କନକ ବ୍ୟୁରୋ: କଟକରେ ମହିଳା ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ। ସିଡିଏ ସେକ୍ଟର ୯ସ୍ଥିତ ଏକ ଭଡା ଘରୁ ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସସିବି ପଠାଇଛି। ଏଥି ସହିତ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ ମହିଳା ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ କଟକ ନରାଜ ସ୍ଥିତ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପିକା ଭାବରେ କାର୍ଯ୍ୟ କରୁଥିଲେ। ସେ ଗତ ୧୦ ବର୍ଷ ହେବ ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ସିଡିଏ ସେକ୍ଟର ୯ରେ ଏକ ଭଡା ଘର ନେଇ ଏକୁଟିଆ ରହୁଥିଲେ। ଗତକାଲି ରାତିରେ ସେ ବହୁ ସମୟ ଧରି ଫୋନ ନଉଠାଇବା କୁ ନେଇ ବିଦ୍ୟାର୍ଥୀ ଓ ସହକର୍ମୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଥିଲା। ପଡୋଶୀ ବାରମ୍ବାର ଡାକିବା ସତ୍ତ୍ବେ କବାଟ ଖୋଲି ନଥିଲା। ପୋଲିସକୁ ଏନେଇ ଖବର ଦିଆଯିବା ପରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। କଟକ ଅତିରିକ୍ତ ଡିସିପି କହିଛନ୍ତି, ତାଙ୍କର ହୃଦଘାତ ଜନିତ ସମସ୍ୟା ଥିଲା। ତେଣୁ ଏଥିପାଇଁ ମୃତ୍ୟୁ ହୋଇଥାଇପାରେ। ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us