ଘରେ ବସି ଏମିତି ଡାଉନଲୋଡ୍ କରନ୍ତୁ ଆୟୁଷ୍ମାନ କାର୍ଡ; ଦେଖନ୍ତୁ, ପୂରା ଭିଡିଓ....

ଓଡ଼ିଶାରେ ଲାଗୁ ହେଇସାରିଛି ଆୟୁଷ୍ମାନ ଯୋଜନା । ରାଜ୍ୟର ପାଖାପାଖି ୩ କୋଟି ୫୧ ଲୋକ ଏହି ଯୋଜନାରେ ଉପକୃତ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆପଣ ଏହି ଆୟୁଷ୍ମାନ କାର୍ଡ ପାଇବେ କେମିତି? ଅତି ସରଳ ଭାବେ କହିବାକୁ ଗଲେ, ଆପଣ ଘରେ ବସି ମଧ୍ୟ ଆୟୁଷ୍ମାନ କାର୍ଡ ପାଇପାରିବେ ।

Download Ayushman Card

Download Ayushman Card Photograph: (KanakNews )

କନକ ବ୍ୟୁରୋ: ଓଡ଼ିଶାରେ ଲାଗୁ ହେଇସାରିଛି ଆୟୁଷ୍ମାନ ଯୋଜନା । ରାଜ୍ୟର ପାଖାପାଖି ୩ କୋଟି ୫୧ ଲୋକ ଏହି ଯୋଜନାରେ ଉପକୃତ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆପଣ ଏହି ଆୟୁଷ୍ମାନ କାର୍ଡ ପାଇବେ କେମିତି? ଅତି ସରଳ ଭାବେ କହିବାକୁ ଗଲେ, ଆପଣ ଘରେ ବସି ମଧ୍ୟ ଆୟୁଷ୍ମାନ କାର୍ଡ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଅନଲାଇନରେ କିଛି ସରଳ ଫର୍ମୁଲା ଆପଣାଇବାକୁ ପଡିବ ।

  • ଆପଣଙ୍କୁ ପ୍ରଥମେ ସରକାରଙ୍କ ଅଫିସିଆଲ୍ ଓ୍ୱେବସାଇଟରେ ଲଗଇନ୍ କରିବାକୁ ପଡିବ । ଯାହାକି ହେଉଛି beneficiary.nha.gov.in  
  • ଏହାପରେ ସେଠାରେ ଆପଣ ନିଜର ମୋବାଇଲ୍ ନମ୍ବର ଏବଂ ଓଟିପି ଦେଇ ଲଗଇନ୍ କରିବେ
  • ଏହାପରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଗୋଟିଏ ନୂଆ ସ୍ଲାଇଡ୍ ଓପନ୍ ହେଇଯିବ
  • ସେଠାରେ ଆପଣ ନିଜର ରାଜ୍ୟ, ଜିଲ୍ଲା ସହ ଆଧାର ନମ୍ବର ଦେଇ ଆପଣଙ୍କର ପରିବାରର ଆୟୁଷ୍ମାନ କାର୍ଡ ଦେଖିପାରିବେ
  • ଆୟୁଷ୍ମାନ କାର୍ଡକୁ ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ ପୁଣିଥରେ ଆଧାର କାର୍ଡ ସହିତ ଓଟିପି ନମ୍ବର ଦେବାକୁ ପଡିବ
  • ଏହିପରି ଭାବେ ଆପଣ ଅତି ସହଜରେ ଘରେ ବସି ଆୟୁଷ୍ମାନ କାର୍ଡ ଡାଉନଲୋଡ୍ କରିପାରିବେ

ଆୟୁଷ୍ମାନ କାର୍ଡ କେମିତି ଡାଉନଲୋଡ୍ କରିବେ, ଭିଡିଓ ଦେଖିବା ପାଇଁ କ୍ଲିକ୍ କରନ୍ତୁ....

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe