ଗଞ୍ଜେଇ କାରବାର ବଢ଼ାଉଛି ଅପରାଧ; ନୀଳଜହର ବ୍ୟବସାୟକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ

Advertisment

ଗଞ୍ଜାମର ବେକାର ଯୁବକଙ୍କୁ ମୋହରା କରି ଅନ୍ୟ ରାଜ୍ୟକୁ ଗଞ୍ଜେଇ ପଠାଉଥିଲା ମାଷ୍ଟର୍‌ମାଇଣ୍ଡ ଗୁରୁନାଥ । ମାୟାଜାଲରେ ପଡ଼ିଥିଲା ମୁଖ୍ୟ ଅଭିଯୁକ୍ତ ଆସିକା ନଳବଣ୍ଟା ଗାଁର ବଳରାମ ପାହାନ । ଗୁରୁନାଥ ଗଞ୍ଜେଇ ବ୍ୟବସାୟ ପାଇଁ ଜେଲ୍‌ ଯାଇଥିବା ବେଳେ ବଳରାମ ତାଙ୍କର କୌଣସି ସହାୟତା କରିନଥିଲେ । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ ।

ଗଞ୍ଜାମର ବେକାର ଯୁବକଙ୍କୁ ମୋହରା କରି ଅନ୍ୟ ରାଜ୍ୟକୁ ଗଞ୍ଜେଇ ପଠାଉଥିଲା ମାଷ୍ଟର୍‌ମାଇଣ୍ଡ ଗୁରୁନାଥ । ମାୟାଜାଲରେ ପଡ଼ିଥିଲା ମୁଖ୍ୟ ଅଭିଯୁକ୍ତ ଆସିକା ନଳବଣ୍ଟା ଗାଁର ବଳରାମ ପାହାନ । ଗୁରୁନାଥ ଗଞ୍ଜେଇ ବ୍ୟବସାୟ ପାଇଁ ଜେଲ୍‌ ଯାଇଥିବା ବେଳେ ବଳରାମ ତାଙ୍କର କୌଣସି ସହାୟତା କରିନଥିଲେ । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ ।

Ganja Smuggling

Ganja Smuggling Photograph: (Kanak News)

କନକ ବ୍ୟୁରୋ : ଗଞ୍ଜେଇ କାରବାର ବଢ଼ାଉଛି ଅପରାଧିକ କାର୍ଯ୍ୟ କଳାପ । ରାଜ୍ୟକୁ ରାଜ୍ୟ ଲମ୍ବୁଛି ଅପରାଧିକ ମାମଲା । ନୀଳଜହର ବ୍ୟବସାୟ ସାଜୁଛି ଅନେକ ସମୟରେ ହତ୍ୟାର କାରଣ । ଏଇ ଯେମିତି ସେରଗଡ଼ ବାଦଗଡ଼ ରେ ଗତ ୩୦ ତାରିଖରେ ହୋଇଥିଲା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ । ଏନେଇ ପୁଲିସ ଓ ଅବକାରୀ ବିଭାଗକୁ ଯେଉଁ ତରିକାରେ କାର୍ଯ୍ୟ କରିବା କଥା ତାହା ହେଉନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଜାନୁଆରି ୩୦..ଶୁକ୍ରବାର.. ସ୍ଥାନ- ବାଦଗଡ଼ ଜଙ୍ଗଲ । ଏକ ଦରପୋଡ଼ା ଶବ ଜବତ କରିଥିଲା ପୁଲିସ । ପୋଡ଼ା ଶବ ଓ ବେକରେ କଟା ଦାଗ ଦେଖି ପୁଲିସ୍‌ ହତ୍ୟାକାଣ୍ଡ ମାମଲା ରୁଜୁ କରିଥିଲା । ଏବେ ହତ୍ୟାକାଣ୍ଡ ଉପରୁ ଉଠିଛି ପରଦା । ମୃତକ ଜଣକ ଆନ୍ଧ୍ରପ୍ରଦେଶର ୨୩ ବର୍ଷୀୟ ଗୁରୁନାଥ ।

ଅଧିକ ପଢ଼ନ୍ତୁ : ଅପରେସନ ଗ୍ରୀନ କ୍ଲିନ୍ : ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଗଞ୍ଜାମର ବେକାର ଯୁବକଙ୍କୁ ମୋହରା କରି ଅନ୍ୟ ରାଜ୍ୟକୁ ଗଞ୍ଜେଇ ପଠାଉଥିଲା ମାଷ୍ଟର୍‌ମାଇଣ୍ଡ ଗୁରୁନାଥ । ମାୟାଜାଲରେ ପଡ଼ିଥିଲା ମୁଖ୍ୟ ଅଭିଯୁକ୍ତ ଆସିକା ନଳବଣ୍ଟା ଗାଁର ବଳରାମ ପାହାନ । ଗୁରୁନାଥ ଗଞ୍ଜେଇ ବ୍ୟବସାୟ ପାଇଁ ଜେଲ୍‌ ଯାଇଥିବା ବେଳେ ବଳରାମ ତାଙ୍କର କୌଣସି ସହାୟତା କରିନଥିଲେ । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ । ଗୁରୁନାଥକୁ ରାସ୍ତାରୁ ହଟାଇବାକୁ ମାଷ୍ଟରପ୍ଲାନ୍‌ କରିଥିଲା ବଳରାମ । ଆନ୍ଧ୍ରରୁ ଡକାଇବା ପରେ ୩୦ ତାରିଖ ଦିନ ବାଦଗଡ଼ ନିକଟ ଜଙ୍ଗଲକୁ ନେଇଥିଲା । ସେଠାରେ ସହଯୋଗୀ ଲିମନ ପରିଡ଼ା, ସମ୍ବିତ ଗୌଡ଼ ଓ ଅଜିତ ଗୌଡ଼ଙ୍କ ସହ ମିଶି ଗୁରୁନାଥକୁ କରିଥିଲା ହତ୍ୟା । ପରେ ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ୍‌ ।

କେବଳ ସେରଗଡ଼ ଘଟଣା ନୁହେଁ, ଗଞ୍ଜେଇ କାରବାର ଅନେକ ସମୟରେ ଅସାମାଜିକ କାର୍ଯ୍ୟକଳାପ ବଢ଼ାଉଛି । ଗଞ୍ଜେଇ ଚାଷ ଠାରୁ ଆରମ୍ଭ କରି ଚାଲାଣ ପର୍ଯ୍ୟନ୍ତ ସବୁ ରୋକିବା ପାଇଁ ଧରପଗଡ଼ ହେଉଛି । କିନ୍ତୁ ବ୍ୟବସାୟର ମୂଳ ପର୍ଯ୍ୟନ୍ତ ନପହଞ୍ଚି ମୋହରା ସାଜୁଥିବା ନିରୀହ ଯୁବକଙ୍କୁ କାବୁ କରି ବିଭାଗ ବାହା ବାହା ନେଉଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe