କନକ ବ୍ୟୁରୋ : ସୁଭଦ୍ରା ଟଙ୍କା ପାଇ ମହିଳାମାନେ ବହୁତ ଖୁସି । ସୁଭଦ୍ରା ଟଙ୍କା ଦେବାର ବର୍ଷେ ପରେ ଟଙ୍କା କେମିତି ଖର୍ଚ୍ଚ କଲେ ସରକାର ପଚାରିବେ । ବର୍ଷକୁ ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ପ୍ରାୟ କୋଟିଏ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ସରକାର । ଏହି ଟଙ୍କାକୁ ମହିଳା ମାନେ କେଉଁଠି ଓ କେମିତି ଖର୍ଚ୍ଚ କଲେ ସର୍ଭେ କରିବେ । ତେବେ ସରକାରଙ୍କ ସର୍ଭେ ପୂର୍ବରୁ ଗ୍ରାଉଣ୍ଡଜିରୋରେ ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ୍ । କିଏ ଛୋଟ ଦୋକାନ କରିଛି ତ ଆଉ କି ଟେଲର ମେସିନ୍ଟିଏ କିଣି ଗୁଜୁରାଣ ମେଣ୍ଟାଉଛି । ଆମେ କୌଣସି ମନଗଢ଼ା କାହାଣୀ କହୁନୁ... ଲୋକଙ୍କ ବୟାନରୁ ହିଁ ସ୍ପଷ୍ଟ ହୋଇଛି ।
ଆଗକୁ ଗାଁ ଗାଁରେ ସର୍ଭେ କରିବେ କଲେଜ ପଢ଼ୁଆ ଛାତ୍ରଛାତ୍ରୀ । ୨୨ ହଜାର ମହିଳାଙ୍କୁ ଭେଟି ତଥ୍ୟ ସଂଗ୍ରହ କରି ସରକାରଙ୍କୁ ରିପୋର୍ଟ ଦେବେ । ଆଗମୀ ଦୁଇ ସପ୍ତାହ ଧରି କଲେକ ଛାତ୍ରଛାତ୍ରୀ ସାରା ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସୁଭଦ୍ରା ହିତାଧିକାରୀଙ୍କ ସାକ୍ଷାତକାର ନେବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିବା ପରେ, ସୁଭଦ୍ରା ସମୀକ୍ଷାରେ କଲେଜ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ସଙ୍ଘ । ଏକ ମାସ ଧରି ସୁଭଦ୍ରା ସମୀକ୍ଷା ଚାଲିବ । ସର୍ବେକ୍ଷଣ ତଥ୍ୟ ଆଧାରରେ ଆଗାମୀ ସୁଭଦ୍ରା କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ ସ୍ଥିର କରାଯିବ । ଆଇଆଇଏମ୍, ସମ୍ବଲପୁର ସହଯୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସମୀକ୍ଷର ତଥ୍ୟକୁ ବିଶ୍ଳେଷଣ କରି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/23/subhadra-2025-07-23-20-15-04.jpg)