କନକ ବ୍ୟୁରୋ : ସାମ୍ନାକୁ ଆସିଲା ଆତଙ୍କୀ ଆକ୍ରମଣର ଆଉ ଏକ ଛାତିଥରା ଭିଡିଓ। କିଭଳି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି କରୁଛନ୍ତି ତାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଗୁଳିର ଶବ୍ଦ ସ୍ପଷ୍ଟ ଶୁଣିବାକୁ ମିଳୁଛି । ସ୍ତ୍ରୀ ଆଗରେ ସ୍ବାମୀ ଓ ପୁଅ ଆଗରେ ବାପାକୁ ହତ୍ୟା କରିଛନ୍ତି ଆତଙ୍କୀ।
ପହଲଗାମ ଆତଙ୍କବାଦୀ ଆକ୍ରମଣର ଛାତିଥରା କାହାଣୀ ବଖାଣିଲେ ମୃତକଙ୍କ ପତ୍ନୀ । ୟୁପି କାନପୁରର ବ୍ୟବସାୟୀ ଶୁଭମ୍ ଦ୍ବିବେଦୀ ନିଜ ପୂରା ପରିବାର ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିଲେ । ମଙ୍ଗଳବାର ପତ୍ନୀଙ୍କ ସହ ପହଲଗାମରେ ବୁଲୁଥିଲେ, ଯେତେବେଳେ ହଠାତ୍ ଆତଙ୍କବାଦୀ ଆସି ପହଞ୍ଚିଥିଲେ । ଆଉ ଆତଙ୍କବାଦୀ ହିନ୍ଦୁ ନା ମୁସଲମାନ ପରିଚୟ ପଚାରି ଗୁଳି ମାରିଥିଲେ । ସବୁଠାରୁ ଆଗ ଶୁଭମଙ୍କୁ ଗୁଳି କରିଥିବା କହି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଶୁଭମ୍ଙ୍କ ପତ୍ନୀ ଏଶାନ୍ୟା । ଶୁଭମ ଦ୍ବିବେଦୀ ଓ ଏଶାନ୍ୟାଙ୍କ ବାହାଘର ଗତ ଫେବ୍ରୁଆରୀ ମାସରେ ହୋଇଥିଲା । ଫେବ୍ରୁଆରୀ ୧୨ ତାରିଖରେ ବେଶ ଧୁମ୍ ଧାମରେ ହୋଇଥିଲା ବାହାଘର । ଗତ ୧୭ ତାରିଖରେ ନିଜ ସ୍ତ୍ରୀ ଓ ପୂରା ପରିବାର ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିଲେ ଶୁଭମ ।