କନକ ବ୍ୟୁରୋ : ରାଜଧାନୀ ପାଲଟିଛି ବାଂଲାଦେଶୀଙ୍କ ଆଡ୍ଡାସ୍ଥଳୀ । କିଛି ନାମ ବଦଳା ଆଧାର କାର୍ଡ ଓ ପାସପୋର୍ଟ ବି ତିଆରି କରି ସାରିଲେଣି । ତେବେ ସନ୍ଦେହ ବଢାଥିବା ବାଂଲାଦେଶୀ ଏବଂ ରାଜ୍ୟ ଭିତରେ ରହିଯାଥିବା ଏହି ଗୋଷ୍ଠୀଙ୍କୁ ତଡିପାର କରାଇବାକୁ ତିଆରି ହୋଇଛି ଏସଟିଏଫର ସ୍ୱତନ୍ତ୍ର ଟିମ୍ । ଗତକାଲି ୧୦ ଜଣ ବାଂଲାଦେଶୀ ବନ୍ଧା ହେବା ପରେ, ଏବେ ଅନେକ ଦିଗକୁ ନେଇ ତଦନ୍ତ କରୁଛି ସ୍ପେସାଲ ଟାସ୍କ ଫୋର୍ସ ।

Advertisment

ବାଂଲାଦେଶରୁ ଭୁବନେଶ୍ୱରକୁ କେମିତି ଆସୁଛନ୍ତି ବାଂଲାଦେଶୀ ? ଢାକାରୁ କୋଲକାତା ଆସିବା ପରେ କେଉଁ ଗଳାବାଟ ଦେଇ ଓଡ଼ିଶାକୁ ଆସୁଛନ୍ତି ? ବାଲେଶ୍ୱର ଜିଲ୍ଲାରେ ପ୍ରବେଶ କରିବା ପରେ କେଉଁ ରାସ୍ତା ଦେଇ ଭୁବନେଶ୍ୱରରେ ପହଞ୍ଚୁଛନ୍ତି ? କେବଳ ଏହି ୧୦ ଜଣ ନା ଆଉ କିଛି ଏବେ ବି ଲୁଚି ରହିଛନ୍ତି ? ଏସବୁର ଖୋଳତାଡ ପାଇଁ ଏବେ ଆକ୍ସ ମୋଡରେ ଏସଟିଏଫ ଟିମ୍ । ବନ୍ଧା ହୋଇଥିବା ଏହି ୧୦ ଜଣଙ୍କର ମୋବାଇଲ ଫୋନ୍ ହିଷ୍ଟ୍ରି ଏବଂ ପୁଲିସ ରେକର୍ଡକୁ ନେଇ ଛାନଭିନ୍ କରାଯାଉଛି । ତେବେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରେ ଯାଉଥିବା ଏହି ଗ୍ରୁପର ଜାଲ୍‌ କାଗଜପତ୍ର କରିଥିବା ଦଲାଲ ବାବଦରେ ବି ବହୁ ତଥ୍ୟ ପାଇଛି ତଦନ୍ତକାରୀ ଟିମ୍ ।

ସେପଟେ ବନ୍ଧୁକ ଚୋରା ଚାଲାଣ, ଧଳା ଜହର କାରବାର, ଜାଲ ନୋଟ୍ ସହ ସେକ୍ସ ରାକେଟ୍‌ ପଛରେ ବାଂଲାଦେଶୀଙ୍କ ବଡ଼ ଭୂମିକା ଥିବା ନଜିର ରହିଛି । ଏପରିକି ଆତଙ୍କବାଦୀ ସନ୍ଦେହରେ ଏକାଧିକ ଲୋକଙ୍କୁ ବାହାର ରାଜ୍ୟ ପୁଲିସ, ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଉଠାଇ ନେଇଥିବା ବି ନଜିର ରହିଛି । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର କୋଣ ଅନୁକୋଣରେ ଭର୍ତି ହୋଇଛନ୍ତି ଏହି ଛଦ୍ମବେଶୀ । ପୁରା ଓଡ଼ିଶାରୁ ବାଂଲାଦେଶୀଙ୍କୁ କ୍ଲିନ୍ ପାଇଁ ଏହି ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ ହୋଇଥିବା କହିଛି ଏସଟିଏଫ୍ ।

ତେବେ ସବୁଠାରୁ ବଡପ୍ରଶ୍ନ ହେଲା, ଭାରତକୁ ବାଂଲାଦେଶୀ ପ୍ରବେଶ କରିବା ପଛର ମୁଖ୍ୟ ଉଦ୍ଦେଶ୍ୟ କ’ଣ ? କାହିଁକି ରାଜଧାନୀକୁ ସୁରକ୍ଷିତ ଭାବୁଛନ୍ତି ଏହି ଅନୁପ୍ରବେଶକାରୀ ? ଜଳ, ସ୍ଥଳ ନା ଆଉ କେଉଁ ମାର୍ଗ ପାଲିଟିଛି ଗଳାବାଟ ? କେବେ ଲାଗିବ ଏମାନଙ୍କ ଉପରେ ରୋକ୍ ? ଆତଙ୍କୀ ହମ୍‌ଲା ପାଇଁ ମାଳମାଳ ବାଂଲାଦେଶୀ ରାଜଧାନୀରେ ଡେରା ପକାଉ ନାହାନ୍ତି ତ ?