କେତେ ମହଙ୍ଗା ଭାରତ-ପାକିସ୍ତାନ ମ୍ୟାଚ ଟିକେଟ? ଆଜିଠାରୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଅନଲାଇନ ଟିକେଟ ବିକ୍ରି

ଆସନ୍ତା ମାସରେ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି । ଯାହାକୁ ଆୟୋଜନ କରୁଛି ପାକିସ୍ତାନ । ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ମ୍ୟାଚକୁ ଫ୍ୟାନ୍ସମାନେ ଚାହିଁ ରହିଛନ୍ତି ତାହା ହେଉଛି ଭାରତ-ପାକିସ୍ତାନ ମ୍ୟାଚ । ଆଉ ଏହାରି ଭିତରେ ଫ୍ୟାନ୍ସଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି । 

championsss

Photograph: (kanak news)

କନକ ବ୍ୟୁରୋ: ଆସନ୍ତା ମାସରେ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି । ଯାହାକୁ ଆୟୋଜନ କରୁଛି ପାକିସ୍ତାନ । ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ମ୍ୟାଚକୁ ଫ୍ୟାନ୍ସମାନେ ଚାହିଁ ରହିଛନ୍ତି ତାହା ହେଉଛି ଭାରତ-ପାକିସ୍ତାନ ମ୍ୟାଚ । ଆଉ ଏହାରି ଭିତରେ ଫ୍ୟାନ୍ସଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି । 

ଆଇସିସି କ୍ରିକେଟ କାଉନ୍ସିଲ ୧୦ଟି ମ୍ୟାଚର ଟିକେଟ ପ୍ରାଇସ ଜାରି କରିଛି । ଏହାସହ କୁହାଯାଇଛି କି ଆଜିଠାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଆଉ ଭାରତୀୟ ସମୟ ଅନୁସାରେ ଟିକେଟ ବିକ୍ରି ୨ଟା ୩୦ରେ ଆରମ୍ଭ ହେବ । ଟିକେଟ କିଣିବା ପାଇଁ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ହେବ । ଯାହା ପ୍ରଥମରୁ ଆରମ୍ଭ ହୋଇ ସାରିଛି । 

ସବୁଠାରୁ ଶସ୍ତା ଟିକେଟ ପାକିସ୍ତାନ କରେନ୍ସି ହିସାବରେ ୧୦୦ଦ ଟଙ୍କା ରଖାଯାଇଛି । ଯାହାର ଭାରତୀୟ ମୂଲ୍ୟ ୩୧୦ ଟଙ୍କା । ପାକିସ୍ତାନ ବର୍ତ୍ତମାନ କେବଳ ନିଜ ଘରେ ହେବାକୁ ଥିବା ମ୍ୟାଚର ପ୍ରାଇଜ ଜାରି କରିଛି । ଅର୍ଥାତ କରାଚି, ଲାହୋର ଓ ରାଓ୍ବଲପିଣ୍ଡିରେ ହେବାକୁ ଥିବା ମ୍ୟାଚର ଟିକେଟ ପ୍ରାଇସ କେତେ ମହଙ୍ଗା, କେତେ ଶସ୍ତା ତାହା ଜଣା ପଡିବ । 

ଭାରତୀୟ ଟିମ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ । ଏଠାରେ ଏକ ସେମିଫାଇନାଲ ମ୍ୟାଚ ବି ହେବ । ଆଇସିସି କହିଛି କି ଦୁବାଇରେ ହାବକୁ ଥିବା ମ୍ୟାଚର ଟିକେଟ ବିକ୍ରି ଖୁବଶୀଘ୍ର ଆରମ୍ଭ ହେବ । ବର୍ତ୍ତମାନ କେବଳ ପାକିସ୍ତାନରେ ହେବାକୁ ଥିବା ମ୍ୟାଚର ଟିକେଟ ପାଇଁ ପ୍ରାଇଜ ଜାରି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe