ଅସ୍ୱାସ୍ଥ୍ୟକର ପରିବେଶରେ କେମିତି ସୁସ୍ଥ ରହିବେ ରୋଗୀ । ଏମକେସିଜିର ପରିବେଶକୁ ନେଇ ଅସନ୍ତୋଷ

Advertisment

 ମେଡିକାଲ ପରିମଳ ବ୍ୟବସ୍ଥାରେ ତୁରନ୍ତ ସୁଧାର ନଆସିଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଆଇନଜୀବୀ । ପ୍ରତିବର୍ଷ ଡାକ୍ତରଖାନା ସଫେଇ କାର୍ଯ୍ୟ ପାଇଁ ୩ କୋଟି ଖର୍ଚ୍ଚ ହେଉଛି । ତଥାପି ସଫେଇ କାର୍ଯ୍ୟରେ ଅବହେଳା କରାଯାଉଛି । ତୁରନ୍ତ ତଦନ୍ତ କରି ସଫେଇ ଦାୟିତ୍ୱ ନେଇଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମେଡିକାଲ ଅଧିକ୍ଷକ।

iòZ\iòZ\iò

କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାର ବଡ଼ ଡାକ୍ତରଖାନା କହିଲେ, ବ୍ରହ୍ମପୁର ଏମକେସିଜି ମେଡିକାଲକୁ ବୁଝାଏ । ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । କିନ୍ତୁ ମେଡ଼ିକାଲ ପରିସର ଦୃଶ୍ୟ ରୋଗୀଙ୍କୁ ଅସ୍ତବ୍ୟସ୍ତ କରୁଛି । ଚାରିଆଡ଼େ ଜମିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ପଚା ଗନ୍ଧ ଭିତରେ ରୋଗୀ ସେବା ଚାଲିଛି । ଏ ବର୍ଷ ଡାକ୍ତରଖାନାର ପରିମଳ ଦାୟିତ୍ବ ନେଇଛି ଘରୋଇ ସଂସ୍ଥା ପ୍ରତ୍ୟୁଷ। ସଫେଇ ନାଁରେ ସଂପୃକ୍ତ ସଂସ୍ଥା କୋଟିକୋଟି ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହୋଇଛି । 

 ମେଡିକାଲ ପରିମଳ ବ୍ୟବସ୍ଥାରେ ତୁରନ୍ତ ସୁଧାର ନଆସିଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଆଇନଜୀବୀ । ପ୍ରତିବର୍ଷ ଡାକ୍ତରଖାନା ସଫେଇ କାର୍ଯ୍ୟ ପାଇଁ ୩ କୋଟି ଖର୍ଚ୍ଚ ହେଉଛି । ତଥାପି ସଫେଇ କାର୍ଯ୍ୟରେ ଅବହେଳା କରାଯାଉଛି । ତୁରନ୍ତ ତଦନ୍ତ କରି ସଫେଇ ଦାୟିତ୍ୱ ନେଇଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମେଡିକାଲ ଅଧିକ୍ଷକ।

ରୋଗୀ ସୁସ୍ଥ ରହିବା ପାଇଁ ପରିବେଶ ସୁସ୍ଥ ରହିବା ଆବଶ୍ୟକ। ତେଣୁ ଏମକେସିଜି ପରିମଳ ବ୍ୟବସ୍ଥା ଉପରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe