ମହଙ୍ଗା ଗାଡ଼ିରେ ଆସିଲେ , ପଞ୍ଚତାରକା ହୋଟେଲରେ ରହିଲେ , ୨୧୮ କୋଟି ଟଙ୍କାର ପିଙ୍କ୍ ହୀରା ଧରି ଛୁ’ ମାରିଲେ ..

ଦୁବାଇ ପୁଲିସ ଅନୁସାରେ ୩ ଜଣ ଲୁଟେରା ବର୍ଷେ ପୂର୍ବରୁ ହୀରା ଚୋରି କରିବା ପାଇଁ ପ୍ଲାନ୍ କରିଥିଲେ । ଯାହାକୁ ଫ୍ୟାନ୍ସି ଇଣ୍ଟେନ୍ସର ଶ୍ରେଣୀଭୁକ୍ତ କରାଯାଇଛି । ଏହାର ଓଜନ ୨୧ କ୍ୟାରେଟ୍ ଥିବା ବେଳେ ଏଭଳି ହୀରା ପୁନଃ ଖୋଜି ବାହାର କରିବା ପ୍ରାୟତଃ ଅସମ୍ଭବ ।

Pink Diamond

Pink Diamond Photograph: (KanakNews)

କନକ ବ୍ୟୁରୋ : ସାରା ବିଶ୍ବରେ କଡ଼ା ଆଇନ୍ କାନୁନ୍ ତାଲିକାରେ ଦୁବାଇର ନାଁ ଆଗ ଆସେ । ଏମିତିକି ସୁନା ଭଳି ଦାମୀ ବସ୍ତୁ ଶସ୍ତା ଥିବା ଦୁବାଇରେ ଯଦି ଆପଣ ବାହାରେ ସୁନା ଅଳଙ୍କାର ଛାଡ଼ି ଯିବେ ତା’ହେଲେ ସେଠାକାର ଲୋକେ ତାକୁ ଛୁଇଁବେ ବି ନାହିଁ । ଆଉ ଏହାର କାରଣ ହେଉଛି ସେଠାକାର କଡ଼ା ଆଇନ୍ ବ୍ୟବସ୍ଥା । ଯାହା ବର୍ତ୍ତମାନ ପ୍ରମାଣିତ ମଧ୍ୟ ହୋଇଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୁବାଇ ପୁଲିସ ଏକ ଅତ୍ୟନ୍ତ ଦୁଲ୍ଲଭ ଗୋଲାପୀ ହୀରା (ପିଙ୍କ୍ ଡାଇମଣ୍ଡ) କୁ ଚୋରି ହେବାରୁ ବଞ୍ଚାଇ ଦେଇଛି । ଏହି ହୀରାଟି ୨୫ ମିଲିୟନ ଡଲାର (୨୧୮ କୋଟି ଟଙ୍କା) ମୂଲ୍ୟର ବୋଲି ଆକଳନ କରାଯାଉଥିବା ବେଳେ ହୀରା ଚୋରି ଉଦ୍ୟମକୁ ପଣ୍ଡ କରି ୩ ଜଣ ଚୋରଙ୍କୁ ଗିରଫ କରିଛି ଦୁବାଇ ପୁଲିସ । 

dubai police
dubai police Photograph: (google)

ଦୁବାଇ ମିଡିଆ ଅଫିସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ‘‘ଦୁବାଇ ପୁଲିସ ୨୫ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏକ ବିରଳ ଗୋଲାପୀ ହୀରା ଚୋରି କରିବାର ଉଦ୍ୟମକୁ ବିଫଳ କରିଦେଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଦୁବାଇ ପୁଲିସ ଏହି ଅପରାଧୀମାନଙ୍କୁ ମାତ୍ର ୮ ଘଣ୍ଟା ସମୟ ଭିତରେ ଗିରଫ କରିଛି ।’’ ଦୁବାଇ ପୁଲିସ ଅନୁସାରେ ୩ ଜଣ ଲୁଟେରା ବର୍ଷେ ପୂର୍ବରୁ ହୀରା ଚୋରି କରିବା ପାଇଁ ପ୍ଲାନ୍ କରିଥିଲେ । ଯାହାକୁ ଫ୍ୟାନ୍ସି ଇଣ୍ଟେନ୍ସର ଶ୍ରେଣୀଭୁକ୍ତ କରାଯାଇଛି । ଏହାର ଓଜନ ୨୧ କ୍ୟାରେଟ୍ ଥିବା ବେଳେ ଏଭଳି ହୀରା ପୁନଃ ଖୋଜି ବାହାର କରିବା ପ୍ରାୟତଃ ଅସମ୍ଭବ । ଯଦିବି ସୌଭାଗ୍ୟବଶତଃ ପିଙ୍କ୍ ହୀରାକୁ କେହି ଖୋଜି ବାହାର କରିଦିଅନ୍ତି ତା’ହେଲେ ଏହାର ସମ୍ଭାବନା ମାତ୍ର ୦.୦୧ % ରହିଛି । 

Pink Diamond
Pink Diamond Photograph: (Google)

ତେବେ ଚୋରଙ୍କ ଟାର୍ଗେଟ୍ ଯେତେ ଦାମୀ ଥିଲା ଚୋରି କରିବାର କାହାଣୀ ମଧ୍ୟ ସେତିକି ରୋଚକପୂର୍ଣ୍ଣ ରହିଛି । ଧନୀ ଗ୍ରାହକଙ୍କ ମଧ୍ୟସ୍ଥିର ପରିଚୟ ନେଇ ୩ ଜଣ ଚୋର ହୀରା ବ୍ୟବସାୟୀଙ୍କ ପାଖକୁ ଗଲେ , ଯିଏ ୟୁରୋପରୁ ୟୁଏଇ ଏହି ଦୁଲ୍ଲଭ ହୀରାକୁ ଆଣିଥିଲେ । ଚୋରମାନେ ଧନୀର ପରିଚୟ ଦେଖାଇବାକୁ ଏକ ବିଳାସପୂର୍ଣ୍ଣ ଗାଡ଼ି ଭଡ଼ା କରି ଆସିଥିଲେ । ଖାଲି ସେତିକି ନୁହେଁ ପଞ୍ଚତାରକା ହୋଟେଲରେ ମିଟିଂ ଏବଂ ଜଣେ ନକଲି ରତ୍ନ ବିଶେଷଜ୍ଞଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ । ଏହି ଚୋର ହୀରା ବ୍ୟବସାୟୀଙ୍କୁ ପିଙ୍କ୍ ହୀରା କିଣିବା ପାଇଁ ଇଚ୍ଛୁକ ଥିଲା ଲୋକଙ୍କ ପାଖକୁ ନେଇଯିବାକୁ କହି ଆକ୍ରମଣ କରି ହୀରା ନେଇ ଚମ୍ପଟ ମାରିଥିଲେ । କିନ୍ତୁ ଅପରାଧୀଙ୍କ ହାତଠୁ ଆଇନର ହାତ ବଡ଼ ହେଲା ପରି ମାତ୍ର ୮ ଘଣ୍ଟା ଭିତରେ ହିଁ ସମସ୍ତ ଚୋରଙ୍କୁ ଖୋଜି ବାହାର କରିଥିଲା ଦୁବାଇ ପୁଲିସ ଏବଂ ଫ୍ରିଜ୍ ଭିତରେ ଲୁଚାଇ ରଖିଥିବା ପିଙ୍କ୍ ହୀରାକୁ ମଧ୍ୟ ଜବତ କରିଛି ପୁଲିସ । ତେବେ ଏହି ଦୁଲ୍ଲଭ ହୀରାର ମାଲିକ ଦୁବାଇ ପୁଲିସର ଏତେ ଶୀଘ୍ର ପ୍ରତିକ୍ରିୟାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି । ରାତିରେ ହୀରା ଚୋରି ହେଲା , ବ୍ୟବସାୟୀ ତତକ୍ଷଣାତ୍ ପୁଲିସକୁ ସୂଚନା ଦେଲେ ଏବଂ ସକାଳୁ ପୁଲିସ ଚୋରଙ୍କୁ ଧରିବାରେ ସଫଳ ହେଲା । ଏଥିରୁ ଜଣାପଡୁଛି ଦୁବାଇକୁ କାହିଁକି ‘କ୍ରାଇମ୍ ଫ୍ରି’ ଦେଶ ବୋଲି କୁହାଯାଏ । ଯେଉଁ ଦେଶର ପୁଲିସ ଅପରାଧୀକୁ କାବୁ କରିବାରେ ଏତେ ଫାଷ୍ଟ୍ ସେହି ଦେଶରୁ ସମସ୍ତଙ୍କୁ ଶିଖିବା ଦରକାର । ଭାରତରେ ଦୁଷ୍କର୍ମ ମାମଲା ହେଲେ ନ୍ୟାୟ ମିଳିବାକୁ ୧୫ ରୁ ୨୦ ବର୍ଷ ସମୟ ଲାଗିଯାଉଛି କିନ୍ତୁ ଦୁବାଇରେ ପ୍ରତିଟି ଅପରାଧକୁ ଗୁରୁତ୍ବର ସହ ନେବା ଭଳି ଯଦି ସବୁ ଦେଶର ପୁଲିସ ଏଭଳି ଫାଷ୍ଟ୍ ହୁଅନ୍ତେ ତା’ହେଲେ ଲୋକଙ୍କୁ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥା’ନ୍ତା । 
 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe