ମପୁତ୍ର ନଦୀ ଏବଂ ରୁଷିଆର ମସ୍କୋଭା ନଦୀ ନାମରେ କରାଯାଇଛି । ସେହିପରି, ଅଗ୍ନି ଏକ ପ୍ରକ୍ଷେପଣ ମିସାଇଲ୍ ଅଟେ, ଯେଉଁଥିରେ ପ୍ରଚୁର ଶକ୍ତି ବ୍ୟବହୃତ ହୁଏ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିହେଉଥିବା ଏହି ମିସାଇଲର ନାମ ପୃଥିବୀ ରଖାଯାଇଥିଲା ।
ସେହିପରି ଆକାଶ ମିସାଇଲ୍ ଶତ୍ରୁ ଉପରେ ଭୂପୃଷ୍ଠରୁ ଆକାଶକୁ ଆକ୍ରମଣ କରେ, ତେଣୁ ଏହାର ନାମ ଆକାଶ ରଖାଯାଇଛି । ଭାରତର ଅନ୍ୟ ମିସାଇଲଗୁଡ଼ିକର ନାମକରଣ ମଧ୍ୟ ସେମାନଙ୍କର କାର୍ଯ୍ୟ ପଦ୍ଧତି ଏବଂ ଆକ୍ରମଣ କ୍ଷମତା ଉପରେ ଆଧାର କରି ସମାନ ଭାବରେ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/05/12/EDLkFz99iKP1Tg0o5U1t.jpg)