କେତେ ନିଷ୍ଠୁର ହୋଇପାରେ ପୁଅ । ରୋଗିଣା ମାଆକୁ କରିଦେଲା ପର, ପରଘର ବାରଣ୍ଡାରେ କଟୁଛି ଜୀବନ

ବୃଦ୍ଧା ପ୍ରମିଳାଙ୍କ ଦୁଃଖ ଯେମିତି ବଢିଚାଲିଛି । ସେପଟେ ପୁଅ ବୋହୂ ମଧ୍ୟ ଘଟଣାକୁ ସ୍ବୀକାର କରିଛନ୍ତି । ନିଜ ଘରେ ସମସ୍ୟା ଥିବାରୁ ଏହିଭଳି କରିଥିବା କହିଛନ୍ତି। ଖୁବଶୀଘ୍ର ପରିବାରର ସମସ୍ୟା ସମାଧାନ କରିବାକୁ କହିଛନ୍ତି ପ୍ରମିଳାଙ୍କ ପରିବାର । 

KZòþZòKþq

କନକ ବ୍ୟୁରୋ : ବୟସର ଅପରାହ୍ନରେ ଜୀବନ ଜିଇଁବାର ସଂଘର୍ଷ କରୁଛନ୍ତି ଅସହାୟ ବୃଦ୍ଧା । ବଡ କଷ୍ଟରେ ପାଳିଥିଲେ ଦୁଇ ପୁଅଙ୍କୁ । ହେଲେ ଏବେ ପୁଅ ବୋହୂଙ୍କ ପାଇଁ ପର ପାଲଟିଯାଇଛି ରୋଗୀଣା ବୁଢୀ ମାଆ । ନିର୍ଦ୍ଦୟୀ ପୁଅ ବୋହୂ ରୋଗରେ ସଢୁଥିବା ବୃଦ୍ଧା ମାଆକୁ ଛାଡି ଦେଇଛନ୍ତି ଗାଁ ମୁଣ୍ଡରେ । ଅସହାୟ ମାଆ ପର ଘର ବାରଣ୍ଡାରେ ଛିଣ୍ଡା ବିଛଣାରେ ଦୀର୍ଘ ନିଶ୍ବାସ ଛାଡୁଛି । କାନ୍ଦି କାନ୍ଦି ବିକଳରେ ଡାକୁଛି ମାଆ ମୋତେ ଘରକୁ ଫେରାଇ ନିଅ। ହେଲେ ମାଆର ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । କୁଜଙ୍ଗ ପିପଳ ଗାଁର ବୃଦ୍ଧା ପ୍ରମିଳାଙ୍କୁ ଓୌଷଧ ଟିକେ ତ ଦୂର କଥା ପେଟକୁ ମୁଠାଏ ଖାଦ୍ୟ ବି ସ୍ବପ୍ନ ତାଙ୍କ ପାଇଁ । ପକ୍ଷାଘାତରେ ଯନ୍ତ୍ରଣା ଜର୍ଜରିତ ଜୀବନ ଜୀଉଁଛନ୍ତି ପ୍ରମିଳା ।  

ବୃଦ୍ଧା ପ୍ରମିଳାଙ୍କ ଦୁଃଖ ଯେମିତି ବଢିଚାଲିଛି । ସେପଟେ ପୁଅ ବୋହୂ ମଧ୍ୟ ଘଟଣାକୁ ସ୍ବୀକାର କରିଛନ୍ତି । ନିଜ ଘରେ ସମସ୍ୟା ଥିବାରୁ ଏହିଭଳି କରିଥିବା କହିଛନ୍ତି। ଖୁବଶୀଘ୍ର ପରିବାରର ସମସ୍ୟା ସମାଧାନ କରିବାକୁ କହିଛନ୍ତି ପ୍ରମିଳାଙ୍କ ପରିବାର । 

ଅଭାବ ଯୋଗୁ ଜନ୍ମ କଲା ମାଆକୁ ପର କରିଦେଇଛନ୍ତି ପୁଅ ବୋହୂ । ରୋଗୀଣା ମା’ର ସେବା ନକରରି ନିର୍ଦ୍ଦୟ ହୋଇ ଘରୁ ବାହାର କରିଦେଇଛନ୍ତି । ଏହିଭଳି ସ୍ଥିତିରେ ବୃଦ୍ଧାଙ୍କୁ ସହଯୋଗ କରାଯିବା ଜରୁରୀ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe