କନକ ବ୍ୟୁରୋ : ହରିୟାଣା ଏଡିଜିପି ଆଇପିଏସ୍ ୱାଇ ପୁରନ କୁମାରଙ୍କ ଶବ ବ୍ୟବଚ୍ଛେଦ ଖୁବ୍ ଶୀଘ୍ର ପିଜିଆଇରେ କରାଯିବ । ଚାରିଦିନ ପରେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଛି ପରିବାର । ଚଣ୍ଡିଗଡ଼ ପୁଲିସ ସେକ୍ଟର ୧୬ ହସ୍ପିଟାଲ ଶବକୁ ପୋଷ୍ଟମର୍ଟମ ପାଇଁ ପିଜିଆଇକୁ ନେଇଥିଲା । ସୂଚନା ଅନୁଯାୟୀ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ସକାଳ ପ୍ରାୟ ୧୦ ଟାରେ ଆରମ୍ଭ ହେବ । ଅମୃତ ପି କୁମାରଙ୍କ ସହ କଥା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି, କ୍ୟାବିନେଟ ମନ୍ତ୍ରୀ କୃଷ୍ଣ ଲାଲ ପାନୱାର, ମୁଖ୍ୟ ସଚିବ ଅନୁରାଗ ରାସ୍ତୋଗୀ, ଗୃହ ସଚିବ ସୁମିତା ମିଶ୍ର ଏବଂ ଆଇଏଏସ୍ ରାଜ ଶେଖର ଭଣ୍ଡ୍ରୁଙ୍କ ମଧ୍ୟରେ ଏକ ବଡ଼ ଧରଣର ବୈଠକ ଅନୁଷ୍ଠିତ ହୋଇଥିଲା ।
ସୂଚନା ଅନୁଯାୟୀ ବୈଠକରେ ରାଜ୍ୟ ସରକାର ଡିଜିପି ଶତ୍ରୁଜିତ୍ କପୁର ଏବଂ ରୋହତକ ଏସପି ନରେନ୍ଦ୍ର ବିଜାର୍ନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ୱାଇ. ପୂରନ କୁମାରଙ୍କ ପରଲୋକରେ ହରିୟାଣା ଆଇଏଏସ୍ ଅଫିସର୍ସ ଆସୋସିଏସନ୍ ଗଭୀର ଦୁଃଖ ପ୍ରକାଶ କରିଛି । ସେମାନେ ଅମନୀତ ପି. କୁମାରଙ୍କୁ ସମର୍ଥନ ଜଣାଇବା ସହିତ ଚଣ୍ଡିଗଡ଼ ପୁଲିସ ଏବଂ ହରିୟାଣା ସରକାରଙ୍କୁ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/11/33-2025-10-11-15-24-49.jpg)