କନକ ବ୍ୟୁରୋ : ରାଜ୍ୟରେ ଆସନ୍ତାମାସରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ହେବ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସଂକେତ ଦେଇ ସାରିଛନ୍ତି । ଯାଞ୍ଚ ବେଳେ କେଉଁ କେଉଁ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ତା’ର ବି ସୂଚୀ ଆସି ସାରିଛି । କିନ୍ତୁ ଆଧାର କାର୍ଡକୁ ଗ୍ରହଣ କରାଯାଉନଥିବାରୁ ପ୍ରଶ୍ନ ଉଠିଛି । ମେସେଜ୍ ଆସିଛି , ସମସ୍ତ ଗାଡ଼ି ମାଲିକଙ୍କୁ ସେମାନଙ୍କ ମୋବାଇଲ ନମ୍ବର କନଫର୍ମ କରିବା ସହ ଆଧାରକାର୍ଡ ସଂଯୋଗ କରିବାକୁ କୁହାଯାଇଛି । ପୂର୍ବରୁ ବ୍ୟାଙ୍କ ଖାତା ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ଆଧାର କାର୍ଡ ସଂଯୋଗୀକରଣକୁ ବାଧ୍ୟତାମୂଳକ କରାଯାଉଛି । ଆଧାରକାର୍ଡ ନଥିଲେ ସ୍କୁଲରେ ନାମ ଲେଖାଇବା ବି କଷ୍ଟକର ହେଉଛି । କିନ୍ତୁ ଭୋଟର ତାଲିକା ସଂଶୋଧନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୧ଟି ପ୍ରମାଣପତ୍ର ତାଲିକାରେ ନାହିଁ ଆଧାର କାର୍ଡ । ତେଣୁ ଯାଞ୍ଚ୍ ବେଳେ ତାଲିକାରେ ଥିବା ପ୍ରମାଣପତ୍ର କେଉଁଠୁ ଆଣିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଭୋଟର ।
ଆଧାର କାର୍ଡ ପ୍ରାୟ ସବୁ କ୍ଷେତ୍ରରେ ଗ୍ରହଣୀୟ ହୋଇଥିବା ବେଳେ ଏସ୍ଆଇଆର୍ ପାଇଁ ଗ୍ରହଣୀୟ ହେବ ନାହିଁ ବୋଲି ଜଣାପଡ଼ିବା ପରେ ଚିନ୍ତାରେ ପଡ଼ିଛନ୍ତି ଲୋକେ । ନିର୍ବାଚନ କମିସନଙ୍କ ସୂଚୀରେ ଥିବା ପ୍ରମାଣପତ୍ର ମଧ୍ୟରୁ ଅଧିକାଂଶ ଲୋକଙ୍କ ପାଖରେ ଗୋଟିଏ ହେଲେ ବି ନାହିଁ । ଯେମିତି ୧୯୯୯ ପୂର୍ବରୁ ଜନ୍ମ ହୋଇଥିବା ଅଧିକାଂଶ ଭୋଟରଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ନାହିଁ । ମାଟ୍ରିକ ପାସ୍ କରିନଥିବା ଲୋକଙ୍କ ପାଖରେ ମାଟ୍ରିକ ସାର୍ଟିଫିକେଟ୍ ନାହିଁ । ସେହିପରି ଅନ୍ୟ ପ୍ରମାଣପତ୍ର ଗୁଡ଼ିକ ମଧ୍ୟ ଲୋକଙ୍କ ପାଖରେ ନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ବିହାରରେ ଭୋଟର ତାଲିକା ସଂଶୋଧନ ବେଳେ ପ୍ରମାଣପତ୍ରକୁ ନେଇ ବିବାଦ ହୋଇଥିଲା । ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ଆବେଦନର ବିଚାର କରି ଆଧାରକାର୍ଡକୁ ପରିଚୟ ପ୍ରମାଣପତ୍ର ଭାବେ ଗ୍ରହଣ କରିବାକୁ ଦୁଇ ଜଣିଆ ଖଣ୍ଡପୀଠ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ଭୋଟର ତାଲିକାରୁ ୬୫ ଲକ୍ଷ ଭୋଟର ବାଦ ପଡିଥିଲେ। ଯାହାକୁ ନେଇ ଲାଗି ରହିଛି ବିବାଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/20/adhar-2025-08-20-20-05-27.jpg)