କନକ ବ୍ୟୁରୋ: ଆମ ଶରୀରର ପ୍ରତ୍ୟେକ ଅଙ୍ଗ କିଛି ନା କିଛି କଥା କହିଥାଏ । ହସ୍ତରେଖା ବିଜ୍ଞାନ ଅନୁଯାୟୀ, ଆମ ହାତର ଆକାର, ଆଙ୍ଗୁଠିର ଗଠନ ଏବଂ ରେଖାଗୁଡ଼ିକ ଆମ ଭବିଷ୍ୟତ, ବ୍ୟକ୍ତିତ୍ୱ ଏବଂ ବୁଦ୍ଧିମତ୍ତା ବିଷୟରେ ଅନେକ କିଛି ପ୍ରକାଶ କରିଥାଏ । ବିଶେଷକରି, ବୁଢ଼ା ଆଙ୍ଗୁଠିର ଆକାର ଏବଂ ଏହାର ଗଠନ ଶୁଦ୍ଧ ବୁଦ୍ଧିମତ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ଭାବରେ ବିବେଚନା କରାଯାଏ । ଏହା କେବଳ ଏକ ପାରମ୍ପରିକ ବିଶ୍ୱାସ ନୁହେଁ, ବରଂ କିଛି ବୈଜ୍ଞାନିକ ଅଧ୍ୟୟନ ମଧ୍ୟ ମସ୍ତିଷ୍କର ଆକାର ଏବଂ ଶରୀରର କିଛି ଅଙ୍ଗ ମଧ୍ୟରେ ସମ୍ବନ୍ଧ ଥିବା ସୂଚାଇଥାଏ । 

ତେବେ  କିଛି ବୈଜ୍ଞାନିକ ମତ ଅନୁଯାୟୀ, ଆପଣଙ୍କ ଶାରୀରିକ ଗଠନର କିଛି ଅଂଶ ଆପଣଙ୍କ ବୁଦ୍ଧିମତା ସହ ଜଡିତ ଥାଏ । ଏଥିମଧ୍ୟରୁ ଗୋଟିଏ ହେଉଛି ଆପଣଙ୍କ ବୃଦ୍ଧାଙ୍ଗୁଳି । ଏହି ଧାରଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଏହା ପଛରେ କିଛି ତଥ୍ୟ ରହିଛି ।

Advertisment

ଜ୍ୟୋତିଷ ଦୃଷ୍ଟିକୋଣରୁ ବୁଢ଼ା ଆଙ୍ଗୁଠି ବହୁତ କିଛି କହିଥାଏ । ଏବଂ ଏହାକୁ ଆକ୍ୟୁପ୍ରେସର ଚିକିତ୍ସାରେ ମଧ୍ୟ ବହୁତ ବ୍ୟବହାର କରାଯାଏ। ବୁଢ଼ା ଆଙ୍ଗୁଠି ଏହା ବ୍ୟତୀତ ଆଉ କିଛି କହିଥାଏ କି ?  ହଁ କହିଥାଏ ଯେ  ବ୍ୟକ୍ତି କେତେ ବୁଦ୍ଧିମାନ  ବା ଚତୁର  ?   

ତେଣୁ ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ କୌଣସି ବ୍ୟକ୍ତିଙ୍କ ବିଷୟରେ ଅନୁମାନ କରିବାକୁ ଚାହାଁନ୍ତି, ତାଙ୍କ ବୁଢ଼ା ଆଙ୍ଗୁଠିକୁ ଦେଖନ୍ତୁ । ପ୍ରକୃତରେ, ଏକ ସାମ୍ପ୍ରତିକ ଗବେଷଣା ଅଧ୍ୟୟନ ଅନୁଯାୟୀ, ଯଦି କାହାର ବୁଢ଼ା ଆଙ୍ଗୁଠି ଲମ୍ବା ଥାଏ, ତେବେ ସେ ବିଶେଷ ଭାବରେ ବୁଦ୍ଧିମାନ ହୋଇପାରିବେ। ରିଡିଂ ବିଶ୍ୱବିଦ୍ୟାଳୟ ଏବଂ ଡର୍ହାମର ବୈଜ୍ଞାନିକମାନେ ୯୫ଟି ପ୍ରାଇମେଟ୍ ପ୍ରଜାତି (ମାନବ ସମେତ)ଙ୍କ ମସ୍ତିଷ୍କର ଆକାର ଏବଂ ବୁଢ଼ା ଆଙ୍ଗୁଠି ଆକାର ମଧ୍ୟରେ ଏକ ସମ୍ପର୍କ ପାଇଛନ୍ତି । ସେମାନେ ସମସ୍ତ ପ୍ରଜାତିରେ ପାଇଲେ ଯେ ବୁଢ଼ା ଆଙ୍ଗୁଠି ଯେତେ ଲମ୍ବା, ମସ୍ତିଷ୍କ ସେତେ ବଡ଼, ସେତେ ଉନ୍ନତ ।  ଗବେଷକମାନେ ପ୍ରାଚୀନ ଏବଂ ଆଧୁନିକ ମଣିଷ ଏବଂ ଆଧୁନିକ ଏବଂ ବିଲୁପ୍ତ ପ୍ରାଣୀମାନଙ୍କ ସମେତ ୯୫ ପ୍ରାଇମେଟ୍ ପ୍ରଜାତି ବିଶ୍ଳେଷଣ କରିଥିଲେ। ଏଥିରେ ଚିମ୍ପାଞ୍ଜି, ଗରିଲା, ମାଙ୍କଡ଼, ଲେମୁର୍, ମାର୍ମୋସେଟ୍, ବାବୁନ୍ ଏବଂ ଓରାଙ୍ଗୁଟାନ୍ ଅନ୍ତର୍ଭୁକ୍ତ ଥିଲେ । 

ତେବେ ବୁଦ୍ଧିମତା ହେଉଛି ଏକ ଜଟିଳ ବିଷୟ, ଯାହା ଅନେକ କାରକ ଉପରେ ନିର୍ଭର କରେ, ଯେପରିକି ଜିନ୍‌, ପରିବେଶ, ଶିକ୍ଷା ଏବଂ ଅଭିଜ୍ଞତା । ତେଣୁ, ଆପଣଙ୍କ ବୃଦ୍ଧାଙ୍ଗୁଳିର ଆକାର ଆପଣଙ୍କ ବୁଦ୍ଧିମତା ନିର୍ଣ୍ଣୟ କରିପାରିବ ନାହିଁ। ଏହା କେବଳ ଏକ ମିଥ୍ୟା ଧାରଣା । ଆପଣଙ୍କ ବୁଦ୍ଧିମତା ଆପଣଙ୍କ ଚିନ୍ତାଧାରା, ଶିଖିବାର କ୍ଷମତା, ସମସ୍ୟାର ସମାଧାନ କରିବାର ଦକ୍ଷତା ଏବଂ ସୃଜନଶୀଳତା ଉପରେ ନିର୍ଭର କରେ। ତେଣୁ, ଆପଣଙ୍କ ବୃଦ୍ଧାଙ୍ଗୁଳିକୁ ନେଇ ଚିନ୍ତା କରିବା ପରିବର୍ତ୍ତେ, ନିଜ ଜ୍ଞାନ ଏବଂ ଦକ୍ଷତା ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ଉଚିତ ।