କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ଧାର୍ମିକ ସମାଗମ ମହାକୁମ୍ଭ ମେଳାରେ ଭାଗ ନେବା ପାଇଁ ତ୍ରିବେଣି ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଉତ୍ତର ପ୍ରଦେଶର ସୂଚନା ବିଭାଗ ଅନୁସାରେ ୨୬ ଜାନୁଆରୀରେ ୧୩.୨୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଛନ୍ତି । ଏହି ସଂଖ୍ୟା ଲଗାତାର ବଢି ଚାଲିଛି । ଆଉ ଏହାରି ଭିତରେ ନାସା ଅନ୍ତରିକ୍ଷ ଅର୍ଥାତ ଡନ୍ ପେଟିଇଟ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନରୁ ମହାକୁମ୍ଭର ଫଟୋ ସୋସିଆଲମିଡିଆ ଏକ୍ସରେ ଶେୟାର କରିଛନ୍ତି । ପେଟିଟ ଦ୍ବାରା ନିଆଯାଇଥିବା ଏହି ଫଟୋ ସଙ୍ଗମ ନଗରୀ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଯାଉଛି ।
2025 Maha Kumbh Mela Ganges River pilgrimage from the ISS at night. The largest human gathering in the world is well lit. pic.twitter.com/l9YD6o0Llo
— Don Pettit (@astro_Pettit) January 26, 2025
କୋଟି କୋଟି ଲୋକଙ୍କ ସମାଗମ ହେଉଥିବାରୁ ସୁରକ୍ଷାକୁ ଅଧିକ ଦୃଷ୍ଟି ଦିଆଯାଉଛି । ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି । ଏହାସହ କୁମ୍ଭମେଳା ଉପରେ ନୋଫ୍ଲାଇଙ୍ଗ ଜୋନ କରାଯାଇଛି । ଉପରେ କୌଣସି ଡ୍ରୋନ ଉଡାଇବାକୁ ଅନୁମତି ଦିଆଯାଉ ନାହିଁ । ୭ ପ୍ରକାର ସୁରକ୍ଷା ବ୍ୟବସ୍ଥାରେ ରହିଛି କୁମ୍ଭମେଳା । ସୁରକ୍ଷିତ ଯାତାୟାତ ପାଇଁ କିଛି ପ୍ରକାରର ଟେକ୍ନିକ ବ୍ୟବହାର କରାଯାଉଛି । ଏହାସହ ଏଆଇ ସିସିଟିଭି କ୍ୟାମେରା ବି ଲାଗିଛି ।