କନକ ବ୍ୟୁରୋ : ରାତିରେ କେମିତି ଅଛି ଆମ ଡାକ୍ତରଖାନା । ରୋଗୀଙ୍କୁ ମିଳୁଛି ତ ସେବା । ରାତିରେ ଡାକ୍ତରଖାନା ସ୍ଥିତି ବାବଦରେ ଜାଣିବା ପାଇଁ କନକ ନ୍ୟୁଜ କରିଥିଲା ରିୟଲିଟି ଚେକ୍ । ଆଉ ରାଜ୍ୟ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରୁ କଏଦ ହୋଇଥିବା ଚିତ୍ର ଏବେ ଆପଣମାନଙ୍କ ସାମ୍ନାରେ । ଖାଁ ଖାଁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ । ରାତିରେ ଗୁରୁତର ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଘଣ୍ଟାଘଣ୍ଟା ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିବାକୁ ପଡ଼ୁଛି । କେବେ ମିଳୁଛି, ପୁଣି କେବେ ନାହିଁ । ସେହିଭଳି ସାଂଘାତିକ ସ୍ଥିତି ଦକ୍ଷିଣ ଓଡିଶାର ବଡ଼ ଡାକ୍ତରଖାନା ଏମକେସିଜିର । ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ। କୌଣସି କାରଣରୁ ରାତି ୧୦ଟା ପରେ କେବଳ ଗୋଟିଏ ଫାଟକ ଉଭୟ ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବହାର ହୁଏ । ରାତିରେ କାଜୁଆଲିଟିରେ ରୋଗୀଙ୍କ ଭିଡ଼ ଲାଗିଛି । ବେଡ ଅଭାବରୁ ରୋଗୀଙ୍କୁ ଅସ୍ଥାୟୀ ବେଡ ଏବଂ ଚଟାଣରେ ଚିକିତ୍ସା କରାଯାଉଛି । ସରକାରୀ ତଥ୍ୟ ଅନୁସାରେ ମେଡିକାଲରେ ୧୧ଶହ ବେଡ୍ ରହିଛି । ହେଲେ ମାତ୍ରାଧିକ ରୋଗୀ ଆସୁଥିବାରୁ ତାହା ଅଭାବ ପଡୁଛି । ବେଡ୍ ସମସ୍ୟା ଦୀର୍ଘ ଦିନର ହୋଇଥିଲେ ମଧ୍ୟ ସମାଧାନର ବାଟ ଫିଟି ପାରୁନାହିଁ । ଆଉ ଡାକ୍ତରଙ୍କ କଥା ତ ସଂଗିନ । ରାତିରେ ପିଜି ଡାକ୍ତରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଡାକ୍ତର ରହୁନାହାନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ସ୍ଥିତି ମଧ୍ୟ ଠିକଠାକ୍ ନାହିଁ । ଏଠି ତ ରାତିରେ ପାୱାର କଟ୍ ହେଲେ ରୋଗୀଙ୍କୁ ନାକେଦମ୍ ହେବାକୁ ପଡ଼େ । ମୟୂରଭଞ୍ଜ ଜିଲ୍ଲାରେ ବି ବିଗିଡି ଯାଇଛି ସ୍ୱାସ୍ଥ୍ୟସେବା । ବଣଜଙ୍ଗଲ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଶରତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଖାନାରେ ରିୟଲିଟି ଚେକ୍ କରିଥିଲେ ଆମ ପ୍ରତିନିଧୀ ।
ରାତିରେ କେମିତି ଚାଲିଛି ରାଜ୍ୟର ଡାକ୍ତରଖାନା, ରିୟଲିଟି ଚେକ୍ କଲା କନକ ନ୍ୟୁଜ
ଆଉ ରାଜ୍ୟ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରୁ କଏଦ ହୋଇଥିବା ଚିତ୍ର ଏବେ ଆପଣମାନଙ୍କ ସାମ୍ନାରେ । ଖାଁ ଖାଁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ । ରାତିରେ ଗୁରୁତର ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଘଣ୍ଟାଘଣ୍ଟା ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିବାକୁ ପଡ଼ୁଛି । କେବେ ମିଳୁଛି, ପୁଣି କେବେ ନାହିଁ ।
/kanak/media/media_files/2025/07/04/hospital-2025-07-04-17-58-53.jpg)